ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଘାଟାରେ ଚାଲୁଛି OSRTC: ୨ବର୍ଷରେ ୪୫ କୋଟି ୪୬ ଲକ୍ଷ କ୍ଷତି, ପରିବହନ ମନ୍ତ୍ରୀଙ୍କ ଉତ୍ତର

Published By : Harapriya Sethi | March 27, 2025 3:18 PM

ଭୁବନେଶ୍ୱର,୨୭/୦୩: ବିଧାନସଭାରେ OSRTC ର ଆୟ ଏବଂ ବ୍ୟୟକୁ ନେଇ ପ୍ରଶ୍ନୋତ୍ତର । ଆୟଠୁ ବଢି ଯାଉଛି ବ୍ୟୟ । ଘାଟାରେ ଚାଲୁଛି OSRTC । ଦୁଇ ବର୍ଷରେ ୪୫ କୋଟି ୪୬ ଲକ୍ଷ ଟଙ୍କା କ୍ଷତି କଲାଣି OSRTC । ପରିବହନ ମନ୍ତ୍ରୀ ବିଭୂତି ଜେନା ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ।

OSRTC ରେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ କ୍ଷତି ହୋଇଥିବା ବେଳେ ୨୦୨୩-୨୪ ରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଛି । ୨୦୨୨-୨୩ ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୬୪ କୋଟି ୧୨ ଲକ୍ଷ ଟଙ୍କା ହୋଇଛି । ସେହିଭଳି ୨୦୨୩-୨୪ ରେ ୧୫୬ କୋଟି ୪୩ ଲକ୍ଷ ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୮୩ କୋଟି ୬ ଲକ୍ଷ ଟଙ୍କା । ତେବେ ପୂର୍ବ ବର୍ଷ ଅପେକ୍ଷା ଆୟ ବଢିଥିବା ବେଳେ ବ୍ୟୟ ବି ବଢ଼ିଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । 

ସେହିଭଳି ରାଜ୍ୟରେ କେତୋଟି ରୁଟରେ କେତେ ସଂଖ୍ୟକ ବସ୍‌ ଚଳାଚଳ କରୁଛି ଏବଂ ବର୍ତ୍ତମାନ ସରକାରୀ ବସ୍‌ ଚଳାଚଳ ଦ୍ୱାରା ନିଗମରେ ଗତ ୨ ବର୍ଷ ମଧ୍ୟରେ ଆର୍ଥିକ ସ୍ଥିତି କଣ ରହିଛି ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଏହାର ଲିଖିତ ଦେଇ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ୨୬୦ଟି ରୁଟରେ ୩୮୮ ସରକାରୀ ବସ ଚଳାଚଳ କରୁଅଛି । ବର୍ତ୍ତମାନ ବସ ଚଳାଚଳ ଦ୍ୱାରା ନିଗମରେ ଗତ ୨ ବର୍ଷ ମଧ୍ୟରେ ଆର୍ଥିକ ସ୍ଥିତିର ବର୍ଷୱାରୀ ବିବରଣୀ ପରିଶିଷ୍ଟ କରେ ସଂଲଗ୍ନ କରାଗଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.