ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅଟୋ ସହିତ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

Published By : Bijay Swain | February 3, 2025 7:45 PM

ମାଲକାନଗିରି,୩/୧: ମାଲକାନଗିରି ଥାନା ପୁଲିସ କୁ ମିଳିଛି ବଡ ସଫଳତା। ଛତିଶଗଡ଼କୁ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅଟୋ ସହିତ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରି ଜଣେ ଚାଲାଣ କାରିକୁ ଗିରଫ କରିଛି ପୁଲିସ।

ମାଲକାନଗିରି ଥାନା ଏଏସ ଆଇ ବି.ବି ସୁତାରଙ୍କ ନେତୃତ୍ୱ ରେ ହାବିଲଦାର ମିହିରକୁମାର ସାମଲ,କନେଷ୍ଟବଳ ବଳରାମ, ହୋମଗାର୍ଡ କୈଳାଶ ଦୁର୍ଗା ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ଚମ୍ପାଖରୀ ଗାଁ ନିକଟରେ ରବିବାର ଅପରାହ୍ନ ରେ ପାଟ୍ରୋଲିଙ୍ଗ କରୁଥିଲେ। ସନ୍ଧ୍ୟରେ ଜଣେ ଅଟୋ ଚାଳକ ଗାଡି ଦୃତ ଗତିରେ ନେଇ ପଳାଇଯାଉଥିବାରୁ ପୁଲିସର ତା ଉପରେ ସନ୍ଦେହ ହୋଇଥିଲା। ଏଣୁ ପୋଲିସ ଅଟୋଟିର ପିଛାକରି ଗାଡିକୁ ଜବତ କରିଥିଲେ। ପରେ ଗାଡିକୁ ଯାଞ୍ଚ କରିବାରୁ ଗାଡିରେ ୫ଟି ଜରି ବସ୍ତାରେ ଗଞ୍ଜେଇ ଥିବାର ଦେଖାଯାଇଥିଲା। 

ଅଟୋରେ ଗଞ୍ଜେଇ ନେଇ ଯାଉଥିବା ଗାଡି ଚାଳକ ଜଣଙ୍କ ହେଉଛି ମାଲକାନଗିରି ଜିଲ୍ଲା ରିକ୍ଲା ମେସନ କଲୋନୀ ର ଗୌରାଙ୍ଗ ମଣ୍ଡଳ (୩୦)। ପୁଲିସ ତାକୁ ଗିରଫ କରି ଥାନା କୁ ନେଇ ପଚରା ଉଚରା କରିଥିଲା। ସେ ବାଲିମେଳା ଅଞ୍ଚଳ ରୁ ଗଞ୍ଜେଇ ଆଣି ଛତିଶଗଡ଼କୁ ଚାଲାଣ କରିବା ପାଇଁ ଯାଉଥିଲା ବୋଲି ଦୋଷ ସ୍ୱୀକାର କରିଥିଲା। 

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯିବା ପରେ ତାହାର ପରିମାଣ ୧୦୦କେଜି ବୋଲି ଜଣାପଡିଥିଲା। ଗିରଫ ହୋଇଥିବା ଗୌରାଙ୍ଗ ମଣ୍ଡଳଙ୍କୁ ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇ ଥିବାର ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗନ କିଣ୍ଡୋ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.