ପ୍ରମୂଖ ଖବର
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଅକ୍ଷର ପଟେଲ ଅଧିନାୟକ ହେବା ପରେ ଆସିଲା କେଏଲ ରାହୁଲଙ୍କ ପ୍ରଥମ ରିଆକ୍ଶନ, ଜାଣନ୍ତୁ କ’ଣ କହିଲେ …

Published By : Prameya | March 15, 2025 8:43 PM

ମୁମ୍ବାଇ,୧୫/୩ : ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣର କାଉଣ୍ଟଡାଉନ ଏବେ ଆରମ୍ଭ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଅଧିନାୟକ ରୂପରେ ଅକ୍ଷର ପଟେଲଙ୍କ ନାମର ଘୋଷଣା କରିଦେଇଛି।  ମାତ୍ର ପ୍ରଥମେ ଅନୁମାନ କରାଯାଉଥିଲା କି ଫ୍ରାଞ୍ଚାଇଜ ନିଜ ଅଧିନାୟକ ରୂପରେ କେଏଲ ରାହୁଲଙ୍କୁ ଚୟନ କରିପାରେ । ଯିଏ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାୟଣ୍ଟସର କମାଣ୍ଡ ସମ୍ଭାଳି ସାରିଛନ୍ତି । ଅକ୍ଷର ପଟେଲ ଅଧିନାୟକ ଭାବେ ନିଯୁକ୍ତ ହେବା ପରେ ଦିଲ୍ଲୀରେ ସାମିଲ କେଏଲ ରାହୁଲଙ୍କ ପ୍ରଥମ ରିଆକ୍ଶନ ସାମ୍ନାକୁ ଆସିଛି ।

ବାମ ହାତୀ ଅଲରାଉଣ୍ଡର ଅକ୍ଷର ପଟେଲ ୨୦୧୯ରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ସହ ଯୋଡ଼ି ହୋଇଥିଲେ । ସେବେଠାରୁ ସେ ଟିମ୍ ଲାଗି ୮୨ଟି ମ୍ୟାଚ୍ ଖେଳିସାରିଛନ୍ତି।  ତାଙ୍କୁ ଟିମ୍ ଆଇପିଏଲ୍ ୨୦୨୫ଲାଗି ୧୬.୫୦କୋଟି ଟଙ୍କାରେ ରିଟର୍ଣ୍ଣ କରିଥିଲା । ଟିମର ଅଧିନାୟକ ଋଷଭ ପନ୍ତଙ୍କୁ ରିଲିଜ କରିଦିଆଯାଇଥିଲା ଏବଂ ଫ୍ରାଞ୍ଚାଇଜ ତାଙ୍କୁ ଅକ୍ଶନରେ କିଣିବାକୁ କୌଣସି ଋଚି ଦେଖାଇନଥିଲେ । ଅକ୍ଶନରେ ଟିମ୍ କେଏଲ୍ ରାହୁଲଙ୍କୁ ୧୪କୋଟି ଟଙ୍କାରେ କିଣିଥିଲା, ଯିଏ ପଞ୍ଜାବ ଏବଂ ଲକ୍ଷ୍ନୌ ଲାଗି ଅଧିନାୟକ କରିସାରିଛନ୍ତି । ରିପୋର୍ଟ୍ସରେ କୁହାଯାଇଛି କି ରାହୁଲ ନିଜେ ଅଧିନାୟକ ହେବାକୁ ମନା କରିଦେଇଥିଲେ । ଯାହାପରେ ଅକ୍ଷର ପଟେଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର କମାଣ୍ଡ ଦିଆଯାଇଛି । 

ଦିଲ୍ଲୀ କ୍ୟାପିଟାଲ୍ସ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଅକ୍ଷର ପଟେଲଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରିବା ନେଇ ସୂଚନା ଦେଇଛନ୍ତି । ଏହି ପୋଷ୍ଟରେ କେଏଲ ରାହୁଲଙ୍କ କମେଣ୍ଟ ଆସିଛି । ସେ ଲେଖିଛନ୍ତି କି, ’ଶୁଭେଚ୍ଛା ବାପୁ । ଏହି ନୂଆ ଯାତ୍ରା ଲାଗି ଆପଣଙ୍କୁ ଶୁଭକାମନା ଏବଂ ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’ । 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.