ନୂଆଦିଲ୍ଲୀ,୧୧।୩: ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନ ପାଇଁ ଲଜ୍ଜାଜନକ ଘଟଣା। ପାକିସ୍ତାନର କୁଟନୀତିଜ୍ଞଙ୍କୁ ଆମେରିକାରେ ମିଳିଲାନି। ଏବେ ଏହାକୁ ନେଇ ଆମେରିକା କିମ୍ବା ପାକିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଔପଚାରିକ ସୂଚନା ଦିଆଯାଇନାହିଁ। ତେବେ କୁହାଯାଉଛ ଯେ, ପାକ୍ କୁଟନୀତିଜ୍ଞଙ୍କ ପାଖରେ ଯାତ୍ରା ସମ୍ପର୍କିତ ସମସ୍ତ ଜରୁରୀ ଦସ୍ତାବିଜ ଥିବା ପରେ ମଧ୍ୟ ଅନୁମତି ମିଳିଲାନି।
ରିପୋର୍ଟ ଅନୁସାରେ, ପାକ୍ ରାଷ୍ଟ୍ରଦୂତ କେକେ ଏହସାନ୍ ଭାଗାନଙ୍କୁ ଆମେରିକାର ଲସ୍ ଆଞ୍ଜେଲସ୍ ଏୟାରପୋର୍ଟରୁ ଫେରାଇ ନିଆଯାଇଛି। ଖବର ରହିଛି ଯେ, ତାଙ୍କ ପାଖରେ ବୈଧ ଭିସାକୁ ନେଇ ସବୁ ଜରୁରୀ କାଗଜପତ୍ର ଥିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ଆମେରିକାକୁ ଛୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ଇମିଗ୍ରେସନ୍ ଅଧିକାରୀ ତାଙ୍କୁ ରୋକିବା ପରେ ଗ୍ରହଣ କରିଥିଲେ କାଯ୍ୟାନୁଷ୍ଠାନ। କୁହାଯାଉଛି ଯେ, ବିବାଦସ୍ପଦ ଭିସା ନୀତି କାରଣରୁ ଭାଗାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ଆମେରିକା ଏହି କାର୍ଯ୍ୟାନୁଷ୍ଠାନର କାରଣ ସ୍ପଷ୍ଟ କରିନି।
ଇଣ୍ଡିଆଟୁଡେର ରିପୋର୍ଟ ଅନୁସାରେ, ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି ରାଷ୍ଟ୍ରଦୂତ କେକେ ଭାଗାନଙ୍କୁ ଆମେରିକାରୁ ଡିପୋର୍ଟ କରାଯାଇଛି। ତାଙ୍କ ଉପରେ ଏକ ଇମିଗ୍ରେସନ୍ ଆପତ୍ତି ରୁଜୁ କରାଯାଇଥିଲା। ଏହି କାରଣରୁ ତାଙ୍କୁ ଡିପୋର୍ଟ କରାଯାଇଛି।’ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ଓ ସଚିବ ଅମିନ ବଲୋଚ ଏ ସମ୍ପର୍କରେ ସୂଚିତ କରି ଦିଆଯାଇଛି। ଅନ୍ୟପକ୍ଷେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ନିଜ କନସୁଲେଟ୍କୁ ମାମଲାର ଯାଞ୍ଚ କରିବାର ନିର୍ଦେଶ ଦେଇଛି। ଉଲ୍ଲେଖନୀୟ ଯେ, ଭାଗାନ ଜଣେ ଅନୁଭବୀ କୁଟନୈତିଜ୍ଞ। ସେ ପାକିସ୍ତାନର ବୈଦେଶିକ ସେବାରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିସାରିଛନ୍ତି। ସେ ଲସ୍ ଆଞ୍ଜେଲସ୍ରେ ପାକିସ୍ତାନ କନସୁଲେଟ୍ରେ କାଉସିଲ ଜେନେରାଲ ଥିଲେ। ଖବର ଅନୁସାରେ, ଭାଗାନ ସମ୍ଭାବିତ ରୂପରେ ରାଜଧାନୀ ଇସଲାମାବାଦ ଫେରିପାରନ୍ତି ଓ ପୁରା ସ୍ଥିତି ଉପରେ ବିବରଣୀ ଦେଇ ପାରନ୍ତି। ଏପର୍ଯ୍ୟନ୍ତ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି।