ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଆଡମ ଗିଲଖ୍ରୀଷ୍ଟଙ୍କ ଅଲ୍ ଟାଇମ୍ ଆଇପିଏଲ୍ ସର୍ବଶ୍ରେଷ୍ଠ ଇଲେଭେନ, ଏହି ୧୧ଖେଳାଳୀଙ୍କୁ ଦେଲେ ସ୍ଥାନ

Published By : Prameya | March 16, 2025 7:22 PM

ମୁମ୍ବାଇ, ୧୬/୩ : ଅଷ୍ଟ୍ରେଲିଆର ପୂର୍ବତନ ଭେଟରାନ ଓ୍ବିକେଟକିପର ବ୍ୟାଟର ଆଡମ ଗିଲଖ୍ରୀଷ୍ଟ ଆଇପିଏଲ୍ ଇତିହାସର ଅଲ ଟାଇମ୍ ବେଷ୍ଟ ଇଲେଭେନ ଚୟନ କରିଛନ୍ତି । ଗିଲଖ୍ରୀଷ୍ଟ ନିଜ ସର୍ବଶ୍ରେଷ୍ଠ ଆଇପିଏଲ୍ ଟିମରେ ୭ଭାରତୀୟ ଖେଳାଳୀଙ୍କୁ ସ୍ଥାନ ଦେଇଛନ୍ତି । ସେ ୧୨ତମ ଖେଳାଳୀ ରୂପରେ ରଶିଦ ଖାନଙ୍କୁ ଚୟନ କରିଛନ୍ତି ।

ଆଡମ ଗିଲଖ୍ରୀଷ୍ଟ ନିଜ ଅଲ ଟାଇମ୍ ସର୍ବଶ୍ରେଷ୍ଠ ଆଇପିଏଲ୍ ଇଲେଭେନରେ କୌଣସି ବି ଅଷ୍ଟ୍ରେଲିଆ କ୍ରିକେଟରଙ୍କୁ ଚୟନ କରିନାହାନ୍ତି । ସେ ଓପନିଂ ଲାଗି ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ ଏବଂ ଭାରତର ରୋହିତ ଶର୍ମାଙ୍କୁ ଚୟନ କରିଛନ୍ତି । ଏହାପରେ ୩ନମ୍ବର ଲାଗି ବିରାଟ କୋହଲୀ ଅଟନ୍ତି ।

ଆଡମ ଗିଲଖ୍ରୀଷ୍ଟ ନିଜ ଟିମରେ ୪ନମ୍ବରରେ ମିଷ୍ଟର ଆଇପିଏଲ୍ ନାମରେ ପ୍ରସିଦ୍ଧ ସୁରେଶ ରୈନାଙ୍କୁ ରଖିଛନ୍ତି । ଏହାପରେ ୫ନମ୍ବରରେ ମିଷ୍ଟର ୩୬୦ଡିଗ୍ରୀ ଏବି ଡିଭିଲିୟର୍ସ ଅଛନ୍ତି । ଓ୍ବିକେଟ କିପର ଲାଗି ଗିଲଖ୍ରୀଷ୍ଟ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ଚୟନ କରିଛନ୍ତି । ଗିଲଖ୍ରୀଷ୍ଟ ଏହାପରେ ୭ ଏବଂ ୮ନମ୍ବରରେ ରବୀନ୍ଦ୍ର ଜାଡେଜା ଏବଂ ଇଭେନ ବ୍ରାବୋଙ୍କୁ ରଖିଛନ୍ତି । ଏହି ଦିନରେ ନିଜ ଆଇପିଏଲ୍ କ୍ୟାରିୟରରେ ବଲ୍ ଏବଂ ବ୍ୟାଟ୍ ଉଭୟରେ ଶାନଦାର୍ ପ୍ରଦର୍ଶନ କରିଛନ୍ତି । ଗିଲଖ୍ରୀଷ୍ଟ ନିଜ ଟିମରେ ୟୁଜବେନ୍ଦ୍ର ଚହଲଙ୍କୁ ଲିଡ୍ ସ୍ପିନର ରୂପରେ ଚୟନ କରିଛନ୍ତି। 

ଦ୍ରୁତ ବୋଲର ଭାବେ ଆଡମ ଗିଲଖ୍ରୀଷ୍ଟ ଆଇପିଏଲର ଦୁଇ ସବୁଠାରୁ ଘାତକ ବୋଲରଙ୍କୁ ରଖିଛନ୍ତି । କୌଣସି ବି କ୍ରିକେଟର ଯେତେବେଳେ ଆଇପିଏଲର ଅଲ ଟାଇମ ଇଲେଭେନ ବନେଇବେ ତେବେ ଦ୍ରୁତ ବୋଲରରେ ଏହି ଦୁଇ ଖେଳାଳୀଙ୍କୁ କନଫର୍ମ ସ୍ଥାନ ମିଳିବ । ଗିଲଖ୍ରୀଷ୍ଟ ବି ନିଜ ଟିମରେ ଜସପ୍ରୀତ ବୁମରାହ ଏବଂ ଲସିଥ ମଲିଂଗାଙ୍କୁ ଦ୍ରୁତ ବୋଲର ଭାବେ ଚୟନ କରିଛନ୍ତି । ଆଫଗାନିସ୍ତାନର ଲେଗ ସ୍ପିନର ରଶିଦ ଖାନଙ୍କୁ ଗିଲଖ୍ରୀଷ୍ଟ ନିଜ ଅଲ ଟାଇମ୍ ଆଇପିଏଲ ଇଲେଭେନରେ ୧୨ତମ ଖେଳାଳୀ ରୂପରେ ଚୟନ କରିଛନ୍ତି ।

ଆଡମ ଗିଲଖ୍ରୀଷ୍ଟଙ୍କ ଅଲ ଟାଇମ୍ ସର୍ବଶ୍ରେଷ୍ଠ ଆଇପିଏଲ ଇଲେଭେନ – କ୍ରିସ ଗେଲ୍, ରୋହିତ ଶର୍ମା, ବିରାଟ କୋହଲୀ, ସୁରେଶ ରୈନା, ଏବି ଡିଭିଲିୟର୍ସ, ଏମଏସ ଧୋନୀ(ଓ୍ବିକେଟକିପର), ରବିନ୍ଦ୍ର ଜାଡେଜା, ଇଭେନ ବ୍ରାବୋ, ୟୁଜବେନ୍ଦ୍ର ଚହଲ, ଲସିଥ ମଲିଂଗା ଏବଂ ଜସପ୍ରୀତ ବୁମରାହ । ୧୨ତମ ଖେଳାଳୀ ରଶିଦ ଖାନ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.