ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଆଫଗାନିସ୍ତାନ ସୀମାରେ ପାକିସ୍ତାନର ବଡ଼ କାର୍ଯ୍ୟାନୁଷ୍ଠାନ, ୩୦ ଆତଙ୍କବାଦୀଙ୍କୁ ହତ୍ୟା କଲା ସେନା…

Published By : Prameya | February 19, 2025 6:51 PM

ନୂଆଦିଲ୍ଲୀ: ପାକିସ୍ତାନରେ ସେନା ଆତଙ୍କବାଦୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖଓ୍ବା ପ୍ରଦେଶରେ ଏକ ଗୁପ୍ତଚର ସୂଚନା ଆଧାରରେ ସୁରକ୍ଷାବାହିନୀ ଅପରେସନ ଆରମ୍ଭ କରିଥିଲା। ସୁରକ୍ଷା ବାହିନୀ ଅତି କମରେ ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ସେନାର ଗଣମାଧ୍ୟମ ଶାଖା ଏ ବିଷୟରେ ସୂଚନା ଦେଇଛି। ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର) ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ,ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିଥିଲା। ଏହା ପରେ ଦକ୍ଷିଣ ୱାଜିରିସ୍ତାନ ଜିଲ୍ଲାର ସରୋଘା ଅଞ୍ଚଳରେ ଏହି ଅପରେସନ କରାଯାଇଥିଲା।

ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ଏକ ବିବୃତ୍ତିରେ କହିଛି ଯେ, ସୁରକ୍ଷା ବାହିନୀ ଆତଙ୍କବାଦୀ ଆଡ୍ଡାସ୍ଥଳୀ ଗୁଡ଼ିକୁ ପ୍ରଭାବଶାଳୀ ଭାବେ ଟାର୍ଗେଟ କରିଥିଲେ ଏବଂ ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ସଫଳ ସାମରିକ ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଖାଇବର ପଖତୁନଖଓ୍ବା ରାଜ୍ୟପାଳ ପାକିସ୍ତାନ ସଶସ୍ତ୍ର ବାହିନୀକୁ ପ୍ରଶଂସା କରିଛନ୍ତି।

ଏହା ଉଲ୍ଲେଖନୀୟ ଯେ ଏହା ପୂର୍ବରୁ, ଆତଙ୍କବାଦୀ ମାନେ ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମ ଅଞ୍ଚଳରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ। ଗୁଳିବିନିମୟ ସମୟରେ ଚାରି ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ।

ଯଦି ଆମେ ୨୦୨୫ ମସିହାର ଜାନୁଆରୀ ମାସ ବିଷୟରେ କଥା ହେବା, ତେବେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଛି। ଏହା ଗତ ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ୨୦୨୪ ତୁଳନାରେ ୪୨ ପ୍ରତିଶତ ଅଧିକ । ଥିଙ୍କ ଟ୍ୟାଙ୍କ୍ ଏ ବିଷୟରେ ସୂଚନା ଦେଇଥିଲା। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଜାନୁଆରୀ ମାସରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀ ୧୮୫ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.