ଚେନ୍ନାଇ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନିଜର ଏକ କାର୍ଯ୍ୟକ୍ରମ ବେଳେ ଅପମାନ କରିବାକୁ ନେଇ ସମାଲୋଚନା ଓ ଶିବସେନା କର୍ମୀଙ୍କର କ୍ରୋଧର ଶିକାର ହୋଇଥିବା ଷ୍ଟାଣ୍ଡ-ଅପ୍ କମେଡିଆନ କୁନାଲ କମରାଙ୍କୁ , ଶୁକ୍ରବାର ମାଡ୍ରାସ ହାଇକୋର୍ଟ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଅଗ୍ରିମ୍ ଜାମିନ ଦେଇଛନ୍ତି। କାମରା ତାମିଲନାଡୁର ବିଲ୍ଲୁପୁରମ ଜିଲ୍ଲା ନିବାସୀ। ସିନ୍ଦେଙ୍କ ଉପରେ ଅପମାନଜନକ ଟିପ୍ପଣୀ କରିବା ମାମଲାରେ ତାଙ୍କୁ ମୁମ୍ୱାଇ ପୁଲିସ ଦ୍ୱାରା ଗିରଫ କରାଯିବାର ଆଶଙ୍କା ଥିଲା। ଏଥିପାଇଁ ସେ ଆଜି ହାଇକୋର୍ଟରେ ଅଗ୍ରିମ୍ ଜାମିନ୍ର ଆବେଦନ କରିଥିଲେ। ମୁମ୍ୱାଇ ପୁଲିସ ପଚରାପଚରିରେ ସାମିଲ ହେବା ପାଇଁ ତାଙ୍କୁ ଦୁଇ ଥର ସମନ ପଠାଇ ସାରିଛି।
‘ଏବେ ପ୍ରସାଦ ଦେବାର ସମୟ ଆସିଗଲା...’ : କୁନାଲ କାମରାଙ୍କ ଉପରେ ବର୍ଷିଲେ ମହାରାଷ୍ଟ୍ରର ଏହି ମନ୍ତ୍ରୀ
ଏହି ବିବାଦ ଖାରର ହାବିଟାଟ୍ କମେଡି କ୍ଲବରେ କାମରାଙ୍କ ସଦ୍ୟ ଶୋ’ରୁ ହିଁ ଆରମ୍ଭ ହୋଇଛି, ଯେଉଁଠି ସେ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ୍ କରି ଏକ ପାରୋଡି ଗୀତ ପ୍ରସ୍ତୁତ କରି ଥିଲେ। କମରାଙ୍କ ଶୋ’ ପରେ ଶିବସେନା ସମର୍ଥକଙ୍କ ମଧ୍ୟରେ ଆକ୍ରୋଶ ବ୍ୟାପି ଯାଇଥିଲା ଏବଂ ସେ ଗତ ରବିବାର ରାତିରେ କ୍ଲବ ତଥା ହୋଟେଲରେ ଭଙ୍ଗାରୁଜା କରିଥିଲେ। ଶିବସେନା ବିଧାୟକ ମୁରଜି ପଟେଲଙ୍କ ଅଭିଯୋଗରେ ଖାର୍ ପୁଲିସ କାମରାଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁମ୍ୱାଇ ପୁଲିସ ୩୬ ବର୍ଷିୟ କାମରାଙ୍କୁ ଦୁଇ ଥର ଏହି ମାମଲାରେ ରିପୋର୍ଟ ତଲବ କରି ସାରିଛନ୍ତି।
ଅଧିକାରୀ କହିଛନ୍ତି ଯେ, କାମରାଙ୍କୁ ମଙ୍ଗଳବାର ପୁଲିସର ସମ୍ମୁଖରେ ହାଜର ହେବା ପାଇଁ କୁହାଯାଇ ଥିଲା , କିନ୍ତୁ ସେ ୭ ଦିନର ସମୟ ମାଗି ଥିଲେ। ଅଧିକାରୀ କହିଛନ୍ତି, ଦ୍ୱିତୀୟ ସମନରେ କୁନାଲ କାମରାଙ୍କୁ ୩୧ମାର୍ଚ୍ଚରେ ପୁଲିସ ସମ୍ମୁଖରେ ହାଜର ହେବାକୁ କୁହାଯାଇଛି।
ପୁଲିସ ରାହୁଲ କନାଲଙ୍କ ସମେତ ଶିବସେନାର ୧୨ ଜଣ ଲୋକଙ୍କୁ ଷ୍ଟୁଡିଓରେ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ କରିଥିଲା। ହେଲେ, ତାଙ୍କୁ ହେପାଜତକୁ ନିଆ ଯିବାର କିଛି ଘଣ୍ଟା ପରେ ଜାମିନ୍ ଦେଇଯାଇ ଥିଲା। ଏପଟେ, ମହାରାଷ୍ଟ୍ର ବିଧାନ ପରିଷଦ ମଧ୍ୟ ସିନ୍ଦେଙ୍କ ବିରୋଧରେ ତଥିତ ଅପମାନଜନକ ଟିପ୍ପଣୀର ସମ୍ୱନ୍ଧରେ, କାମରାଙ୍କ ବିରୋଧରେ ବିଶେଷାଧିକାର କ୍ଷୁର୍ଣ୍ଣର ନୋଟିସ୍ ସ୍ୱୀକାର କରି ନିଆଯାଇଛି। ଇନଷ୍ଟାଗ୍ରାମ୍ ବାୟୋ ଅନୁସାରେ, କାମରା ବର୍ତ୍ତମାନ ପୁଡୁଚେରୀରେ ଅଛନ୍ତି।