ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଲାଇଭ୍‌ ହେଲା ସାନ୍ତାଳୀ ଉଇକି ଅଭିଧାନ, ଭାଷାର ଡିଜିଟାଲ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ସଫଳତା

Published By : Harapriya Sethi | February 20, 2025 1:04 PM

ବାଙ୍ଗିରିପୋଷି,୨୦/୦୨: ସାନ୍ତାଳୀ ଉଇକି ଅଭିଧାନ ଅଧିକାରିକ ଭାବରେ ଲାଇଭ୍ ହୋଇଛି । ଏହା ସାନ୍ତାଳୀ ଭାଷାର ଡିଜିଟାଲ କରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଅଟେ। ଏହି ପ୍ରକଳ୍ପଟି ଜୁନ୍ ୨୦୧୮ ରୁ ଆରମ୍ଭ ହୋଇଥିଲା ଏବଂ  ୧୯ ଫେବୃଆରୀ ୨୦୨୫ ରେ ଏହା ଲାଇଭ୍‌ ହେବା ଯୋଗୁଁ ସର୍ବସାଧାରଣରେ ଏବେ ଉପଲବ୍ଧ ହୋଇ ପାରୁଛି । ଏହି ଉପଲବ୍ଧିକୁ ହାସଲ କରିବା ପାଇଁ ଗତ ନଭେମ୍ବର ୨୦୨୪ ରେ କୋଲକାତାରେ ଅନୁଷ୍ଠିତ ସାନ୍ତାଳୀ ଉଇକିସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଥିଲା। ବର୍ତ୍ତମାନ ସାନ୍ତାଳୀ ଉଇକି ଅଭିଧାନ (https://sat.wiktionary.org) ରେ ଉପଲବ୍ଧ ।

ଏହି ସାନ୍ତାଳୀ ଉଇକିପିଡ଼ିଆ ପରେ ସାନ୍ତାଳୀ ଭାଷା ପାଇଁ ଦ୍ୱିତୀୟ ଉଇକିମିଡ଼ିଆ ପ୍ରକଳ୍ପ ହୋଇଛି । ଏହା ଭାରତର ପ୍ରଥମ ଆଦିବାସୀ ଭାଷା, ଯାହାକୁ ଏକ ନିଜସ୍ୱ ଉଇକି ଅଭିଧାନ ସଂସ୍କରଣ ମିଳିଛି । ଯେପରି ୨୦୧୮ ରେ ସାନ୍ତାଳୀ ଉଇକିପିଡ଼ିଆ ଏହାର ନିଜସ୍ୱ ସଂସ୍କରଣ ପାଇଥିଲା। ଏହି ପ୍ରକଳ୍ପରେ ଭାରତ, ନେପାଳ ଏବଂ ବାଂଲାଦେଶର ଅନେକ ସହଯୋଗୀ ଯୋଗ ଦେଇଥିଲେ। ଶାନ୍ତିନିକେତନର ସାନ୍ତାଳୀ ଉଇକି କ୍ଲବର ଡ. ରାମୁ ହେମ୍ବ୍ରମଙ୍କ ନେତୃତ୍ୱରେ ଏହି ପ୍ରକଳ୍ପକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ସାନ୍ତାଳୀ ଉଇକି ଅଭିଧାନରେ ଅବଦାନ ଦେଇଥିବା ସକ୍ରୀୟ ୫୦ ଜଣଙ୍କ ମଧ୍ୟରୁ ୨୫ ଜଣ ଶାନ୍ତିନିକେତନରୁ ରହିଛନ୍ତି । ଶୀର୍ଷ ୨୦ ଅବଦାନକାରୀଙ୍କ ମଧ୍ୟରେ ଶାନ୍ତିନିକେତନରୁ ଡ. ରାମୁ ହେମ୍ବ୍ରମ, ସୁକଲ ବାସ୍କେ, ଅଙ୍କିତା ହେମ୍ବ୍ରମ, ଗୋପୀନାଥ ହେମ୍ବ୍ରମ, ସାରଜେନ ହାଁସଦା, କନିକା ହେମ୍ବ୍ରମ, ଅର୍ପିତା ହେମ୍ବ୍ରମ, ପୀୟୁଷ ପୱାରିଆ, ସୁଶାନ୍ତ ମାର୍ଣ୍ଣି, ପ୍ରଦୀପ୍ ହେମ୍ବ୍ରମ ପ୍ରମୁଖ ରହିଛନ୍ତି ।

ଏହା ବ୍ୟତୀତ ଶାନ୍ତିନିକେତନର ୧୪ଜଣ ସଦସ୍ୟ ୫୦ ରୁ ଅଧିକ ଥର ସମ୍ପାଦନା କରିଛନ୍ତି । ଶାନ୍ତିନିକେତନ ବ୍ୟତୀତ ଏଥିରେ ପ୍ରସାନ୍ତ ହେମ୍ବ୍ରମ, ଶେଖର ମୁର୍ମୁ, ବୋଦି ବାସ୍କେ, ଆର୍ଯ୍ୟନ୍ ମୁର୍ମୁ, ବିଜେନ୍ଦ୍ର ହାଁସଦା, ପ୍ରେମଚାନ୍ଦ୍ ମୁର୍ମୁ, ମୈନା ଟୁଡୁ, ରାମଜିତ ଟୁଡୁ, ଫାଗୁ ବାସ୍କେ, କାରିଆ ବାସ୍କେ, ସୁବାସ୍ ମୁର୍ମୁ, ଶିବୁ ମୁର୍ମୁ ଏବଂ ସୁକୁ ମୁର୍ମୁ , ମାନିକ ସୋରେନ ଏହି ପ୍ରକଳ୍ପକୁ ଆରମ୍ଭରୁ ଏହାର ମାର୍ଗ ଦର୍ଶନ ଏବଂ ପରିଚାଳନାରେ ସହଯୋଗ କରିଥିଲେ । ଏହି ପ୍ରକଳ୍ପର ଇନ୍‌କ୍ୟୁବେଟର୍ ପର୍ଯ୍ୟାୟରେ ବୋଦି ବାସ୍କେ ମୁଖ୍ୟ ପରିଚାଳକ ଥିଲେ ଏବଂ ବର୍ତ୍ତମାନ ସାନ୍ତାଳୀ ଉଇକି ଅଭିଧାନରେ ୬,୦୦୦ ରୁ ଅଧିକ ପୃଷ୍ଠା ରହିଛି । ଏହା ଉଇକିମିଡିଆ ଫାଉଣ୍ଡେସନର ୧୭୨ ତମ ଉଇକି ଅଭିଧାନ ସଂସ୍କରଣ। ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ଉପଲକ୍ଷେ ଉଇକିମିଡିଆନ୍ସ ଅଫ ସାନ୍ତାଳୀ ଲାଙ୍ଗୁଏଜ ୟୁଜର ଗ୍ରୁପ୍‌ର ଆର୍. ଅଶ୍ୱନୀ ବଞ୍ଜନ୍ ମୁର୍ମୁ ସମସ୍ତ ସହଯୋଗୀ ଏବଂ ଅବଦାନ ଦେଇଥିବା ସଦସ୍ୟଙ୍କୁ ନିଷ୍ଠାପର ମିଳିତ ପ୍ରୟାସ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଅନ୍ୟାନ୍ୟ ଉଇକିମିଡ଼ିଆ ପ୍ରକଳ୍ପରେ ସାନ୍ତାଳୀ ୟୁଜର ଗ୍ରୁପ୍‌ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ସୁଯୋଗ ଦେଖୁଛନ୍ତି । ଏହା ଦ୍ୱାରା ସାନ୍ତାଳୀ ଭାଷାର ଡିଜିଟାଲ ଉପସ୍ଥିତି ଆହୁରି ସୁଦୃଢ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.