ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଖେଳାଳିଙ୍କ ପରିବାର ଲାଗି ବିସିସିଆଇର କଡ଼ା ନିୟମ, ଅସନ୍ତୋଷ ପ୍ରକାଶ କଲେ କୋହଲି

Published By : Tapas Panda | March 16, 2025 5:00 PM

Image Courtesy: cricket.com

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟର ବିରାଟ କୋହଲି ବିସିସିଆଇର ନିୟମ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଖେଳାଳିମାନଙ୍କ ସହ ସେମାନଙ୍କ ପରିବାର ସଦସ୍ୟ ଯାତ୍ରା କରିବା ଉପରେ ବିସିସିଆଇ ପ୍ରତିବନ୍ଧକ ଲଗାଇଛି । ଭାରତୀୟ ଦଳ ୨୦୨୪-୨୫ରେ ବର୍ଡର-ଗାଭାସ୍କର ଟ୍ରଫିରେ ପରାସ୍ତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା ଯେ, ଖେଳାଳିଙ୍କ ପିଲାମାନେ ଏବଂ ପତ୍ନୀ ୪୫ ଦିନରୁ ଅଧିକ ସମୟ ଧରି ହେବାକୁ ଥିବା ଖେଳର ଦୁଇ ସପ୍ତାହ ପରେ ହିଁ ଯୋଗ ଦେଇପାରିବେ । ଏହାଠୁ କମ୍‌ ଅବଧିର ଗସ୍ତ ଲାଗି ପରିବାରକୁ ଏକ ସପ୍ତାହ ପର୍ଯ୍ୟନ୍ତ ରହିବାକୁ ଅନୁମତି ଦିଆଯିବ । ଏହାକୁ ନେଇ ବିରାଟ କୋହଲି କହିଛନ୍ତି ଯେ, ନିୟମ ପରିବର୍ତ୍ତନ କରାଯିବା ଉଚିତ ଏବଂ ଖେଳାଳିମାନେ ସେମାନଙ୍କ ପରିବାର ସହିତ ରହିବା ଦରକାର ।

କୋହଲି RCB ଇନୋଭେସନାଲ୍ ଲ୍ୟାବ୍ ଇଣ୍ଡିଆନ୍ ସ୍ପୋର୍ଟ୍ସ ସମିଟ୍ ସମୟରେ କହିଛନ୍ତି, ‘ଲୋକମାନଙ୍କୁ ବୁଝାଇବା ବହୁତ କଷ୍ଟକର ଯେ ଯେତେବେଳେ ତୁମ ସହିତ କିଛି ଖରାପ ହୁଏ , ସେତେବେଳେ ତୁମର ପରିବାର ପାଖକୁ ଫେରି ଆସିବା କେତେ ଜରୁରୀ । ମୁଁ ଭାବୁନାହିଁ ଯେ, ଲୋକମାନେ ଏହାର ମୂଲ୍ୟ ବୁଝିପାରୁଛନ୍ତି । ମୁଁ ଏଥିପାଇଁ ବହୁତ ନିରାଶ ଅନୁଭବ କରୁଛି ।’ 

ସେ ଆହୁରି କହିଛନ୍ତି ଯେ, ‘କୌଣସି ଖେଳାଳି ଖରାପ ଖେଳ ପରେ ଏକା ତାଙ୍କ କୋଠରୀକୁ ଯାଇ ମନ ଦୁଃଖ କରିବାକୁ ଚାହାଁନ୍ତି ନାହିଁ । ସେ ସାଧାରଣ ସ୍ଥିତିକୁ ଫେରିବାକୁ ଚାହାଁନ୍ତି ଏବଂ ମ୍ୟାଚ୍ ପରେ ସେ ପୁଣି ଥରେ ଭଲ ଖେଳିବାକୁ ଚେଷ୍ଟା କରନ୍ତି । ଯଦି ତୁମେ କୌଣସି ଖେଳାଳିଙ୍କୁ ପଚାର, ତୁମେ କ'ଣ ଚାହୁଁଛ  ?  ତୁମର ପରିବାର ସବୁବେଳେ ତୁମ ପାଖରେ ରହୁ ? ସେ ହଁ ବୋଲି କହିବ । ସେ କୋଠରୀକୁ ଯାଇ ଏକା ବସି ମନ ଦୁଃଖ କରିବାକୁ ଚାହେଁ ନାହିଁ ।  ସାଧାରଣ ହେବାକୁ ଚାହେଁ। ତା'ପରେ ପ୍ରକୃତରେ ସେ ଖେଳକୁ ଏକ ଦାୟିତ୍ୱ ଭାବରେ ଗ୍ରହଣ କରିପାରିବ।’

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.