ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏଣିକି ଜୟପୁରରୁ ଭୁବନେଶ୍ୱରକୁ ସବୁଦିନ ୨ ଫ୍ଲାଇଟ୍‌, ଡିସେମ୍ବର ପହିଲାରୁ ନିୟମିତ ଉଡ଼ାଣ

Published By : Prameya | November 30, 2024 3:05 PM

ଜୟପୁର,୩୦/୧୧: ଅବିଭକ୍ତ କୋରାପୁଟ  ଜିଲ୍ଲାରେ ତ୍ୱରାନ୍ୱିତ ହେବ ବିମାନସେବା । ଏଣିକି ସବୁଦିନ ଭୁବନେଶ୍ୱରରୁ ଜୟପୁର ଚଳାଚଳ  କରିବ ୨ ଫ୍ଲାଇଟ୍‌ । ଡିସେମ୍ବର ପହିଲାରୁ ପ୍ରତିଦିନ  ସକାଳ ୬ଟା ୫୫ରେ ପ୍ରଥମ ଏବଂ ପୂର୍ବାହ୍ଣ  ୧୦ଟା ୫୫ରେ ଦ୍ୱିତୀୟ ବିମାନ ଉଡ଼ିବ । ଏଠାରେ  ପହଞ୍ଚିବା ପରେ ଉଭୟ ବିମାନ ଯଥାକ୍ରମେ  ସକାଳ ୮ ଟା୫୫ ଏବଂ ଅପରାହ୍ଣ ୩ଟା ୧୫ରେ  ଭୁବନେଶ୍ୱର ଅଭିମୁଖେ ଉଡ଼ାଣ ଭରିବ ।  ସେବାପ୍ରଦାନକାରୀ ସଂସ୍ଥା ଇଣ୍ଡିଆୱାନ୍‌ ଏୟାର  ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି  ସୂଚନା ଦିଆଯାଇଛି । ଜୟପୁର-ବିଶାଖାପାଟଣା-ଜୟପୁର ବିମାନସେବା ଡିସେମ୍ବରରୁ ପ୍ରତି  ମଙ୍ଗଳବାର ବନ୍ଦ ରହିବ ।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧ ତାରିଖ  ସକାଳ ୬.୫୫ରେ ୯ ଆସନ ବିଶିଷ୍ଟ ପ୍ରଥମ  ଫ୍ଲାଇଟ୍‌(୧୭୧୦୯) ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ  ବିମାନ ବନ୍ଦରରୁ ବାହାରିବ । ୧ ଘଣ୍ଟା ୪୦ ମିନିଟ୍‌ର  ଉଡ଼ାଣ ପରେ ଜୟପୁର ଏୟାରପୋର୍ଟରେ ୮ଟା  ୩୫ରେ ପହଞ୍ଚିବ । ଫ୍ଲାଇଟ୍‌-୧୭୨୦୯ ଏଠାରୁ  ପୂର୍ବାହ୍ଣ ୮.୫୫ରେ ବାହାରି ୧ ଘଣ୍ଟା ୩୫ ମିନିଟ୍‌  ପରେ ଅର୍ଥାତ ପୂର୍ବାହ୍ଣ ୧୦.୩୦ରେ ବିଜୁ ପଟ୍ଟନାୟକ  ବିମାନବନ୍ଦରରେ ଲ୍ୟାଣ୍ଡ କରିବ । ସେଦିନର  ଦ୍ୱିତୀୟ ବିମାନସେବା ଭୁବନେଶ୍ୱର-ଜୟପୁର-ବିଶାଖାପାଟଣା-ଜୟପୁର-ଭୁବନେଶ୍ୱର ମଧ୍ୟରେ  ଚାଲିବ । ଅର୍ଥାତ ଦ୍ୱିତୀୟ ଫ୍ଲାଇଟ୍‌(୧୭୧୦୩)  ପୂର୍ବାହ୍ଣ ୧୦.୫୫ରେ ଭୁବନେଶ୍ୱରରୁ ବାହାରି ମଧ୍ୟାହ୍ଣ  ୧୨.୩୦ରେ ଜୟପୁର ଏୟାରପୋର୍ଟରେ ପହଞ୍ଚିବ ।  ୨୦ ମିନିଟ୍‌ ରହଣି ପରେ ଫ୍ଲାଇଟ୍‌(୧୭୧୦୪) ବିଶାଖାପାଟଣା ଅଭିମୁଖେ ୧୨.୫୦ରେ ବାହାରିବ ।  ୫୦ ମିନିଟ ପରେ ଅପରାହ୍ଣ ୧.୪୦ରେ ସେଠାକାର  ଏୟାରପୋର୍ଟରେ ଲ୍ୟାଣ୍ଡ କରିବ । ୨୦ ମିନିଟ୍‌  ପରେ ଯାତ୍ରୀଙ୍କୁ ନେଇ ଅପରାହ୍ଣ ୨ଟା ରେ ବାହାରି  ୨.୫୫ରେ ଏଠାରେ ପହଞ୍ଚିବ । ୩ଟା ୧୫ରେ  ଫ୍ଲାଇଟ୍‌(୧୭୨୦୩)ଯାତ୍ରୀଙ୍କୁ ଉଠାଇ ୪.୫୦ରେ  ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ।  ଯାତ୍ରା ଅବଧି ରହିବ ୧ ଘଣ୍ଟା ୩୫ ମିନିଟ୍‌ ।  କମ୍ପାନି ୱେବସାଇଟ୍‌ରେ ଟାଇମ୍‌ଟେବୁଲ୍‌ ଏବଂ  ଟିକଟ ବାବଦ ଦେୟ ଉଲ୍ଳେଖ କରାଯାଇଛି ।  ଡିସେମ୍ବରର କୌଣସି ମଙ୍ଗଳବାର କମ୍ପାନି  ବିମାନ ଜୟପୁର-ବିଶାଖାପାଟଣା-ଜୟପୁର  ମଧ୍ୟରେ ଚଳାଚଳ କରିବନି ବୋଲି ଜଣାପଡ଼ିଛି ।  ୱେବସାଇଟ୍‌ରେ ବି ଏହି ରୁଟ୍‌ରେ ମଙ୍ଗଳବାର  ଟିକଟ ବୁକିଂ ଲାଗି ସ୍ଲଟ୍‌ ରଖାଯାଇନି ।  

ସୂଚନାଥାଉ କି, ୨୦୨୨ ଅକ୍ଟୋବର  ୩୧ରେ ଭୁବନେଶ୍ୱର-ଜୟପୁର ମଧ୍ୟରେ ପ୍ରଥମ  ବିମାନସେବା ଆରମ୍ଭ ହୋଇଥିଲା । ପରେ ଏହା  ବିଶାଖାପାଟଣାକୁ ସଂପ୍ରସାରିତ କରାଯାଇଥିଲା ।  ସେବେଠୁ ଭୁବନେଶ୍ୱର-ଜୟପୁର-ବିଶାଖାପାଟଣାଜୟପୁର-ଭୁବନେଶ୍ୱର ମଧ୍ୟରେ ଇଣ୍ଡିଆୱାନ୍‌  ଏୟାର କମ୍ପାନିର ଗୋଟିଏ ୯ ଆସନ ବିଶିଷ୍ଟ  ଫ୍ଲାଇଟ୍‌ ଚଳାଚଳ କରୁଛି । ଯାତ୍ରୀସଂଖ୍ୟା ବୃଦ୍ଧି  ପାଉଥିବାରୁ ଅଧିକ ସିଟ୍‌ ଥିବା ଫ୍ଲାଇଟ୍‌ ଚଳାଚଳ  ଲାଗି ବାରମ୍ବାର ଦାବି ହେଉଥିଲା । ୨୦୨୩  ନଭେମ୍ବର ୬ରେ କମ୍ପାନି ପକ୍ଷରୁ ଭୁବନେଶ୍ୱରଜୟପୁର-ଭୁବନେଶ୍ୱର ଦ୍ୱିତୀୟ ବିମାନସେବା  ଆରମ୍ଭ ହୋଇଥିଲା । ସପ୍ତାହରେ ସୋମ ଏବଂ  ଶୁକ୍ରବାର ଚାଲିଥିଲା । ପରେ ଗତ ସେପ୍ଟେମ୍ବର ୪ରୁ  ବୁଧବାର ବି ଏହି ସେବା ଉପଲବବ୍ଧ ହୋଇଥିଲା ।  ଏବେ ପ୍ରଥମ ବିମାନ ଭୁବନେଶ୍ୱର-ଜୟପୁରଭୁବନେଶ୍ୱର ମଧ୍ୟରେ ସବୁଦିନ ଚଳାଚଳ କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.