ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବଢ଼ିଲା କିଡ୍‌ନୀ ଜନିତ ସମସ୍ୟା, ପଦ୍ମଶ୍ରୀ କମଳା ପୂଜାରୀ ଏସ୍‌ସିବି ସ୍ଥାନାନ୍ତର

ଜୟପୁର,୧୮/୦୭: ପଦ୍ମଶ୍ରୀ କମଳା ପୂଜାରୀଙ୍କ କିଡ୍‌ନୀଜନିତ ରୋଗ ସମସ୍ୟା  ବଢ଼ିଯାଇଛି । ଅଧିକ ଚିକିତ୍ସା ଲାଗି ପ୍ରଶାସନ ପକ୍ଷରୁ ତାଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ  ମେଡିକାଲ କଲେଜ୍‌ ଏବଂ ହସପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ସିକେଡି  (କ୍ରନିକ୍‌ କିଡନୀ ଡିଜିଜ୍‌) ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ  ସମସ୍ୟାର ଚିକିତ୍ସା କରିବେ ବିଭିନ୍ନ ବିଭାଗର ସ୍ୱତନ୍ତ୍ର  ବିଶେଷଜ୍ଞ ଡାକ୍ତର । ଜିଲ୍ଲା ମେଡ଼ିକାଲ୍‌ ଅଧିକାରୀ  ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ଏହି ସୂଚନା ଦେଇଛନ୍ତି ।  

ଡାକ୍ତର ମିଶ୍ର କହିଛନ୍ତି, ପଦ୍ମଶ୍ରୀ କମଳା ଆମ  ରାଜ୍ୟର ଗର୍ବ । ତାଙ୍କ ଚିକିତ୍ସା ଲାଗି ୭ ଜଣିଆ ଡାକ୍ତର  ଟିମ୍‌ ଗଢ଼ାଯାଇଥିଲା । ପାରାମେଡିକାଲ କର୍ମଚାରୀ ବିଭିନ୍ନ  ନମୁନା ସଂଗ୍ରହ କରିଥିଲେ । ପରୀକ୍ଷା ରିପୋର୍ଟ ମିଳିବା  ପରେ କମଳାଙ୍କ ଦୀର୍ଘ ଦିନର କିଡ୍‌ନୀ ରୋଗ ସମସ୍ୟା  ବଢ଼ିଯାଇଥିବା ସ୍ପଷ୍ଟ ହୋଇଥିଲା । କ୍ରିଏଟିନିନ୍‌ ଏବଂ ୟୁରିଆ  ପରିମାଣ ଆବଶ୍ୟକତାଠୁ ଅଧିକା ରହିଛି । ଶରୀରରେ  ରକ୍ତ ପରିମାଣ କମ୍‌ ରହିଛି । ଭୋକ ହେଉନଥିବାରୁ  ଦୁର୍ବଳ ହୋଇଯାଇଛନ୍ତି । ତୁରନ୍ତ ପ୍ରତିକାର ବ୍ୟବସ୍ଥା  ଗ୍ରହଣ କରାଯାଇଥିଲା । ଅଧିକ ଚିକିତ୍ସା ଦରକାର ବୋଲି ଗଢ଼ାଯାଇଥିବା ଟିମ୍‌ ସଦସ୍ୟ  ରିପୋର୍ଟ ଦେଇଥିଲେ । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯାଇଥିଲା । ଅନୁମତି  ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଆମ୍ବୁଲାନ୍ସରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ  ଫାର୍ମାସିଷ୍ଟଙ୍କ ସହ କମଳାଙ୍କ ପୁଅ ଟଙ୍କଧର ପୂଜାରୀ ଏବଂ ବୋହୂ ଚଞ୍ଚଳା ପୂଜାରୀ ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.