ଭୁବନେଶ୍ୱର,୦୬/୦୨: ଶରତରୁ କପ୍ତିପଦା ଅଭିମୁଖେ ଆସୁଥିଲା ପିକଅପ୍ ଗାଡ଼ି । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପୋଖରୀ ପିତରକୁ ପଶିଗଲା ଗାଡ଼ି । ଘଟଣା ସ୍ଥଳରେ ଗାଡ଼ି ଛାଡ଼ି ଫେରାର ହେଲା ଡ୍ରାଇଭର । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ତେନ୍ତୁଳିସାହି ଗ୍ରାମରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଷୋଡ଼ଶ ଅର୍ଥ କମିଶନ, ରାଜ୍ୟର ପ୍ରମୁଖ ଅଧିକାରୀଙ୍କ ସହ କରିବେ ଆଲୋଚନା
ସୂଚନା ମୁତାବକ, ଏକ ପିକଅପ୍ ଗାଡ଼ି ଶରତରୁ କପ୍ତିପଦା ଅଭିମୁଖେ ଆସୁଥିଲା । ଏହି ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପୋଖରୀ ଭିତରକୁ ଗାଡ଼ିଟି ପଶି ଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ କପ୍ତିପଦା ପୋଲିସ ପହଞ୍ଚିଥିଲା । ହେଲେ ଏହାରି ଭିତରେ ଡ୍ରାଇଭର ଗାଡ଼ି ଛାଡ଼ି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣା ସ୍ଥଳରେ କପ୍ତିପଦା ପୋଲିସ ପହଞ୍ଚି ଗାଡ଼ିଟିକୁ ଜବତ କରି ତଦନ୍ତ ଚଳାଇଛି ।