ପ୍ରମୂଖ ଖବର
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

Published By : Harapriya Sethi | March 17, 2025 12:33 PM

ରିଆମାଳ,୧୭/୦୩: ଦେବଗଡ-ଅନୁଗୁଳ ଜାତୀୟ ରାଜପଥ ଛତାବର ନିକଟସ୍ଥ ମାଦଳିଆ ନାଳଠାରେ ସେମବାର ଭୋରୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶଗଡ଼ ଗାଡ଼ି ଯୋଗେ ବୃଦ୍ଧ ଦମ୍ପତି ମହୁଲ ଗୋଟାଇବାକୁ ଯାଉଥିବା ବେଳେ ଧକ୍କା ଦେଇଥିଲା ଅଜଣା ଗାଡ଼ି । ଦୁର୍ଘଟଣାରେ ନାଉଲିପଡ଼ା ଜାମ୍ବୁବଣିଆ ସାହିର ମାୟା ସାହୁ (୬୮) ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ଵାମୀ ପ୍ରସନ୍ନ ସାହୁ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣାରେ ଏକ ବଳଦ ମଧ୍ୟ ପ୍ରାଣ ହରାଇଛି । ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଦେବଗଡ-ଅନୁଗୁଳ ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଏକ ଶଗଡ଼ ଗାଡ଼ି ଯୋଗେ ମାୟା ସାହୁ ଏବଂ ତାଙ୍କ ସ୍ୱାମୀ ପ୍ରସନ୍ନ ସାହୁ ମହୁଲ ଗୋଟାଇବାକୁ ଯାଉଥିଲେ । ଦେବଗଡ - ଅନୁଗୁଳ ଜାତୀୟ ରାଜପଥ ଛତାବର ନିକଟସ୍ଥ ମାଦଳିଆ ନାଳଠାରେ ଉକ୍ତ ଶଗଡ଼ ଗାଡ଼ିକୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଥିଲା । ଏହି ଦୁର୍ଘଟଣାରେ ଶଗଡ଼ ଗାଡ଼ିଟି ଭାଙ୍ଗି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଥିବା ବେଳେ ଏକ ବଳଦର ମୃତ୍ୟୁ ହୋଇଥିଲା । ଶଗଡ଼ ଗାଡ଼ିରେ ଯାଉଥିବା ମାୟା ସାହୁ ଏବଂ ତାଙ୍କ ସ୍ୱାମୀ ଗୁରୁତର ହୋଇଥିଲେ । ଉଭୟଙ୍କୁ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି। ସେଠାରେ ମାୟାଙ୍କୁ ମୃତ ଘୋଷଣା କରାଯାଇ ଥିବା ବେଳେ ସ୍ଵାମୀଙ୍କ ଚିକିତ୍ସା ଜାରି ରହିଛି । ଘଟଣା ସମ୍ପର୍କରେ ଖବର ପାଇ ରିଆମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ତାଙ୍କ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥି ସହିତ ଧକ୍କା ଦେଇଥିବା ଗାଡ଼ି ଧରିବା ପାଇଁ ପୁଲିସ ଛାନଭିନ କରୁଛି ।

ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.