ପ୍ରମୂଖ ଖବର
  • ଗଞ୍ଜାମ : ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ
  • ||
  • ଯାଜପୁର : ମୀନାବଜାର ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ
  • ||
  • ଖଲ୍ଲିକୋଟ : ମାଳଦ୍ୱୀପରେ ଫସି ରହିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ କରି ସରକାରଙ୍କୁ ଅନୁରୋଧ
  • ||
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

ବେଙ୍ଗାଲୁରୁରେ ହୃଦୟ ବିଦାରକ ଦୁର୍ଘଟଣା, କଣ୍ଟେନର ତଳେ ଚାପି ହୋଇଗଲା କାର୍, ଗୋଟିଏ ପରିବାରର ୬ ମୃତ…

Published By : Prameya | December 23, 2024 6:41 PM

ନୂଆଦିଲ୍ଲୀ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ସହରର ନେଲମଙ୍ଗଲା ଅଞ୍ଚଳରେ ଏକ ଭଲଭୋ କାର ଉପରେ ଏକ କଣ୍ଟେନର ଟ୍ରକ ଓଲଟି ପଡ଼ିବା କାରଣରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି କି କାରରେ ଏକ ଟେକ୍ କମ୍ପାନୀର ସିଇଓ ଥିଲେ, ଯିଏ ତାଙ୍କ ପରିବାର ସହିତ ବିଜୟପୁରକୁ ଯାଉଥିଲେ। ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ସମସ୍ତ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ରାସ୍ତା ଜାମ୍ ହୋଇଥିଲା। ଏହି ଘଟଣାରେ ଟ୍ରକର ଡ୍ରାଇଭରଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। 

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଟ୍ରକଟି କାର ଉପରେ ପଡିଯାଇଥିଲା ଯେଉଁଥିପାଇଁ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ଏଥିରେ ବସିଥିବା ଲୋକଙ୍କ ମୃତଦେହ ମଧ୍ୟ କ୍ଷତବିକ୍ଷତ ହୋଇଯାଇଛି । ପୋଲିସ ଦେଇଥିବା ସୂଚନା ଅନୁଯାୟୀ ବେଙ୍ଗାଲୁରୁ ଉପକଣ୍ଠରେ ଥିବା ତାଲେକେର ନିକଟ ନେଲମଙ୍ଗାଲାରେ ଏହି ଦୁର୍ଘଟଣା ଘଟିଛି । 

ଏହି ଭୟଙ୍କର ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଆରିଫ୍ କହିଛନ୍ତି ଯେ,“ମୋ ଟ୍ରକ୍ ସାମ୍ନାରେ ଏକ କାର୍ ଯାଉଥିଲା ଏବଂ କାର୍ ଡ୍ରାଇଭର ହଠାତ୍ ବ୍ରେକ୍ ଲଗାଇଥିଲେ। ଯେଉଁଥିପାଇଁ ମୁଁ ମୋ ଗାଡିର ନିୟନ୍ତ୍ରଣ ହରାଇଲି। ସେତେବେଳେ ମୁଁ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ଚଳାଉଥିଲି । କାରକୁ ବଞ୍ଚାଇବା ପାଇଁ ମୁଁ ଷ୍ଟିଅରିଂକୁ ରାସ୍ତାର ଡାହାଣ ପାର୍ଶ୍ୱରେ ଥିବା ଡିଭାଇଡର୍ ଆଡକୁ ବୁଲାଇଥିଲି । କିନ୍ତୁ ତା’ପରେ ମୁଁ ଆଉ ଏକ କାର ଦେଖିଲି ଏବଂ ପୁନର୍ବାର ଟ୍ରକକୁ ବାମକୁ ବୁଲାଇଲି। ଏହି କାରଣରୁ ଟ୍ରକଟି ଓଲଟି ପଡିଥିଲା, ଟ୍ରକଟି ଇସ୍ପାତ ସାମଗ୍ରୀରେ ଭର୍ତ୍ତି ହୋଇଥିଲା। ”

ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସର ବିବୃତ୍ତି ମଧ୍ୟ ପ୍ରକାଶ ପାଇଛି। ପୋଲିସର କହିବାନୁସାରେ ଏହି ଘଟଣାର ତଦନ୍ତ ଚାଲୁଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ବିସ୍ତୃତ ଅନୁସନ୍ଧାନ କରାଯାଉଛି। ନିକଟସ୍ଥ ସିସିଟିଭି କ୍ୟାମେରା ମଧ୍ୟ ଯାଞ୍ଚ କରାଯାଉଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.