ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ, ବିଶାଳ ରେକର୍ଡ କଲା ‘ଜିଓ ଷ୍ଟାର’

Published By : Tapas Panda | March 14, 2025 11:26 PM

Image Courtesy: rozanaspokesman

ନୂଆଦିଲ୍ଲୀ: ଜିଓ ଏବଂ ହଟଷ୍ଟାର ମର୍ଜର ପରେ ଏବେ ‘ଜିଓ ଷ୍ଟାର’ର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି । ଜିଓ ଷ୍ଟାର ଚାମ୍ପିଅନ୍ସ ଟ୍ରଫି ସମୟରେ ଅନେକ ରେକର୍ଡ ସୃଷ୍ଟି କରିଛି, ଯାହା ପୂର୍ବରୁ ଡିଜନି ହଟଷ୍ଟାର ମଧ୍ୟ କରିପାରି ନଥିଲା। ଏନେଇ ଜିଓ ଷ୍ଟାରର ସିଇଓ ଲିଙ୍କଡଇନରେ ସୂଚନା ଦେଇଛନ୍ତି । ନିକଟରେ ଶେଷ ହୋଇଥିବା ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ Jio Hotstar ୫.୪ ବିଲିୟନରୁ ଅଧିକ ଭ୍ୟୁ ରେକର୍ଡ କରିଥିଲା । ଜିଓ ହଟଷ୍ଟାର ଦର୍ଶକ ପ୍ରାୟ ୧୧,୦୦୦ କୋଟି ମିନିଟ୍ ଧରି ଚାମ୍ପିଅନ୍ସ ଟ୍ରଫି ଦେଖି ଏକ ରେକର୍ଡ ସ୍ଥାପନ କରିଛନ୍ତି । 

ଲିଙ୍କଡଇନ୍‌ରେ ଏକ ପୋଷ୍ଟରେ ଜିଓ ହଟଷ୍ଟାରର ସିଇଓ କିରଣ ମଣି କହିଛନ୍ତି, ଏହାକୁ ୫.୪ ବିଲିୟନରୁ ଅଧିକ ଥର ଦେଖାଯାଇଛି । ୧୧ ବିଲିୟନ ମିନିଟ୍ ଦେଖାଯାଇଛି ଏବଂ ଏହାକୁ ସର୍ବାଧିକ ୬୧.୨ ନିୟୁତ ଲୋକ ଏକା ଥରେ ଦେଖିଛନ୍ତି । ଏହି ସଂଖ୍ୟା  ଭାରତରେ ଡିଜିଟାଲ୍ ଷ୍ଟ୍ରିମିଂ ପ୍ରତି ଲୋକଙ୍କ ଆଗ୍ରହ ଏବଂ ଅଭିବୃଦ୍ଧିର ଏକ ଶକ୍ତିଶାଳୀ କାହାଣୀକୁ ଦର୍ଶାଉଛି ।  ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଜିଓ ହଟଷ୍ଟାରରେ ୧୨୪.୨ କୋଟି ଥର ଦେଖାଯାଇଛି । ଏହି ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଛି । 

ଏହି ମ୍ୟାଚକୁ ୬.୧୨ କୋଟି  ଦର୍ଶକ ଲାଇଭ୍‌ ଷ୍ଟ୍ରିମିଂ ମାଧ୍ୟମରେ ଦେଖିଥିଲେ । ପୂର୍ବରୁ ୨୦୨୩ କ୍ରିକେଟ ବିଶ୍ୱକପ୍ ଫାଇନାଲ ସମୟରେ ଡିଜନି ହଟଷ୍ଟାରରେ ୫.୯ କୋଟି ଦର୍ଷକ ଲାଇଭ ଷ୍ଟ୍ରିମିଂ ଦେଖିଥିଲେ । ଜିଓ ଷ୍ଟାରରେ ମୁକେଶ ଅମ୍ବାନୀ ଏବଂ ତାଙ୍କ ଫାର୍ମର ଅଧିକାଂଶ ଅଂଶଧନ ଅଛି । ତଥ୍ୟ ଅନୁଯାୟୀ, ଜିଓ ଷ୍ଟାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୬୩.୧୬ ପ୍ରତିଶତ ଅଂଶଧନ ରହିଛି ।  ସେଥିମଧ୍ୟରୁ ୧୬.୩୪  ପ୍ରତିଶତ ସିଧାସଳଖ ଏବଂ ୪୬.୮୨  ପ୍ରତିଶତ Viacom18 ମାଧ୍ୟମରେ ରହିଛି । ଅନ୍ୟପକ୍ଷରେ, ଜିଓ ଷ୍ଟାରରେ ଡିଜନିର ରହିଛି ୩୬.୮୪ ପ୍ରତିଶତ ଅଂଶଧନ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.