ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ଭଦ୍ରକ ଜିଲ୍ଲା ବିଜେଡି ସଂଗଠନକୁ କ୍ରିୟାଶୀଳ କରିବ ନବଗଠିତ ଟିମ୍

Published By : Prameya | May 30, 2025 2:49 PM

ଭଦ୍ରକ ,୩୦/୦୫: ଘୋଷଣା ହୋଇଛି ଭଦ୍ରକ ଜିଲ୍ଲା ବିଜେଡ଼ିର ବିଭିନ୍ନ ବ୍ଲକ, ଏନଏଏସି ଓ ପୌରପାଳିକାର ସଭାପତିଙ୍କ ନାମ ।  ଭଦ୍ରକ ଜିଲ୍ଲା ବିଜେଡି ସଂଗଠନକୁ କ୍ରିୟାଶୀଳ କରିବ ନବଗଠିତ  ଟିମ୍ । ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ନିମନ୍ତେ ଏହି ପଦାଧିକାରୀ ନିଜର ସଂଗଠନ ସଜାଡିବେ। ଏଥିସହ ତୃଣମୂଳ ସ୍ତରର ଲୋକଙ୍କ କଥା ବୁଝିବେ। ସେହିପରି ଜନ ସେବାରେ ନିୟୋଜିତ ହୋଇ ଲୋକଙ୍କ ପାଇଁ କାମ କରିବେ ବୋଲି ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ କହିଛନ୍ତି।

ତେବେ  ଆଜି ପାର୍ଟି କାର୍ଯ୍ୟଳୟରେ ଏନେଇ ଆୟୋଜିତ ସାମ୍ବାଦିକ ସମିଳନୀରେ ଜଗନ୍ନାଥ  ସ୍ୱାଇଁ ସୂଚନା ଦେଇ କହିଛନ୍ତି ଯେ, ନବଗଠିତ ଟିମର ଭଦ୍ରକ ବ୍ଲକ ସଭାପତି ଭାବେ ପ୍ରଫୁଲ୍ଲ ନାୟକ, ଭଦ୍ରକ ପୌରପାଳିକା ପାଇଁ ସେକ ଜକ୍କାଉଲ୍ଲା, ଚାନ୍ଦବାଲି ଏନ ଏସି ପାଇଁ ଦିଜବର ରାଉତ, ବ୍ଲକ ପାଇଁ ପ୍ରତାପ ଚନ୍ଦ୍ର ଧଳ, ବାସୁଦେବପୁର ମୁନିସ ପାଲିଟି ପାଇଁ ଶ୍ୟାମସୁନ୍ଦର ମହାନ୍ତି ଓ ବ୍ଲକ ପାଇଁ ଦିନବନ୍ଧୁ ଦାସ, ଧାମନଗର ଏନଏସି ପାଇଁ ବିଜୟ କେତନ ସାହୁ, ବ୍ଲକ ପାଇଁ ପ୍ରତାପ ସାମଲ, ତିହିଡି ବ୍ଲକ ପାଇଁ ସୁରେନ୍ଦ୍ର କୁମାର ନାୟକ, ବନ୍ତ ବ୍ଲକ ଲାଗି ଲକ୍ଷ୍ମୀକାନ୍ତ ମହାନ୍ତି ଏବଂ ଭଣ୍ଡାରିପୋଖରୀ ଲାଗି ଲକ୍ଷ୍ମୀଧର ସାହୁ ସଭାପତି ଭାବେ ନିର୍ବାଚନ ହୋଇଥିବା ଦଳର ନିର୍ବାଚନ ଅଧିକାରୀ ପବନ ଶର୍ମା ସୂଚନା ଦେଇଛନ୍ତି। ସେହିପରି ନୂତନ ଟିମକୁ ଆଜି ଜିଲ୍ଲା ପାର୍ଟି କାର୍ଯ୍ୟଳୟରେ ଜିଲ୍ଲା ସଭାପତି ଜଗନ୍ନାଥ  ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.