ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ପତିତପାବନ ମନ୍ଦିର ଓ ରତ୍ନପଲଙ୍କ ହେବ ରୁପା ଛାଉଣି, ରୂପ ଦେବେ କଟକ କାରିଗର

Published By : Prameya | November 15, 2024 11:05 AM

ପୁରୀ, ୧୫/୧୧ : ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ପୂଜା ପାଉଥିବା ପତିତପାବନଙ୍କ ମନ୍ଦିର ଓ ଖିଲଣ ଉପରେ ହେବ ରୁପା ଛାଉଣି। ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନପଲଙ୍କ ବା ଅଣସର ଖଟ ଓ ମଦନ ମୋହନ ଅବକାଶ ଖଟୁଲୀ ମଧ୍ୟ ରୁପା ଛାଉଣି ହେବ । ପ୍ରାୟ ୩୦୦ କେଜିରୁ ଅଧିକ ରୁପା ଏଥିନିମନ୍ତେ ବ୍ୟବହାର ହେବ । କଟକର କାରିଗରମାନେ ଏହି କାର୍ଯ୍ୟକୁ ରୂପଦେବେ । ଏନେଇ ଗୁରୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ବରିଷ୍ଠ ସେବାୟତ, ପୂର୍ବତନ ପରିଚାଳନା କମିଟି ସେବାୟତ ସଦସ୍ୟମାନେ ବୈଠକରେ ଯୋଗଦେଇ ସେମାନଙ୍କ ମତାମତ ରଖିଥିଲେ । ଡିସେମ୍ବର ୨୫ ସୁଦ୍ଧା ଏସବୁ କାର୍ଯ୍ୟକୁ ସମାପନ କରିବାକୁ ବୈଠକରେ ଉପସ୍ଥିତ ଠିକାଦାରଙ୍କୁ କୁହାଯାଇଛି । 

ଅନ୍ୟପଟେ ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସମେତ ଦୋଳଗୋବିନ୍ଦ ପ୍ରଭୃତି ଠାକୁରମାନଙ୍କ ୭ଟି ରୁପା ପ୍ରଭା କରିବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଦାତାମାନେ ଦେଇଥିବା ରୁପାକୁ ବ୍ୟବହାର କରି ଏସମସ୍ତ କାର୍ଯ୍ୟ କରାଯିବ। ଏନେଇ ଶ୍ରୀଜଗନ୍ନାଥ ପରିଚାଳନା କମିଟି ପୂର୍ବତନ ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା କହିଛନ୍ତି, ଦାତା ଦେଇଥିବା ରୁପାକୁ ବ୍ୟବହାର କରି ଶ୍ରୀମନ୍ଦିର ବିଭିନ୍ନ ସୌନ୍ଦର୍ଯୀକରଣ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ନୂଆବର୍ଷ ପୂର୍ବରୁ ପତିତପାବନଙ୍କ ମନ୍ଦିର ଓ ଖିଲଣର ରୂପା ଛାଉଣି ସାରିବାକୁ କଟକର ସୁନାରୀଙ୍କୁ କୁହାଯାଇଛି । ବର୍ମାଟିକ୍‌ କାଠ ବ୍ୟବହାର କରି ୩ଟି ରତ୍ନପଲଙ୍କର ତିଆରି ସରିଥିବାରୁ ଏହାକୁ ରୁପା ଛାଉଣି କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ କୌଣସି ମତାମତ ଦେଇନାହାନ୍ତି । 

ସୂଚନା ଥାଉକି, ଶ୍ରୀମନ୍ଦିର ବିଭିନ୍ନ ଦ୍ୱାରକୁ ରୁପା ଛାଉଣି କରିବା ପରେ ଏବେ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଦୁଆରକୁ ସୁନା ଛାଉଣି କରିବାକୁ ମଧ୍ୟ କିଛିଦିନ ତଳେ ନିଷ୍ପତ୍ତି ନେଇଥିଲା । ରତ୍ନଭଣ୍ଡାର ମରାମତି ବେଳେ ଏହି କାମ କରିବା ପାଇଁ ପ୍ରସ୍ତୁତି ମଧ୍ୟ ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.