ପ୍ରମୂଖ ଖବର
  • ୨ବର୍ଷ ଭିତରେ ତୁଟିବ ଜଗନ୍ନାଥଙ୍କ ରାଜ୍ୟବ୍ୟାପୀ ଜମି ବିବାଦ: ଆଇନ୍‌ମନ୍ତ୍ରୀ
  • ||
  • ଇନ୍‌ଫୋସିଟି ଛକରେ ସଡ଼କ ଦୁର୍ଘଟଣା: କାର୍‌କୁ ଧକ୍କା ଦେଲା ଫର୍ଚୁନର, ୩ ଯୁବତୀ ଆହତ
  • ||
  • ଛତିଶଗଡ଼ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,ଏକାଥରକେ ୧୬ରୁ ଅଧିକ ମାଓବାଦୀ ସଫା
  • ||
  • ଭିଜିଲାନ୍ସ ପଞ୍ଝାରେ OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର,ଏକକାଳୀନ ୭ଟି ସ୍ଥାନରେ ଚଢ଼ା
  • ||
  • ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନ, ସଭାପତି ପଦ ପାଇଁ ତ୍ରିମୁଖି ଲଢ଼େଇ
  • ||
  • ମ୍ୟାଁମାର, ଥାଇଲାଣ୍ଡରେ ଭୟାନକ ଭୂକମ୍ପ: ୧୫୦ରୁ ଊର୍ଦ୍ଧ୍ୱ ମୃତ, ୮୦୦ରୁ ଅଧିକ ଆହତ, ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା
  • ||
  • ପିପିଲିରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • ଶନିବାର ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ: ଓଡ଼ିଶାକୁ ଦିଶିବନି, ଶ୍ରୀମନ୍ଦିର ନୀତିକାନ୍ତିରେ ପ୍ରଭାବ ପଡ଼ିବନି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ୬ ଜିଲ୍ଲାକୁ ଆଲର୍ଟ: ଏପ୍ରିଲ ୧ରୁ ହାଲୁକା ଆଶ୍ୱସ୍ତି, ୪ରେ ଘୂର୍ଣ୍ଣିବଳୟ ସମ୍ଭାବନା
  • ||

ଆରା ରେଲଓ୍ବେ ଷ୍ଟେସନରେ ଟ୍ରିପଲ୍ ମର୍ଡ଼ର, ବାପା ଓ ଝିଅକୁ ଗୁଳି କରିବା ପରେ ନିଜକୁ ଗୁଳି କରିଲା ଯୁବକ

Published By : prameya | March 26, 2025 9:05 AM

ନୂଆଦିଲ୍ଲୀ,୨୬/୦୩: ଏକ ତରଫା ପ୍ରେମର କରୁଣ ପରିଣତି । ବାପା ଓ ଝିଅକୁ ଗୁଳି କରିବା ପରେ ନିଜକୁ ଗୁଳି କରିଲା ଯୁବକ । ବିହାର ଆରା ରେଲଓ୍ବେ ଷ୍ଟେସନରେ ଘଟିଛି ଅଘଟଣ। ୩ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ଆରା ପୋଲିସ । 

ସୂଚନା ମୁତାବକ, ଗତକାଲି ଅର୍ଥାତ ମଙ୍ଗଳବାର ସନ୍ଧ୍ୟାରେ ବିହାରର ଆରା ରେଳ ଷ୍ଟେସନରେ ଜଣେ ଯୁବକ ଜଣେ ୧୬ ବର୍ଷୀୟା ଝିଅ ଏବଂ ତାଙ୍କ ବାପାଙ୍କୁ ଗୁଳି କରି ହତ୍ୟା କରିଥିଲା। ଏହା ପରେ ଅଭିଯୁକ୍ତ ଜଣକ ନିଜକୁ ମଧ୍ୟ ଗୁଳି କରି ଜୀବନ ହାରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ଜାତୀୟ ଗଣମାଧ୍ୟମକୁ କହିଛି ଯେ, ଘଟଣାଟି ପ୍ଲାଟଫର୍ମ ନମ୍ବର ୨ ଏବଂ ପ୍ଲାଟଫର୍ମ ନମ୍ବର ୩ କୁ ସଂଯୋଗ କରୁଥିବା ଫୁଟ ଓଭର ବ୍ରିଜରେ ଘଟିଛି । ଭୋଜପୁର ଜିଲ୍ଲା ପୋଲିସ ଅଧୀକ୍ଷକ (ଏସପି) ରାଜ କହିଛନ୍ତି ଯେ ବନ୍ଧୁକଧାରୀ ଅମନ କୁମାର ବୋଲି ଚିହ୍ନଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଦିଶା ସାଲିୟାନ ମୃତ୍ୟୁ ମାମଲା: ଆଦିତ୍ୟ ଠାକରେ, ରିୟାଙ୍କ ବିରୋଧରେ ଏଫ୍‌ଆଇଆର

ସେପଟେ ଘଟଣା ପରେ ରେଳ ଷ୍ଟେସନରେ ଉତ୍ତେଜନା ପ୍ରକାଶ ପାଇଥିଲା । କୁହାଯାଉଛି ଯେ ସମସ୍ତ ମୃତକ ଉଦବନ୍ତନଗର ଥାନା ଅଞ୍ଚଳର ବାସିନ୍ଦା ଥିଲେ । ଏସପି କହିଛନ୍ତି, ‘ସେ ପ୍ରଥମେ ଝିଅକୁ ଏବଂ ତା’ପରେ ତାଙ୍କ ବାପାଙ୍କୁ ଗୁଳି କରିଥିଲେ, ତା’ପରେ ସେ ନିଜକୁ ଗୁଳି କରିଥିଲେ ଏବଂ ତିନିଜଣ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା  । ’ ତେବେ ହତ୍ୟା  ପଛର କାରଣ ବର୍ତ୍ତମାନ ଯାଏଁ ଅସ୍ପଷ୍ଟ ରହିଛି ।କିନ୍ତୁ ଏକ ତରଫା ପ୍ରେମ ସମ୍ପକକୁ  ନେଇ ଏଭଳି ଘଟଣା ଘଟିଥିବା ଅନୁମାନ ଯାଉଛି । ପୋଲିସ ତିନୋଟି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ।


 






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.