ପ୍ରମୂଖ ଖବର
  • ବ୍ରହ୍ମପୁର : ମା’ ତାରାତାରିଣୀ ପୀଠ ରୋପଓ୍ବେର ହେବ ମରାମତି , ଆସନ୍ତା ୮ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ରହିବ ବନ୍ଦ
  • ||
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ନାବାଳିକା ଗର୍ଭବତୀ , ବୃଦ୍ଧ ଗିରଫ

Published By : Prameya | February 1, 2025 10:40 PM

ମାଲକାନଗିରି/କୋରକୁଣ୍ଡା, ୧/୨(ଆପ୍ର ) : ନାବାଳିକାଙ୍କୁ ଭୟ ଦେଖାଇ ଶାରୀରିକ ସମ୍ପର୍କ ରଖିଲେ ବୃଦ୍ଧ।  ଘରେ କହିଦେଲେ ଜୀବନରୁ ମାରିଦେବାକୁ ଦେଲେ ଧମକ। ଶେଷରେ ନାବାଳିକା ଜଣଙ୍କ ଗର୍ଭବତୀ  ହେବା ପରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତର ଏକ  ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି।

 ନାବାଳିକା ଜଣକ କାମ କରିବା ନିମନ୍ତେ ଗତ ୪ ମାସ ତଳେ ଧାନ ବିଲକୁ ଯାଇଥିଲା। ସେହି ସମୟରେ ସେଠାରେ କାମ କରୁଥିବା ସେହି ଗ୍ରାମର ଶ୍ୟାମ ସୀସା(୬୦)ଙ୍କ ସମ୍ପର୍କରେ ନାବାଳିକା ଜଣକ ଆସିଥିଲେ। ଦିନେ ବୃଦ୍ଧ ଜଣକ କିଛି କାମ ଅଛି ବୋଲି କହି ନାବାଳିକା ଜଣଙ୍କୁ ଡାକିନେଇ ନିକଟସ୍ଥ ଜଙ୍ଗଲରେ ଶାରୀରିକ ସମ୍ପର୍କ ରଖିଥିଲେ । ଘରେ ଏସବୁ କଥା କହିଲେ ଜୀବନରେ  ମାରିଦେବ ବୋଲି ବୃଦ୍ଧ ଜଣକ ନାବାଳିକାକୁ ଧମକ ଦେଇଥିଲା ।  ଗତ କିଛି ଦିନ ତଳେ ନାବାଳିକା ଜଣଙ୍କ ପେଟ କାଟିବାରୁ ସେ ବାଧ୍ୟହୋଇ ନିଜ ମା’ ଙ୍କୁ କହିଥିଲା। ପରେ ନାବାଳିକାର ମା’ ଜଣଙ୍କ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇବା ପରେ ଡାକ୍ତର ଗର୍ଭବତୀ ଥିବା କହିଥିଲେ। ଏହାପରେ ଝିଅ ସବୁ ସତ କଥା ମା’ ଆଗରେ କହିଥିଲା। ପରେ ନାବାଳିକାର ମା’ ଓରକେଲ ଥାନା କୁ ଆସି ଏକ ଲିଖିତ ଅଭିଯୋଗ  କରିଥିଲେ। ଏସଆଇ ଅଜିତ ସିଂ ବରିହା ଙ୍କ ନେତୃତ୍ୱରେ ଏକ ଟିମ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ବୃଦ୍ଧ ଶ୍ୟାମ ସୀସାଙ୍କୁ ଗିରଫ କରି କୋର୍ଟ ଚାଲାଣ  କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.