ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ବିମସ୍‌ଟେକ୍ ଶିଖର ସମ୍ମିଳନୀରେ ଦେବେ ଯୋଗ

Published By : Prameya | March 28, 2025 11:44 AM

ନୂଆଦିଲ୍ଲୀ, ୨୮/୦୩ : ଏପ୍ରିଲ ପ୍ରଥମ ସପ୍ତାହରେ ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷାକରି ପ୍ରଧାନମନ୍ତ୍ରୀ ଏପ୍ରିଲ ୩ରୁ ୪ ଯାଏଁ ବ୍ୟାଙ୍କକ୍ ଗସ୍ତ କରିବେ। ସେଠାରେ ଷଷ୍ଠ ବିମସ୍‌ଟେକ୍ ଶିଖର ସମ୍ମିଳନୀରେ ଯୋଗ ଦେବେ। ମୋଦିଙ୍କର ଏହା ତୃତୀୟ ଥାଇଲାଣ୍ଡ ଗସ୍ତ। ଏହାପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକାଙ୍କ ନିମନ୍ତ୍ରଣ କ୍ରମେ ମୋଦି ୪ ରୁ ୬ ଯାଏଁ ଶ୍ରୀଲଙ୍କା ଗସ୍ତ କରିବେ। ୨୦୨୫, ୨୦୧୭ ଏବଂ ୨୦୧୯ ପରେ ଏହା ମୋଦିଙ୍କ ଚତୁର୍ଥ ଶ୍ରୀଲଙ୍କା ଗସ୍ତ। ପିଏମ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଔପଚାରିକ ଭାବେ ସୂଚନା ଦିଆଯାଇଛି। 

ମତ୍ସ୍ୟଜୀବୀଙ୍କ ଗିରଫଦାରିକୁ ନେଇ ଏବେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମାହୋଲ ସରଗରମ ରହିଛି। ଶ୍ରୀଲଙ୍କା ନୌସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ରେ ମାଛ ଧରିବା ବେଳେ ସମୁଦ୍ର ସୀମା ପାର୍ କରିଥିବା ୫୫୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିଲା। ଚଳିତ ବର୍ଷ ଏଯାବତ୍ ୧୫୦ ରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଏହି ପ୍ରସଙ୍ଗରେ ସ୍ଥାୟୀ ସମାଧାନ ବାହାର କରିବାକୁ ପତ୍ର ଲେଖି ଜଣାଇଛନ୍ତି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମ ମହତ୍ତ୍ଵପୂର୍ଣ୍ଣ ରହିଛି। ମୋଦିଙ୍କ ଗସ୍ତ ପରେ କିଛି ସମାଧାନର ବାଟ ଫିଟିପାରେ ବୋଲି ଆଶା କରାଯାଉଛି। 

ଏହି ଖବରଟିକୁ ପଢନ୍ତୁ-ବନ୍ଦ ହୋଇଗଲାଣି ଫଣ୍ଡିଂ... ଭାଙ୍ଗିଗଲାଣି ଅସ୍ତ୍ରଶସ୍ତ୍ର ସପ୍ଲାଇ ଚେନ୍, ଶେଷ ନିଃଶ୍ଵାସ ଗଣୁଛନ୍ତି ନକ୍ସଲ : ଦନ୍ତେୱାଡ଼ା ଯିବେ ଅମିତ ଶାହ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.