ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ମାଲକାନଗିରିରେ ବନ୍ୟାକୁ ବିତିଲା ୩ମାସ, ମିଳୁନି କ୍ଷତିପୂରଣ : ବିଧାନସଭାରେ ପ୍ରଶ୍ନ ପଚାରିଲେ ମାଲକାନଗିରି ବିଧାୟକ

Published By : Prameya | December 5, 2024 9:18 PM

ମାଲକାନଗିରି,୫।୧୨(ଆପ୍ର ): ଗତ ୩ ମାସ ପୂର୍ବେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଜିଲ୍ଲାର ପୋଟେରୁ ସମେତ ଅନେକ ଗ୍ରାମ ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ପୋଟେରୁ ଗ୍ରାମ ସମ୍ପୂର୍ଣରୂପେ ଜଳ ଘେରକୁ ଚାଲି ଯାଇଥିବା ବେଳେ ଅନେକ ଗ୍ରାମରେ ଜଳ ପଶି ଘର ଭାଙ୍ଗିବା ସହ ରାସ୍ତା ଘାଟ ଆଦି ଧୋଇ ହୋଇ ଫସଲ ନଷ୍ଟ ହୋଇ ଯାଇଥିଲା। ତେବେ ଏହାରି ମଧ୍ୟରେ ଅନେକ ଚାଷୀ ନିଜର କଷ୍ଟ ଅର୍ଜିତ ଫସଲ ମଧ୍ୟ ହରାଇଥିବା ବେଳେ ହେକ୍ଟର ହେକ୍ଟର ଜମିରେ ବାଲି ମାଡି ଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମାଲକାନଗିରି ଜିଲ୍ଲା ଗସ୍ତ କରି ହେଲିକେପ୍ଟର ଯୋଗେ ବର୍ଷା ଜନିତ କ୍ଷୟକ୍ଷତି ହୋଇଥିବା ଗ୍ରାମ ଗୁଡିକୁ ଆକାଶ ମାର୍ଗରୁ ବୁଲି ଦେଖିଥିଲେ। ଏଥି ସହ ବର୍ଷାଜନିତ କ୍ଷୟକ୍ଷତି ସମ୍ବନ୍ଧୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ଯଥା ଶୀଘ୍ର କ୍ଷତି ପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। 

କିନ୍ତୁ ଏହାରି ମଧ୍ୟରେ ଏହି ବନ୍ୟା କୁ ପ୍ରାୟ ୩ ମାସ ବିତି ଯାଇଛି।  କିନ୍ତୁ କ୍ଷତି ପୂରଣ ମିଳି ନାହିଁ।  ଏହାକୁ ନେଇ ବିଧାନ ସଭାରେ ପ୍ରଶ୍ନ ଉଠାଇଛନ୍ତି ଶାସକ ଦଳର ନେତା ତଥା ମାଲକାନଗିରି ବିଧାୟକ ନରସିଂହ ମାଡକାମୀ। 

କ୍ଷୟକ୍ଷତିର ଆକଳନ କରି ଯେଉଁମାନଙ୍କ ଘର ନଷ୍ଟ ହୋଇଛି, ସେମାନଙ୍କୁ ଓଡିଶା ରିଲିଫ କୋଡ଼ ଅନୁଯାୟୀ କ୍ଷତିପୂରଣ ଦିଆଯିବା ସହ ଫସଲ ନଷ୍ଟ ଓ ଗୃହପାଳିତ ପଶୁର ମୃତ୍ୟୁ ହୋଇଥିଲେ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିବା ପରେ ଲୋକେ ସରକାରୀ ସହାୟତାକୁ ଅପେକ୍ଷା କରିଥିଲେ। ଏହାରି ମଧ୍ୟରେ ୩ ମାସ ସମୟ ବିତି ଯାଇଥିବା ବେଳେ ବର୍ତ୍ତମାନ ସରକାରୀ ସହାୟତା କେବେ ମିଳିବ ଓ ପ୍ରକୃତରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେନେଇ ମାଲକାନଗିରି ବିଧାୟକ ଶ୍ରୀ ମାଡ଼କାମି କ୍ଷୟ କ୍ଷତିର ତାଲିକା ମାଗିବା ସହ କ୍ଷତି ପୂରଣ ରାଶି କେବେ ସୁଦ୍ଧା ପ୍ରଦାନ କରାଯିବ ବୋଲି ବିଧାନ ସଭାରେ ପ୍ରଶ୍ନ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.