ମୁମ୍ୱାଇ : ମହାରାଷ୍ଟ୍ରର ମନ୍ତ୍ରୀ ଶମ୍ଭୁରାଜ ଦେଶାଇ ଗୁରୁବାର କମେଡିଆନ କୁନାଲ କାମରାଙ୍କୁ ଖୋଲା ଚେତାବନୀ ଦେଇ କହିଛନ୍ତି । କହିଛନ୍ତି ଏବେ ତାଙ୍କୁ ଶିବସେନାର ପ୍ରସାଦ ମିଳିବା ଉଚିତ୍। ନିକଟରେ କାମରା ଏକ କମେଡି ଭିଡ଼ିଓ ପୋଷ୍ଟ କରିଥିଲେ। ଏହାପରେ ଏହାକୁ ନେଇ ଖୁବ୍ ବିବାଦୀୟ ସ୍ଥିତି ଉପୁଜିଛି। ଏହି ଭିଡ଼ିଓରେ କାମରା ନାମ ନନେଇ ଏକନାଥ ସିନ୍ଦେଙ୍କୁ ଗଦ୍ଦାର ଭାବେ କହିଛନ୍ତି , ଯେଉଁଥିରେ ଶିବସେନା କର୍ମୀମାନେ ଖୁବ୍ ବିରକ୍ତି ହୋଇଛନ୍ତି। କମେଡିଆନଙ୍କ ଉପରେ ସିନ୍ଦେ ଜାଣିଶୁଣି ସୀତାରମଣ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ପ୍ରମୁଖ ବ୍ୟକ୍ତିଙ୍କ ଅପମାନ କରିବାର ଅଭିଯୋଗ କରିଛନ୍ତି ଦେଶାଇ।
ମନ୍ତ୍ରୀ ଶମ୍ଭୁରାଜ ଦେଶାଇ ନ୍ୟୁଜ୍ ଏଜେନ୍ସି ଏନଏନଆଇକୁ କହିଛନ୍ତି, ଏବେ ଏହାର ( କୁନାଲ କାମରା) ବହୁତ ହୋଇଗଲା, ପାଣି ମୁଣ୍ଡ ଉପରକୁ ଉଠି ଯାଇଛି। ସେ ରିଲ୍ କଲେ, ସେଦି ଦିନ ଶିବସେନା କର୍ମୀ ଷ୍ଟୁଡିଓକୁ ଯାଇ ପ୍ରସାଦ ଦେଲେ। ବାରମ୍ୱାର କୁନାଲ କାମରା ଏମିତି ହରକତ କରୁଛନ୍ତି। ଏକନାଥ ସିନ୍ଦେ , ସୀତାରମଣ, ପିଏମ୍ ମୋଦିଙ୍କ ବିଷୟରେ ଭୁଲ ଶବ୍ଦ ବ୍ୟବହାର କରିଛନ୍ତି। ସେ ସୁପ୍ରିମକୋର୍ଟଙ୍କ ଉପରେ ମଧ୍ୟ ଭୁଲ୍ ଟିପ୍ପଣୀ କରିଛନ୍ତି। ଏବେ ତାଙ୍କୁ ଶିବସେନା କର୍ମୀଙ୍କ ପ୍ରସାଦ ଦେବାର ସମୟ ଆସିଛି। ଆମେ ସମସ୍ତେ ମନ୍ତ୍ରୀ , ହେଲେ ପ୍ରଥମେ ଶିବସେନା କର୍ମୀ।
ଦେଶାଇ ଆହୁରି କହିଛନ୍ତି , ଯଦି ଆମେ ଶିବସେନା କର୍ମୀମାନେ ରାସ୍ତା ଉପରକୁ ଆସିବୁ ତ, ସେ ଯେଉଁ ଗର୍ତ୍ତରେ ଲୁଚିଲେ ବି ତାଙ୍କୁ ଧରି ପ୍ରସାଦ ଦେବାର ଶକ୍ତି ଅଛି। କିନ୍ତୁ ଆମକୁ ଡେପୁଟୀ ସିଏମ୍ କହିଛନ୍ତି ଯେ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି ସାହାସ ଅଛି ତ ସେ ଆସନ୍ତୁ। ଆମର ଶିବସେନା କର୍ମୀ ସେଠାକୁ ଯାଇ ତାଙ୍କୁ ଜବାବ ଦେବେ। ଦେଶାଇ କହିଛନ୍ତି ଯେ, ଆମେ ସମସ୍ତେ ଆଜି ହିଁ ସିଏମ୍ଙ୍କ ସହ କଥା ହେବୁ ଏବଂ ସେ ଯେଉଁଠି ବି ଲୁଚିଛନ୍ତି , ସେଠାରୁ ତାଙ୍କୁ ବାହାର କରିବୁ। ଆମ ପୁଲିସ ପାଖରେ ଟାୟରର ପ୍ରସାଦ ରହିଥାଏ , ସେହି ପ୍ରସାଦକୁ ତାଙ୍କୁ ଦେବା ପାଇଁ କହିବୁ।
ଅନ୍ୟପଟେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ କହିଛନ୍ତି କି , ମହାରାଷ୍ଟ୍ର ସରକାର ଗଦ୍ଦାରର ଅପମାନ କରିବା ପାଇଁ କମେଡିଆନ କୁନାଲ କାମରାଙ୍କୁ ରିପୋର୍ଟ ତଲବ କରିଛନ୍ତି। କିନ୍ତୁ ଛତ୍ରପତି ଶିବାଜୀ ମହାରାଜଙ୍କ ଅପମାନ କରିବା ମାମଲାରେ ଅଭିନେତା ରାହୁଲ ସୋଲାପୁରକରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ରାଜ୍ୟର ବିଧାନସଭା ବଜେଟ୍ ଅଧିବେସନର ଶେଷ ହେବାର ଗୋଟିଏ ଦିନ ପରେ ସେ ସାମ୍ୱାଦିକଙ୍କ ସହ କଥାବାର୍ତ୍ତାରେ ମୁସଲିମ୍ ପରିବାରଙ୍କ ପାଇଁ ସୌଗାତ୍ –ଏ-ମୋଦି କାର୍ଯ୍ୟକ୍ରମକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି)ର ସମାଲୋଚନା ମଧ୍ୟ କରିଛନ୍ତି।
ଠାକରେ ସାମ୍ୱାଦିକଙ୍କୁ କହିଛନ୍ତି, ଯେବେ ଗଦ୍ଦାର (ଏକନାଥ ସିନ୍ଦେଙ୍କ ସ୍ପଷ୍ଟ ସନ୍ଦର୍ଭ) ବିରୋଧରେ ଟିପ୍ପଣୀ କରାଯାଇଛି ତ, ଯେଉଁ ଷ୍ଟୁଡିଓରେ କାର୍ଯ୍ୟକ୍ରମ ରେକର୍ଡ କରାଯାଇ ଥିଲା ଏହା ଉପରେ ହମଲା କରାଯାଇଛି ଏବଂ କାମରାଙ୍କୁ ଦୁଇଟି ସମନ ପଠାଯାଇଛି (ସିନ୍ଦେଙ୍କୁ ବଦନାମ କରିବା ଯୋଗୁଁ) , କିନ୍ତୁ ରାହୁଲ ସୋଲାପୁରକରଙ୍କୁ କଣ ଗୋଟିଏ ବି ସମନ ଜାରି କରା ଯାଇଛି କି, ଯିଏ କଥିତ ଭାବେ ଶିବାଜୀ ମହାରାଜଙ୍କୁ ଅପମାନିତ କରିଛନ୍ତି ?