ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ନଡ଼ିଆ ତୋଳାକୁ ନେଇ ଗୋଷ୍ଠୀ ସଂଘର୍ଷ; ଘଟଣାରେ ୮ ଜଣଙ୍କୁ ବାନ୍ଧିଲା ପୁଲିସ

Published By : Bijay Swain | April 11, 2025 11:42 PM

ଖଲ୍ଲିକୋଟ, ୧୧/୦୪: ସରକାରୀ ବିଦ୍ୟାଳୟ ପରିସରରେ ଥିବା ଗଛରୁ ମଧ୍ୟ ରାତ୍ରୀରେ ଗୋଟିଏ ଗୋଷ୍ଠୀ ନଡ଼ିଆ ତୋଳୁଥିଲେ। ଏହି ସମୟରେ ଗ୍ରାମର ଅନ୍ୟ ଗୋଷ୍ଠୀର ଯୁବକମାନେ ପହଞ୍ଚି ବିରୋଧ କଲେ। ଏହାକୁ ନେଇ ଆରମ୍ଭ ହୋଇଗଲା ଝଗଡା। ଦୁଇ ଗୋଷ୍ଠୀ ପରସ୍ପର ଉପରେ ଆକ୍ରମଣ କଲେ। ଗଣ୍ଡଗୋଳରେ ୪ ଜଣଙ୍କ ମୁଣ୍ଡ ଫାଟିଲା। ଆଉ ମାମଲା ଥାନାକୁ ଯିବା ପରେ ପୁଲିସ ଉଭୟପକ୍ଷର ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ଏଭଳି ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ। ଖବର ମୁତାବକ, ମାଣିକପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଗଛରୁ ଗ୍ରାମର କିଛି ଯୁବକ ଗତକାଲି ମଧ୍ୟରାତ୍ରୀରେ ନଡ଼ିଆ ତୋଳୁଥିଲେ।ଏହି ସମୟରେ ଗ୍ରାମର ଅନ୍ୟ ଏକ ଗୋଷ୍ଠୀର ଯୁବକ ମାନେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା। ଆଉ ଉଭୟ ଗୋଷ୍ଠୀ ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଗଣ୍ଡଗୋଳରେ ୪ ଜଣଙ୍କ ମୁଣ୍ଡ ଫାଟିଥିଲା। ଏହି ଘଟଣାକୁ ନେଇ ଉଭୟପକ୍ଷରୁ ଖଲ୍ଲିକୋଟ ଥାନାରେ ଅଭିଯୋଗ ଦାଏର କରାଯାଇଥିଲା। 

ଅଭିଯୋଗକୁ ଭିତ୍ତି କରି ଖଲ୍ଲିକୋଟ ଥାନା ପୁଲିସ କେସ ନମ୍ବର ୨୮୪ ଏବଂ ୨୮୫/୨୦୨୫ ଅନୁଯାୟୀ ଦୁଇଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ପୁଲିସ ଉଭୟ ପକ୍ଷରୁ ୪ ଜଣ ଲେଖାଏଁ ଗଣ୍ଡଗୋଳକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୮ ଜଣ ଯୁବକ ହେଲେ ମାଣିକପୁର ଗ୍ରାମର ଚନ୍ଦ୍ରଭାନୁ ମଲିକ, ଶୁଭେନ୍ଦୁ ମଲିକ, ନିଲୁ ପଲେଇ,ଯୁଗଳ ମଲିକ, ସତ୍ୟବ୍ରତ ମଲିକ,ବାଦଲ ଗୌଡ଼, ଶୁଭଙ୍କର ଗୌଡ଼ ଓ ନାଗେଶ୍ୱର ଦୁହୁଡି ବୋଲି ଆଇଆଇସି ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.