ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ରଙ୍ଗ ବଦଳେଇଲା ପାକିସ୍ତାନ; ହମାସ ନେତାଙ୍କୁ ଡାକି ପିଓକେରେ ଦେଲା ଭିଆଇପି ଆତିଥ୍ୟତା

Published By : Bijay Swain | February 6, 2025 5:03 PM

Image courtesy: indiatoday

ନୂଆଦିଲ୍ଲୀ: ପାକିସ୍ଥାନ ଅଧିକୃତ କାଶ୍ମୀର(ପିଓକେ)ରେ ଏକ ଭାରତ ବିରୋଧି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ଆତଙ୍କୀ ସଂଗଠନ ହମାସର ଜଣେ ପ୍ରତୀନିଧିଙ୍କୁ ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବାର ଆତଙ୍କବାଦୀମାନେ ଭିଆଇପି ଆତିଥ୍ୟତା ପ୍ରଦାନ କରିଛନ୍ତି। ଏନେଇ ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ହମାସର ମୁଖ୍ୟ ରାୱଲକୋଟେ ଅଞ୍ଚଳରେ ଥିବା ସହୀଦ ସବୀର ଷ୍ଟାଡିୟମକୁ ଏକ ବିଳାସପୂର୍ଣ୍ଣ ଏସୟୁଭି ଗାଡିରେ ପ୍ରବେଶ କରୁଥିବା ସମୟରେ ତାଙ୍କ ଚାରିପାଖେ ଜୈସ ଓ ଲସ୍କର ସଂଗଠନର ଆତଙ୍କୀ ମାନେ ମଟରସାଇକେଲ ଓ ଘୋଡା ନେଇ ଯାତ୍ରା କରୁଥିବା ଦେଖାଯାଇଛି। 

ଅନ୍ୟ ଏକ ଭିଡିଓରେ ଜୈସ ଓ ଲସ୍କର ସଂଗଠନର ଆତଙ୍କବାଦୀମାନେ ହମାସର ପତାକା ଧରି ବାଇକ ଓ ଘୋଡାରେ ରାଲି କରୁଥିବା ଦେଖାଯାଇଛି। ସୂଚନା ମୁତାବକ ହମାସ ଏକ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହୋଇଥିବା ବେଳେ ପ୍ରଥମ ଥର ପାଇଁ ପାକିସ୍ତାନରେ ହେଉଥିବା କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛି। ପିଓକେରେ ହେଉଥିବା ବାର୍ଷିକ କାର୍ଯ୍ୟକ୍ରମ ‘କାଶ୍ମୀର ସଂହତୀ ଦିବସ’ରେ ଯୋଗ ଦେବା ଅବସରରେ ହମାସ ନେତାଙ୍କ ଉପରେ ପୁଷ୍ପବୃଷ୍ଟି ମଧ୍ୟ କରାଯାଇଥିଲା। 

ଭାରତ ବିରୋଧି କାର୍ଯ୍ୟକୁ ସମର୍ଥନ କରିବା ପାଇଁ ପାକିସ୍ତାନ ପ୍ରତିବର୍ଷ ‘କାଶ୍ମୀର ସଂହତୀ ଦିବସ’ ପାଳନ କରିଥାଏ। ଚଳିତବର୍ଷ ଫ୍ରେବୃୟାରି ୫ ତାରିଖରେ ଏହି ସମ୍ମିଳନୀ ଆନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ପ୍ରମୁଖ ଆତଙ୍କୀ ନେତା ତାହ୍ଲା ସୈଫ, ଜୈସ-ଇ-ମହମ୍ମଦର ମୁଖିଆ ମସୁଦ ଅଜହର ଓ ଜୈସ କମାଣ୍ଡର ଅସଘର ଖାନ କାଶ୍ମୀରି ଯୋଗଦେଇଥିଲେ।

ଏହି ସମ୍ମିଳନୀରେ ହମାସର ପ୍ରତିନିଧି ସ୍ୱରୁପ ଡ. ଖଲିଦ ଅଲ-କାଦୌମି ଯୋଗ ଦେଇଥିଲେ। ତେବେ ମଧ୍ୟପ୍ରାଚ୍ୟରେ ସୀମିତ ଥିବା ଆତଙ୍କୀ ସଂଗଠନ ପାକିସ୍ତାନି କାର୍ଯ୍ୟକ୍ରମରେ ଯୋଗ ଦେବା ସମସ୍ତଙ୍କୁ ବିସ୍ମିତ କରିଛି। ତେବେ ଭବିଷ୍ୟତରେ ହମାସ ନିଜକୁ ବଢାଇବାର ଲକ୍ଷ୍ୟ ରଖି ପାକିସ୍ତାନ ଆତଙ୍କୀ ସଂଗଠନ ସହ ଘନିଷ୍ଠତା ବଢାଉଛି ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁଯାୟି ପୂର୍ବରୁ ହମାସର ଅନେକ ନେତା ଭାରତ କାଶ୍ମୀର ଅଞ୍ଚଳରେ ମାନବାଧିକାର ଉଲଘଂନ କରୁଛି ବୋଲି କହିଛନ୍ତି। ତେବେ ମିଳିଥିବା ଗୁଇନ୍ଦା ସୂଚନାନୁଯାୟି ହମାସ ଦକ୍ଷିଣ ଏସିଆରେ ବିଭିନ୍ନ ଆତଙ୍କୀ ସଂଗଠନ ସହ ସମ୍ପର୍କ ଯୋଡିବାରେ ଲାଗିଛି। ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି।

ବୁଧବାର ଏହି ସମ୍ମିଳନିରେ ଯୋଗଦେଇ ପାକିସ୍ଥାନ ଭାରତ ସହ କଥା ହେବାକୁ ଚାହ୍ଁ ବୋଲି ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଘୋଷଣା କରିଥିଲେ। ଦିନକ ପରେ ଏହି ସମ୍ମିଳନୀରେ ବିଶ୍ୱର ବଡବଡ ଆତଙ୍କୀ ସଂଗଠନମାନେ ଏକଜୁଟ ହୋଇ ବାରତ ବିରୋଧି କାର୍ଯ୍ୟକ୍ରମ କରିବା ଘଟଣା ପାକିସ୍ତାନର ମୁଖା ଖୋଲିଦେଇଛି। ତେବେ କାଶ୍ମୀର ଭାରତର ଏକ ଅବ୍ୟଚ୍ଛେଦ ଅଙ୍ଗ ହୋଇଥିବା ବେଳେ ପାକିସ୍ତାନ ସେଠାରେ ନିଜର ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.