ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

୪ବର୍ଷ ବିତିଲା, ନ୍ୟାୟ ମିଳିଲାନି: ଭୋଟ୍‌ ଦେବେନି ପିହୁର ମା’

ବିଞ୍ଝାରପୁର ୨୪/୦୫: ବରୀ ବ୍ଲକ ତଥା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ବହୁ ଚର୍ଚ୍ଚିତ ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ(ପିହୁ) ନିଖୋଜ ଘଟଣାରେ ନ୍ୟାୟ ପାଇଁ  ସଂଘର୍ଷ କରୁଥିବା ପିହୁର ମା’ ମୋନାଲିସା ନାୟକ ଚଳିତ  ଥର ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି  ନେଇଛନ୍ତି । ନିଜ ଝିଅ ନିଖୋଜକୁ ୪ ବର୍ଷ ବିତି ଯାଇଥିଲେ  ମଧ୍ୟ ପୁଲିସ କିମ୍ବା ପ୍ରଶାସନ ତାଙ୍କୁ ନ୍ୟାୟ ଦେଇନାହିଁ । କୌଣସି  ଲୋକପ୍ରତିନିଧି କିମ୍ବା ରାଜନୈତିକ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରି  ନଥିବାରୁ ସେ ଚଳିତ ନିର୍ବାଚନରେ ଭୋଟ୍‌ ବର୍ଜନ କରୁଥିବା ଦର୍ଶାଇ ନିଜ ଘର ସମ୍ମୁଖରେ ଏକ ବ୍ୟାନର ଲଗାଇଛନ୍ତି । ଆସନ୍ତା ୨୫ତାରିଖରେ ବରୀ ଓ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ  ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିର୍ବାଚନୀ ପ୍ରଚାରରେ ଆସୁଥିବା  ବେଳେ ମୋନାଲିସା ତାଙ୍କୁ ଭେଟି ନିଜର ଦୁଃଖ ଜଣାଇବେ ବୋଲି  ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.