ପ୍ରମୂଖ ଖବର
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

WPL 2025 Final : ହରମନପ୍ରୀତ କୌରଙ୍କ ଅର୍ଦ୍ଧଶତକ; ଦିଲ୍ଲୀ ଆଗରେ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ

Published By : Prameya | March 15, 2025 9:51 PM

Image source: ABP Live

ମୁମ୍ବାଇ,୧୫/୦୩:  ମହିଳା ପ୍ରିମିୟର ଲିଗ୍ ୨୦୨୫ ର ଅନ୍ତିମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୪୯ ରନ୍ କରିଛି। ଡବ୍ଳୁପିଏଲ୍‌ର ବ୍ରାବୋର୍ନ୍ ଷ୍ଟାଡିୟମରେ ଏପର୍ଯ୍ୟନ୍ତ କୌଣସି ଦଳ ଦ୍ୱାରା ଏହା ସର୍ବନିମ୍ନ ସ୍କୋର ଅଟେ। ଫାଇନାଲରେ ଏମ୍‌ଆଇର ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା, କିନ୍ତୁ ଅଧିନାୟକ ହରମାନପ୍ରୀତ କୌର ୬୬ ରନ୍‌ର ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ପ୍ରଥମ ଇନିଂସରେ ନାଟ୍ ସ୍କିଭର-ବ୍ରଣ୍ଟ ମଧ୍ୟ ୩୦ ରନ୍ କରିଥିଲେ।

ଡବ୍ଳୁପିଏଲ୍‌ରେ ବ୍ରାବୋର୍ନ୍ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ସର୍ବନିମ୍ନ ସ୍କୋର ୧୬୬ ରନ୍ ଥିଲା। ଏହା ଗୁଜୁରାଟ ଜିଆଣ୍ଟସ୍ ଦ୍ୱାରା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ସ୍କୋର କରାଯାଇଥିଲା। କିନ୍ତୁ ଚଳିତ ସିଜନରେ ମୁମ୍ବାଇ ଏହି ଗ୍ରାଉଣ୍ଡରେ ସର୍ବନିମ୍ନ ସ୍କୋରି କରିଥିବା ଦଳ ହୋଇଛି। ଦିଲ୍ଲୀର ବୋଲିଂରେ ନାଲ୍ଲାପୁରେଡି, ଜେସ୍ ଜୋନାସନ୍ ଏବଂ ମେରିଜେନ୍ କେପ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ଏନ୍ନାବେଲ ସଦରଲ୍ୟାଣ୍ଡ ଗୋଟିଏ ୱିକେଟ୍ ନେଇଛନ୍ତି।

ନାଟ ସ୍କିଭର-ବ୍ରଣ୍ଟ ଡବ୍ଳୁପିଏଲ୍ ଇତିହାସରେ ଗୋଟିଏ ସିଜନରେ ୫୦୦ ରନ୍ ରେକର୍ଡ ଅତିକ୍ରମ କରିଥିବା ପ୍ରଥମ ଖେଳାଳି ହୋଇପାରିଛନ୍ତି। ସେ ଡବ୍ଳୁପିଏଲ୍‌ ୨୦୨୫ ରେ ମୋଟ ୫୨୩ ରନ୍ ସ୍କୋର କରିଛନ୍ତି, ଏଥିରେ ପାଞ୍ଚଟଇ ଅର୍ଦ୍ଧ ଶତକ ରହିଛି। ଏହାପୂର୍ବରୁ ଏହି ରେକର୍ଡ ଆରସିବିର ଏଲିସ ପେରିଙ୍କ ନାଁରେ ଥିଲା, ସେ ଡବ୍ଳୁପିଏଲ୍‌ ୨୦୨୪ ରେ ୩୪୭ ରନ୍ ସ୍କୋର କରିଥିଲେ। କହିରଖୁଛୁ ଯେ ଏହି ସିଜନରେ ୫୨୩ ରନ୍ ସ୍କୋର କରିବା ବ୍ୟତୀତ ବ୍ରଣ୍ଟ ଫାଇନାଲ ପୂର୍ବରୁ ୯ ୱିକେଟ୍ ନେଇଛନ୍ତି। ଏଭଳି ପରିସ୍ଥିତିରେ ସେ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ଭାବରେ ମନୋନୀତ ହେବାକୁ ସବୁଠାରୁ ବଡ଼ ପ୍ରତିଯୋଗୀ ବୋଲି ମନେହୁଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.