ପ୍ରମୂଖ ଖବର
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଦ୍ବିତୀୟ ଥର ଡବ୍ଳୁପିଏଲ୍‌ ଚାମ୍ପିୟନ ହେଲା ମୁମ୍ବାଇ ଇଣ୍ଡିଆନ୍ସ; ଲଗାତର ତୃତୀୟ ଥର ଫାଇନାଲରେ ହାରିଲା ଦିଲ୍ଲୀ

Published By : Prameya | March 15, 2025 11:44 PM

ମୁମ୍ବାଇ,୧୫/୦୩: ମହିଳା ପ୍ରିମିୟର ଲିଗ୍‌ ୨୦୨୫ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନ୍‌ରେ ପରାସ୍ତ କରିଛି। ଏଥିସହିତ ମୁମ୍ବାଇ ଦଳ ଦ୍ୱିତୀୟ ଥର ପାଇଁ ଡବ୍ଳୁପିଏଲ୍‌ ଚାମ୍ପିଅନ୍ ହୋଇଛି। ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୪୯ ରନ୍ କରିଥିଲା। ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ଟାର୍ଗେଟରୁ ୮ ରନ୍‌ରେ ଖସି ଯାଇଥିଲେ। ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍ ଜାରି ରହିଥିଲା, କିନ୍ତୁ ଅଧିନାୟକ ମେଗ ଲାନିଙ୍ଗ କ୍ରମାଗତ ତୃତୀୟ ଫାଇନାଲ ହାରିବାକୁ ଦିଲ୍ଲୀକୁ ରକ୍ଷା କରିପାରି ନଥିଲେ।

ଡବ୍ଳୁପିଏଲ୍‌ ୨୦୨୫ ଟୁର୍ନାମେଣ୍ଟରେ ପୁଣି ଥରେ ଚେଜ୍‌ କରିଥିବା ଦଳକୁ ବ୍ରାବର୍ନ ଷ୍ଟାଡିୟମରେ ପରାଜୟର ସମ୍ମୁଖିନ ହେବାକୁ ପଡ଼ିଛି। ଖରାପ ଆରମ୍ଭ ପରେ ଅଧିନାୟକ ହରମାନପ୍ରୀତ କୌର ଏବଂ ନଟ୍ ସ୍କିଭର ବ୍ରଣ୍ଟଙ୍କ ମଧ୍ୟରେ ୮୯ ରନ୍‌ର ପାର୍ଟନରସିପ୍‌ ଏମ୍‌ଆଇକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲା। ଗୋଟିଏ ପଟେ ହରମାନପ୍ରୀତ ୬୬ ରନର ଇନିଂସ ଖେଳିଥିବା ବେଳେ ଅନ୍ୟ ପଟେ ସ୍କିଭର-ବ୍ରଣ୍ଟ ୩୦ ରନର ଇନିଂସ ଖେଳିଥିଲେ। ଅନ୍ୟପକ୍ଷରେ ଦିଲ୍ଲୀର ପର୍ଯ୍ୟାୟରେ ମାରିଜେନ୍ କାପ୍ ଏବଂ ଜେମିମା ରୋଡ୍ରିଗେସଙ୍କ ବ୍ୟତୀତ କେହି ବଡ଼ ଇନିଂସ ଖେଳି ପାରିନଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ଥର ପାଇଁ WPL ଟାଇଟଲ୍ ଜିତିଛି। ଏହାପୂର୍ବରୁ ମୁମ୍ବାଇ ମହିଳା ପ୍ରିମିୟର ଲିଗର ପ୍ରଥମ ସିଜିନରେ ବିଜେତା ହୋଇଥିଲା। ସେହି ମ୍ୟାଚ୍‌ରେ ଏମଆଇ ଦିଲ୍ଲୀକୁ ୭ ୱିକେଟରେ ପରାସ୍ତ କରିଥିବାବେଳେ ଏଥର ଦିଲ୍ଲୀକୁ ୮ ରନରେ ପରାସ୍ତ ହେବାକୁ ପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ମୁମ୍ବାଇ ହେଉଛି ଏକମାତ୍ର ଦଳ ଯିଏକି ଦୁଇଥର WPL ଚାମ୍ପିଅନ୍ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.