ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

କଣ୍ଟା ସାଜିଛି ପାସ୍‌ପୋର୍ଟ ସେବା ପ୍ରୋଗ୍ରାମ ୨.୦ ସଫ୍ଟୱେର, ଭାଗ୍ୟ ଟାଣ ଥିଲେ ମିଳୁଛି ପାସ୍‌ପୋର୍ଟ

ଭୁବନେଶ୍ୱର,୨୩/୦୬: ଥାଇଲାଣ୍ଡରେ ଅଗଷ୍ଟ ୧୦ରୁ ତାଇକଣ୍ଡୋ ଇଣ୍ଟରନ୍ୟାସନାଲ  ଚାମ୍ପିଅନସିପ୍‌ ଆରମ୍ଭ ହେବ ।  ଜଗତସିଂହପୁର ତିର୍ତ୍ତୋଲ ବ୍ଲକର ତାସା  ନାୟକ ପ୍ରତିଯୋଗିତାରେ ଭାଗ ନେବେ । ମେ’  ୧୪ରେ ଭୁବନେଶ୍ୱରରେ ପାସ୍‌ପୋର୍ଟ ପାଇଁ  ଆବେଦନ କଲେ ତାସା । ଭେରିଫିକେସନ  ପାଇଁ ଜୁନ୍‌ ୨୬କୁ ସ୍ଲଟ୍‌ ବୁକିଂ ହୋଇଥିଲା । ଟେକ୍ନିକାଲ ସମସ୍ୟାରୁ ବାତିଲ୍‌ ହୋଇଗଲା ।  ପୁନଃ ଆବେଦନ କରିବାରୁ ସେପ୍ଟେମ୍ବର ୬କୁ ସ୍ଲଟ୍‌ ବୁକିଂ ତାରିଖ ଦର୍ଶାଇଲା । ତାସା ଓ ତାଙ୍କ ବାପା ଦେବପ୍ରସାଦ ନାୟକଙ୍କ ମୁଣ୍ଡ କାମ ଦେଲାନି । ଗତ ୧୦ରେ ଆନ୍ଧ୍ରପ୍ରଦେଶର  ଭାଇଜାଗରେ ପାସ୍‌ପୋର୍ଟ ପାଇଁ ଆବେଦନ  କରିଥିଲେ । ସେଠୁ ଭେରିଫିକେସନ ସାରି ଶୁକ୍ରବାର ଘରକୁ ଫେରିଛନ୍ତି ବାପା, ଝିଅ । 

ଭୁବନେଶ୍ୱର ଏମ୍ସ ନଗରରେ ରହୁଥିବା  ସିଦ୍ଧାର୍ଥ ପାତ୍ର ଜୁନ୍‌ ୬ରେ ଭଉଣୀଙ୍କୁ ଦେଖା  କରିବାକୁ ଆମେରିକା ଯାଇଥାନ୍ତେ । ତାଙ୍କ  ଝିଅ ପାଇଁ ମାସକ ତଳେ ତତ୍କାଳ ପାସ୍‌ପୋର୍ଟ  ଆବେଦନ କରିଥିଲେ । ୩ ଥର ସ୍ଲଟ୍‌ ବୁକିଂ  ବାତିଲ୍‌ ହେଲା । ବିଦେଶ ଯାତ୍ରା ନୋହିଲା ।  ନିରୁପାୟ ହୋଇ ଗତ ମାସ ୨୩ରେ ଝାଡ଼ଖଣ୍ଡ  ରାଞ୍ଚିରେ ଆବେଦନ କଲେ । ସପ୍ତାହେ ଭିତରେ  ହିଁ ପାସ୍‌ପୋର୍ଟ ମିଳିଗଲା ।  

ମେ’ ୨୨ରେ ପାସ୍‌ପୋର୍ଟ ସ୍ଲଟ୍‌  ବୁକିଂ ହୋଇଥିଲା । ଭେରିଫିକେସନ  ହୋଇପାରିଲାନି । ଆସନ୍ତା ୨୪ ତାରିଖର ବୁକିଂ  ଏବେ ବାତିଲ୍‌ ଦର୍ଶାଉଛି । ଆଞ୍ଚଳିକ ପାସ୍‌ପୋର୍ଟ  ଅଧିକାରୀ (ଆର୍‌ପିଓ) ବି ନିରୁତ୍ତର ।  ସଫ୍ଟୱେର୍‌ ଉପରେ ଦୋଷ ଲଦୁଛନ୍ତି । କ’ଣ  କରିବି? ଲଲାଟେନ୍ଦୁ ମହାପାତ୍ର ନାମକ ବ୍ୟକ୍ତି  ଏନେଇ ‘ଏକ୍ସ’ରେ କ୍ଷୋଭ ପ୍ରକାଶ କରିଛନ୍ତି ।  ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (ଏମ୍‌ଇଏ)  ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ  ଟ୍ୟାଗ୍‌ କରିଛନ୍ତି ।  

ଖାଲି ଏହି ୩ଜଣ ନୁହେଁ, ରାଜ୍ୟରେ  ପ୍ରତିଦିନ ଶହ ଶହ ପାସ୍‌ପୋର୍ଟ ଆବେଦନକାରୀ  ନାକରେ କାନ୍ଦୁଛନ୍ତି । କଣ୍ଟା ସାଜିଛି ନୂଆ  ପାସ୍‌ପୋର୍ଟ ସଫ୍ଟୱେର (ପାସ୍‌ପୋର୍ଟ ସେବା  ପୋଗ୍ରାମ ୨.୦) । ଅନ୍‌ଲାଇନ୍‌ ଆବେଦନରେ  ଘଣ୍ଟା ଘଣ୍ଟା ବିତିଯାଉଛି । ଯଦିଓ, କୌଣସିମତେ  ଆବେଦନ ସରିଗଲା । ତଥାପି ଦୁଃଖ ସରୁନି ।  ମାସ ମାସ ଧରି ସ୍ଲଟ୍‌ ବୁକିଂ ଝିନଝଟ୍‌ ଲାଗି  ରହୁଛି । ଯାଞ୍ଚ ପାଇଁ ଧାର୍ଯ୍ୟ ତାରିଖ ଏକାଧିକ  ଥର ବାତିଲ୍‌ ହେଉଛି । ପୁଲିସ ଯାଞ୍ଚ ପ୍ରକ୍ରିୟା,  ଅଫିସିଆଲ୍‌ କାମରେ ବି ଅହେତୁକ ବିଳମ୍ବ ।  ଯଦି ଆପଣଙ୍କ ଭାଗ୍ୟ ଜୋର୍‌ ତ, ପାସ୍‌ପୋର୍ଟ  ମିଳିବ । ନହେଲେ, ପାସ୍‌ପୋର୍ଟ ଅଫିସ୍‌ ଚକ୍କର  କାଟି କାଟି ନୟାନ୍ତ ହେବା ଥୟ ।  

ଦିନେ କି ସପ୍ତାହେ ନୁହେଁ, ଗତ ଅଢ଼େଇ  ମାସ ଧରି ଭୁବନେଶ୍ୱର ପାସ୍‌ପୋର୍ଟ ସେବା  ଏକରକମର ଭୁଶୁଡି଼ ପଡି଼ଛି । ଦୁର୍ବଳ  ସଫ୍ଟୱେର ଚକ୍କରରେ ଫସି ଆବେଦନକାରୀ  ହଇରାଣ ହେଉଛନ୍ତି । ଶହଶହ ଛାତ୍ରଛାତ୍ରୀ  ଷ୍ଟଡି ଟୁର୍‌ରେ ବିଦେଶ ଯାଇପାରିନାହାନ୍ତି ।  ଅନେକ ଚାକିରି ହରାଇଲେଣି । ଭିସା ପାଇଁ  ଆବେଦନ ବି ହୋଇପାରୁନି । ବିଦେଶ  ଭ୍ରମଣକୁ ସତେ ଯେମିତି ଗ୍ରହଣ ଲାଗିଛି ।  ଅଧିକାଂଶ ଆବେଦନକାରୀ ଏବେ ପଡ଼ୋଶୀ  ରାଜ୍ୟ ପାସ୍‌ପୋର୍ଟ ଅଫିସ୍‌ ଭରସାରେ ।  ତତ୍କାଳ ଆବେଦନ ପାଇଁ ରାଞ୍ଚି, କୋଲକାତା  ଓ ଭାଇଜାଗ୍‌ ଧାଉଁଛନ୍ତି ।  

୨ ଦିନ ତଳେ ଜଣେ ଆବେଦନକାରୀ  ରସୁଲଗଡ଼ସ୍ଥିତ ପାସ୍‌ପୋର୍ଟ କାର୍ଯ୍ୟାଳୟରେ  ହଙ୍ଗାମା କରିଥିଲେ । କାର୍ଯ୍ୟାଳୟ ସାମ୍ନା ରାସ୍ତାରେ  ଶୋଇରହି ଆତ୍ମହତ୍ୟା କରିବେ ବୋଲି  ଧମକାଇଥିଲେ । ଅନ୍ୟ ଆବେଦନକାରୀମାନେ  ମଧ୍ୟ ହୋ-ହଲ୍ଲା କରିବାକୁ ଲାଗିଲେ । ସ୍ଥିତି  ଅଣାୟତ ହୋଇଥିଲା । ପିସିଆର୍‌ ଭ୍ୟାନ୍‌  ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିଥିଲା । 

ଜଣେ ପାସ୍‌ପୋର୍ଟ କର୍ମଚାରୀ ନାମ  ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଏମିତି  ଘଟଣା ପ୍ରାୟ ସବୁଦିନ ଦେଖିବାକୁ ମିଳୁଛି ।  କିଛି ଲୋକ ଅଫିସ୍‌ରେ ଜବରଦସ୍ତି ତାଲା  ପକାଇବାକୁ ବି ଚେଷ୍ଟା କରି ସାରିଲେଣି ।  ଖାଲି ଆବେଦନକାରୀ ନୁହେଁ, ପାସ୍‌ପୋର୍ଟ  କର୍ମଚାରୀମାନେ ବି ସଫ୍ଟୱେର ଜାଲରେ  ଛନ୍ଦି ହୋଇଛନ୍ତି । ସର୍ଭର ସ୍ଲୋ ଯୋଗୁଁ  ନାନା କାମରେ ବିଳମ୍ବ ଘଟୁଛି । ପୂର୍ବରୁ  ସାଧାରଣତଃ ୧୦-୧୫ ଦିନରେ ପାସ୍‌ପୋର୍ଟ  ମିଳିଯାଉଥିଲା । ୨-୩ ମାସ ବିଳମ୍ବ ହେଲେ,  ଆବେଦନକାରୀ ଚିଲ୍ଲାଇବା ସ୍ୱାଭାବିକ ।  

ପୂର୍ବରୁ ଆବେଦନ କରିବାକୁ ୧୦ ମିନିଟ୍‌  ଲାଗୁଥିଲା । ଏବେ ଘଣ୍ଟା ଘଣ୍ଟା ସର୍ଭର  ସ୍ଲୋ ଦେଖାଉଛି । ଏପ୍ରିଲ ପହିଲାରୁ  ଲାଗୁ ହୋଇଥିବା ନୂଆ ସଫ୍ଟୱେର ହିଁ  କାଳ ସାଜିଛି । ତତ୍କାଳ ଆବେଦନକାରୀ  ବି ସମଦଶା ଭୋଗୁଛନ୍ତି । ଖାଲି ଯାହା,  ସ୍ୱାସ୍ଥ୍ୟଗତ ପ୍ରମାଣପତ୍ର ଦେଖାଉଥିବା  ବ୍ୟକ୍ତିଙ୍କୁ ଯଥାଶୀଘ୍ର ପାସ୍‌ପୋର୍ଟ ମିଳିଯାଉଛି । ଭୁବନେଶ୍ୱର ଆର୍‌ପିଓ ସୁଧାଂଶୁ ଶେଖର  ମିଶ୍ର ସଫ୍ଟୱେର ତ୍ରୁଟିକୁ ମାନିଛନ୍ତି । ସେ  କହିଛନ୍ତି, ଟିସିଏସ୍‌ ସଂସ୍ଥାର ପୁରୁଣା ସଫ୍ଟୱେର  (ପାସ୍‌ପୋର୍ଟ ସେବା ପୋଗ୍ରାମ ୧.୦) ଜରିଆରେ  ୨୦୧୪ରୁ ସବୁ କାମ ଠିକ୍‌ଠାକ୍‌ ଚାଲିଥିଲା ।  ଏହି ସଂସ୍ଥା ଗତ ଏପ୍ରିଲରେ ନୂଆ ସଫ୍ଟୱେର  ଲଞ୍ଚ କରିଥିଲା । 

ଭୁବନେଶ୍ୱର ସହ ନାଗପୁର  ପାସ୍‌ପୋର୍ଟ ଅଫିସ୍‌ରେ ପରୀକ୍ଷାମୂଳକ ଭାବେ  ଲାଗୁ ହୋଇଥିଲା । ଆଗକୁ ଦେଶ ସାରା ଏହି  ସଫ୍ଟୱେର ସଂଯୋଗ କରାଯାଇଥାନ୍ତା । ହେଲେ,  ପ୍ରାରମ୍ଭରୁ ସଫ୍ଟୱେର ପୋଗ୍ରାମିଂ ଫେଲ୍‌ ମାରିଛି ।  ପୂର୍ବରୁ କେବଳ ଭୁବନେଶ୍ୱର ପାଇଁ ଦୈନିକ  ୫୭୦ ସ୍ଲଟ୍‌ ବୁକିଂ ହେଉଥିଲା । ଅନ୍ୟ ଜିଲ୍ଲାର  ପୋଷ୍ଟ ଅଫିସ୍‌ରେ ବୁକିଂ ସଂଖ୍ୟା ପାଖାପାଖି  ୫୦୦ ଛୁଉଁଥିଲା । ଏବେ ଭୁବନେଶ୍ୱର ପାଇଁ  କଷ୍ଟେମଷ୍ଟେ ମାତ୍ର ୧୨୦ ସ୍ଲଟ୍‌ ବୁକିଂ ସମ୍ଭବ  ହେଉଛି । ଅନ୍ୟ ଜିଲ୍ଲା ପୋଷ୍ଟ ଅଫିସ୍‌କୁ ମାତ୍ର  ୫ଟି ବୁକିଂ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.