କୋଣାର୍କ,୨୧।୪(ଆପ୍ର) କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ପାର୍ଲିଆମେଣ୍ଟ ଷ୍ଟାଣ୍ଡିଙ୍ଗ କମିଟିର ୧୮ ଜଣ ସାଂସଦ ସୋମବାର ସୂର୍ଯ୍ୟମନ୍ଦିର ପରିଦର୍ଶନରେ କରିଥିଲେ। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତିନିଧିଦଳ ଏଠାରେ ପହଂଚିବା ପରେ ବ୍ୟାଖ୍ୟାନ କେନ୍ଦ୍ର ଓ ପରେ ସୂର୍ଯ୍ୟମନ୍ଦିର ବୁଲିଥିଲେ। ଗାଇଡ ଆଭାସ ମହାନ୍ତି ସୂର୍ଯ୍ୟମନ୍ଦିରର ଇତିହାସ ସମ୍ପର୍କରେ ବୁଝାଇଥିଲେ। ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପ୍ରତିନିଧି ଦଳ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ।
ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପସଚିବ ସନ୍ତୋଷ କୁମାର ସେଠୀ, ପର୍ଯ୍ୟଟନ ସହ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ,ଗୋପ ବିଡ଼ିଓ ଛବିରାଣୀ ସାହୁ, ନିମାପଡା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ,କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।