ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

Published By : Prameya | April 9, 2025 10:35 PM

ଛତ୍ରପୁର,୯।୪ ; ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ ମାଧପୁର ଦକ୍ଷିଣକାଳୀ ମନ୍ଦିର ସମ୍ମୁଖ ରାସ୍ତାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି l ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି l ମୃତକ ଜଣକ ବଡ଼ମାଧପୁର ଅଞ୍ଚଳର ଏସ. ନିରଞ୍ଜନ ରେଡ୍ଡୀ ଓ ଗୁରୁତର ଆହତ ଜଣକ ନିମପଲ୍ଲି ଅଞ୍ଚଳର ପିଣ୍ଟୁ ଦାସ l 

ଏସ. ନିରଞ୍ଜନ ରେଡ୍ଡୀ ନିଜ ଗ୍ରାମରୁ ଏକ ବାଇକ ଯୋଗେ ମନ୍ଦିରକୁ ଯାଉଥିବା ବେଳେ ଅପର ପଟୁ ପିଣ୍ଟୁ ଆଉ ଏକ ବାଇକ ଯୋଗେ ନିଜ ଗ୍ରାମରୁ ହିଂଡୁଳା ଅଭିମୁଖେ ଯାଉଥିଲେ l ଦୁହିଁଙ୍କ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା l ଫଳରେ ନିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ କୁ ଅଣାଯାଇଥିବା ବେଳେ ଗୁରୁତର ଆହତ ପିଣ୍ଟୁ ଙ୍କୁ ଏକ ଅଟୋ ଯୋଗେ ଛତ୍ରପୁର ମେଡିକାଲ ଅଣାଯାଇଥିଲା l ସେଠାରେ  ନିରଞ୍ଜନଙ୍କୁ  ଡାକ୍ତର ମୃତ ଘୋଷଣା କରିଥିଲେ l ଅନ୍ୟପଟେ ପିଣ୍ଟୁ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.