ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

IPL 2025: ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖୁସି ଖବର, ଦଳକୁ ଫେରିବେ ନୀତିଶ ରେଡ୍ଡୀ

Published By : Tapas Panda | March 15, 2025 6:33 PM

Image Courtesy: indiatv

ମୁମ୍ବାଇ: ଆଇପିଏଲ ୨୦୨୪ରେ ଫାଇନାଲ୍‌ରେ ପ୍ରବେଶ କରିଥିବା ସନରାଇଜର୍ସ ହାଇଦ୍ରାବାଦ ଏଥର ଟ୍ରଫି ହାତେଇବାକୁ ବେଶ୍‌ ଆଶାବାଦୀ । ଆଇପିଏଲ ୨୦୨୫ ଆରମ୍ଭ ହେବା ପୂର୍ବରୁ ଏସଆରଏଚ୍‌କୁ ଖୁସି ଖବର ମିଳିଛି । ସୁସ୍ଥ ହୋଇ ଦଳରେ ସାମିଲ ହେବାକୁ ପ୍ରସ୍ତୁତ ଷ୍ଟାର ଅଲରାଉଣ୍ଡର ନୀତିଶ ରେଡ୍ଡୀ । ଗତ ସିଜିନ୍‌ରେ କେକେଆର ପାଖରୁ ପରାଜୟ ବରଣ କରିଥିଲା ଏସଆରଏଚ୍‌ । ଆଗାମୀ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ପାଟ କମିନ୍ସ ଏସଆରଏଚ୍‌କୁ ଟ୍ରଫି ଦେବାକୁ ସବୁ ବଳ ଖଟାଇବେ ବୋଲି କୁହାଯାଉଛି ।  

ନୀତିଶ ରେଡ୍ଡୀ ସମସ୍ତ ପରୀକ୍ଷା ପାସ୍‌ କଲେ

ପାର୍ଶ୍ୱ ଷ୍ଟ୍ରେନ୍ ସମସ୍ୟାରୁ ସୁସ୍ଥ ହେବା ପରେ ନୀତିଶ କୁମାର ରେଡ୍ଡୀ ଆଇପିଏଲ ଦଳ ସନରାଇଜର୍ସ ହାଇଦ୍ରାବାଦରେ ଯୋଗ ଦେବାକୁ ପ୍ରସ୍ତୁତ। ଆଘାତ ଯୋଗୁଁ ନୀତିଶ ଜାନୁଆରୀ ପରଠାରୁ କୌଣସି ମ୍ୟାଚ୍ ଖେଳିପାରି ନାହାନ୍ତି । ପିଟିଆଇ ରିପୋର୍ଟରୁ ଜଣାପଡ଼ିଛି ଯେ, ନୀତିଶ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସରେ ୟୋ-ୟୋ ପରୀକ୍ଷା ସମେତ ସମସ୍ତ ଫିଟନେସ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଡାକ୍ତର ତାଙ୍କୁ ଖେଳିବା ପାଇଁ ଅନୁମତି ଦେଇଛନ୍ତି ।

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଆହତ ହୋଇଥିଲେ

ଆନ୍ଧ୍ର ପ୍ରଦେଶର ଏହି ୨୧ ବର୍ଷୀୟ କ୍ରିକେଟର ଜାନୁଆରୀ ୨୨ ତାରିଖରେ ଇଡେନ ଗାର୍ଡେନରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭାରତ ପାଇଁ ପ୍ରଥମ ମ୍ୟାଚ ଖେଳିଥିଲେ ।  କିନ୍ତୁ ସେ ସେହି ମ୍ୟାଚରେ ବ୍ୟାଟିଂ କିମ୍ବା ବୋଲିଂ କରିନଥିଲେ । ସେ ଚେନ୍ନାଇରେ ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ପୂର୍ବରୁ ନେଟ୍ସରେ ଅଭ୍ୟାସ କରିଥିଲେ।  କିନ୍ତୁ ସାଇଟ୍‌ ଷ୍ଟ୍ରେନ୍‌ ଯନ୍ତ୍ରଣାର ଶିକାର ହୋଇଥିଲେ । ଫଳରେ ସେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ବାଦ ପଡ଼ିଥିଲେ ।

ଗତ ସିଜିନରେ ଭଲ ପ୍ରଦର୍ଶନ କରିଥିଲେ

ଗତବର୍ଷ ଖେଳାଳି ନିଲାମ ପୂର୍ବରୁ ନୀତିଶ ରେଡ୍ଡୀଙ୍କୁ ହାଇଦ୍ରାବାଦ ଦଳ ୬ କୋଟି ଟଙ୍କାରେ ରିଟେନ୍‌ ରଖିଥିଲା । ସେ IPLର ଗତ ସିଜିନରେ ୧୩ଟି ମ୍ୟାଚ୍ ଖେଳି ୧୪୩ ଷ୍ଟ୍ରାଇକ୍ ରେଟରେ ୩୦୩ ରନ୍ କରିଥିଲେ। ସେ ଭାରତର ଅଷ୍ଟ୍ରେଲିଆ ଗସ୍ତ ସମୟରେ ମଧ୍ୟ ଭଲ ଖେଳିଥିଲେ ଏବଂ ମେଲବୋର୍ଣ୍ଣରେ ଚତୁର୍ଥ ଟେଷ୍ଟରେ ୧୧୪  ରନର ଏକ ଦମଦାର ଇନିଂସ ଖେଳିଥିଲେ । ନୀତିଶ ଖୁବ୍‌ଶୀଘ୍ର ସନରାଇଜର୍ସ ଦଳରେ ଯୋଗଦେବେ ।  ସୂଚନାଯୋଗ୍ୟ, ମାର୍ଚ୍ଚ ୨୩ ରେ ହାଇଦ୍ରାବାଦରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବା ଏସଆରଏଚ୍‌ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.