ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବଢିବ ରାତି ତାପମାତ୍ରା, ୨ରୁ ୩ ଡିଗ୍ରୀ ବଢ଼ିବ ପାରଦ

Published By : Prameya | February 11, 2025 7:49 AM

ଭୁବନେଶ୍ୱର,୧୧/୦୨ : ରାଜ୍ୟରେ କମିବ ଶୀତ, ବଢିବ ରାତି ତାପମାତ୍ରା। ଆସନ୍ତା ଦୁଇ ଦିନରେ ରାତିରେ ପାରଦ ଆଉ ୨ରୁ ୩ ଡିଗ୍ରୀ ବଢ଼ିବ । ଏହାପରେ ପୁଣି ୩ ଡିଗ୍ରୀ ଖସିଯିବ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଏଭଳି ପୂର୍ବାନୁମାନ କରିଛି। ସୋମବାର ୪ ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ ଟପିଛି। ଅଧିକାଂଶ ସ୍ଥାନରେ ରାତିବେଳା ପାରଦ ବି ଉପରମୁହାଁ ହେଉଛି । ପାରାଦୀପରେ ୨୦.୪ ଓ ପୁରୀରେ ୨୨.୬ ଡିଗ୍ରୀ ସେଲସିୟସ୍‌ ରହିଥିଲା । 

ସୂଚନାନୁଯାୟୀ, ସୋମବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ଥିଲା । ସୁନ୍ଦରଗଡ଼ରେ ୩୫.୪, ବଲାଙ୍ଗୀର ଓ ପାରଳାଖେମୁଣ୍ଡିରେ ୩୫.୨, ଅନୁଗୁଳରେ ୩୪.୭, ସୋନପୁରରେ ୩୪.୫, ହୀରାକୁଦରେ ୩୪.୧, ନୂଆପଡ଼ାରେ ୩୪, ଭଦ୍ରକ ଓ ଢେଙ୍କାନାଳରେ ୩୩.୮, ନବରଙ୍ଗପୁରରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍‌ ୯.୫ ଡିଗ୍ରୀ ରେକର୍ଡ ହୋଇଛି । ରାଉରକେଲାରେ ୯.୬, ଝାରସୁଗୁଡ଼ାରେ ୧୦.୨, ଅନୁଗୁଳ ଓ ଭବାନୀପାଟଣାରେ ୧୨, କେନ୍ଦୁଝରରେ ୧୩.୧, ହୀରାକୁଦରେ ୧୩.୩ ଓ ସୋନପୁରରେ ୧୩ ଡିଗ୍ରୀ ରେକର୍ଡ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.