ନୂଆଦିଲ୍ଲୀ,୨୩।୧୨: ସଂସଦ ପରିସରରେ ବିରୋଧି ଓ ଶାସକ ସାଂସଦଙ୍କ ଧକ୍କା ମରାମରି ଘଟଣାରେ ବଡ ଖବର। ଦିଲ୍ଲୀ ପୋଲିସ ଏବେ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି।ଏବେ ପୋଲିସ ସଂସଦ ପରିସରରେ ଥିବା ସିସିଟିଭି ଫୁଟେଜ୍ ଏକାଠି କରିବ। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୋଲିସ ଲୋକସଭା ବାଚସ୍ପିତ ଓମ୍ ବିର୍ଲାଙ୍କୁ ଏଥିପାଇଁ ଅନୁମତି ମାଗିଛି।
ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ସିନ୍ ରିକ୍ରିଏଟ୍ କରିପାରେ। ଏହାଛଡା ଛଡା ଯାଞ୍ଚରେ ସାମିଲ ହେବା ପାଇଁ ରାହୁଲ ଗାନ୍ଧୀଙ୍କୁ ପୋଲିସ ନୋଟିସ୍ ପଠାଇପାରେ। କୁହାଯାଉଛି ଯେ, ପୋଲିସ ଆହତ ସାଂସଦଙ୍କ ବୟାନ ନେବା ସହ ଫୁଟେଜ ମିଳିବା ପରେ ଘଟଣାସ୍ଥଳରେ ସିନ୍ ରିକ୍ରିଏଟ୍ କରିପାରେ।
ଉଲ୍ଲେଖନୀୟ ଯେ, ୧୯ ଡିସେମ୍ବର ୨୦୨୪ ରେ ସଂସଦରେ ବିରୋଧିଙ୍କ ପ୍ରଦର୍ଶନ ବେଳେ ଠେଲାପେଲା ହୋଇଥିଲା। ଏଥିରେ ବିଜେପିର ଦୁଇ ସାଂସଦ ପ୍ରତାପ ସଡଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଏହାପରେ ବିଜେପି ଅଭିଯୋଗ କରିଥିଲା ଯେ, ଦୁଇ ସାଂସଦଙ୍କୁ ରାହୁଲ ଧକ୍କା ଦେଇ ତଳେ ପକାଇଥିଲେ। ୧୯ ଡିସେମ୍ବର ସନ୍ଧାରେ ଏହି ମାମଲାରେ ବିଜେପି ଓ ସାଂସଦ ହେମଙ୍ଗ ଯୋଶୀ, ଅନୁରାଗ ଠାକୁର ଓ ବାଂଶୁରୀ ସ୍ବରାଜ ସଂସଦ ମାର୍ଗ ପୋଲିସ ଷ୍ଟେସନ୍ରେ ମାମଲା ରୁଜୁ କରିଥିଲେ।