ନୂଆଦିଲ୍ଲୀ,୧୫/୦୩: ଚାଲିଛି ବିବାହ ଋତୁ । ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ସେଲିବ୍ରିଟି । ଏହାରି ଭିତରେ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଭାରତୀୟ ହକି ପ୍ଲେୟାର ମନଦୀପ ସିଂହ । ଜଣେ ହକି ଖେଳାଙ୍କୁ ଜୀବନସାଥୀ କରିବେ ମନଦୀପ । ମାର୍ଚ୍ଚ ୨୧ ତାରିଖରେ ମନଦୀପ ସିଂହ ମହିଳା ହକି ଖେଳାଳି ଉଦିତା କୌରଙ୍କୁ ବିବାହ କରିବେ ।
ଟିମ୍ ଇଣ୍ଡିଆର ଦୁଇ ହକି ଖେଳାଳି ପରସ୍ପରକୁ ଜୀବନସାଥୀ କରିବାକୁ ଯାଉଛନ୍ତି । ପଞ୍ଜାବ ଜଳନ୍ଧରର ଭାରତୀୟ ହକି ଖେଳାଳି ମନଦୀପ ସିଂହଙ୍କର ହାତଗଣ୍ଠି ପଡିବ । ଅଲମ୍ପିକ୍ସରେ ଦେଶକୁ ପ୍ରତିନିଧିତ୍ବ କରିଥିବା ମନଦୀପ ସିଂହ ମହିଳା ଅଲମ୍ପିକ୍ସ ଖେଳାଳି ଉଦିତା କୌରଙ୍କୁ ବିବାହ କରିବେ । ହରିୟାଣାର ହିସାରରେ ଉଦିତାଙ୍କ ଘର । ଦୁଇ ଅଲମ୍ପିକ ପ୍ଲେୟାରଙ୍କ ବାହାଘର ମାର୍ଚ୍ଚ ୨୧ ତାରିଖରେ ଜନନ୍ଧର ମଡେଲ ଟାଉନ ସ୍ଥିତ ଶ୍ରୀ ଗୁରୁଦ୍ବାର ସିଂହ ସଭାରେ ହେବ । ମାର୍ଚ୍ଚ ୨୨ରେ ରିସେପସନ ପାର୍ଟି ରହିଛି । ଦୁଇଜଣଙ୍କ ପରିବାର ବିବାହ ପ୍ରସ୍ତୁତିରେ ଲାଗି ପଡିଛନ୍ତି ।
ଅଧିକ ପଢନ୍ତୁ...ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ, ବିଶାଳ ରେକର୍ଡ କଲା ‘ଜିଓ ଷ୍ଟାର’
ଉଦିତା କୌରଙ୍କ କ୍ୟାରିୟର- ଭାରତୀୟ ମହିଳା ହକି ଦଳର ଡିଫେଣ୍ଡର ଉଦିତା ୨୦୧୭ରେ ସିନିୟର ଲେବଲରେ ଡେବ୍ୟୁ କରିଥିଲେ । ୨୦୧୮ରେ ଉଦିତା ଏସିଆ ଗେମ୍ସରେ ସିଲଭର,୨୦୨୨ କମନୱେଲଥ ଗେମ୍ସରେ ବ୍ରୋଞ୍ଚ ଓ ୨୦୨୩ ଏସିଆ ଚାମ୍ପିଅନ୍ସ ଟ୍ରଫିରେ ଗୋଲ୍ଡ ମେଡାଲ ଜିତିଥିବା ଦଳରେ ସାମିଲ ଥିଲେ । ୨୦୨୧ରେ ଟୋକିଓ ଅଲମ୍ପିକ୍ସରେ ଭାରତକୁ ଐତିହାସିକ ଚତୁର୍ଥ ସ୍ଥାନ ଦେବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଗତବର୍ଷ ମହିଳା ହକି ଇଣ୍ଡିଆ ଲିଗରେ ଦାମୀ ଖେଳାଳି ଥିଲେ । ଅନ୍ତର୍ଜାତୀୟ ସ୍ଥରରେ ମଧ୍ୟ ଉଦିତାଙ୍କର ବହୁତ ଭଲ ପ୍ରଦର୍ଶନ ରହିଛି ।