ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

Dearness Allowance: କେନ୍ଦ୍ର କର୍ମଚାରୀମାନଙ୍କ ପାଇଁ ଖୁସି ଖବର; ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି

Published By : Bijay Swain | March 28, 2025 4:49 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରିମାନଙ୍କ ମହଙ୍ଗା ଭତ୍ତା(ଡିଏ)କୁ ୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ବୃଦ୍ଧି ପାଇ ୫୫ ପ୍ରତିଶତରେ ପହଞ୍ଚିବ। ଯାହାଫଳରେ କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀ ମାନଙ୍କ ଦରମାରେ ବୃଦ୍ଧି ଘଟିବ। 

ଶେଷଥର ପାଇଁ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇ ମାସରେ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ। ସେତେବେଳେ ଏହାକୁ ୫୦ ପ୍ରତିଶତରୁ ବୃଦ୍ଧି କରାଯାଇ ୫୩ ପ୍ରତିଶତ କରାଯାଇଥିଲା। 

ଆପଣଙ୍କୁ ଜଣାଇରଖୁ ଯେ, ସରକାରୀ କର୍ମଚାରୀମାନଙ୍କୁ ବଢୁଥିବା ମୁଦ୍ରାସ୍ପିତି ସହ ଚଳିବା ପାଇଁ ମହଙ୍ଗା ଭତ୍ତା ପ୍ରଦାନ କରାଯାଇଥାଏ। ବର୍ଦ୍ଧିତ ଜୀବନଯାପନ ଖର୍ଚ୍ଚ ଯୋଗୁଁ ମୂଳ ଦରମା ମୁଲ୍ୟରେ ହ୍ରାସ ନହେବା ପାଇଁ ମହଙ୍ଗା ଭତ୍ତା କର୍ମଚାରୀମାନଙ୍କୁ ସହଯୋଗ କରିଥାଏ। ପ୍ରତି ଦଶ ବର୍ଷରେ ଥରେ ପେ କମିଶନଙ୍କ ଦ୍ୱାରା ମୂଳ ଦରମା ସ୍ଥିର କରାଯାଇଥାଏ। ଆଉ ଏହି ଦଶ ବର୍ଷ ମଧ୍ୟରେ ମୁଦ୍ରାସ୍ପିତି ସହ ଖାପ ଖୁଆଇ ଚଳିବାକୁ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ସାହାଯ୍ୟ କରିଥାଏ। 

ମହଙ୍ଗା ଭତ୍ତା ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ କର୍ମଚାରୀ, ପେନସନଧାରୀ ଓ ଫ୍ୟାମିଲି ପେନସନଧାରୀ ଉପକୃତ ହେବେ। ଶିଳ୍ପ ଶ୍ରମିକଙ୍କ ପାଇଁ ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ(ଏଆଇସିପିଆଇ-ଆଇଡବ୍ଲୁ)ର ଡାଟା କୁ ଅନୁଧ୍ୟାନ କରି ମହଙ୍ଗା ଭତ୍ତାକୁ ସ୍ଥିର କରାଯାଇଥାଏ। ସରକାର ଦୀର୍ଘ 6 ମାସର ଡାଟା ବିଶ୍ଲେଷଣ କରିବା ପରେ ମହଙ୍ଗା ଭତ୍ତା ବୃଦ୍ଧି ସ୍ଥିର କରିଥାନ୍ତି। 

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କ୍ୟବିନେଟ ବୈଠକରେ ଆଧିକାରିକ ସ୍ତରରେ ଘୋଷଣା ହବା ପରେ ବର୍ଦ୍ଧିତ ମହଙ୍ଗା ଭତ୍ତା କର୍ମଚାରୀମାନଙ୍କ ଖାତାକୁ ଯିବ। ତେବେ ପିଏମ ମୋଦି ବହୁ ଜଲଦି ଏନେଇ ଘୋଷଣା କରିବେ ବୋଲି ସୂଚନା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.