ମାଲକାନଗିରି, ୫।୬ :ନବ ନିର୍ବାଚିତ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କୁ ସାପ କାମୁଡିଛି । ନିଜ ଘର କଦମଗୁଡା ଠାରେ ରହିଥିବା ବେଳେ ଏକ ବିଶାକ୍ତ ସାପ ବିଧାୟକ ମଙ୍ଗୁ ଖିଲଙ୍କୁ କIମୁଡି ଥିବା ଜଣା ପଡିଛି । ତୁରନ୍ତ ପରିବାର ଲୋକେ ତାଙ୍କୁ କୁଡୁମୁଲୁଗୁମ୍ମା ମେଡିକାଲ ରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବିଧାୟକ ମଙ୍ଗୁ ଖିଲ ସୁସ୍ଥ ରହିଥିବା ନେଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।
ସଦସ୍ୟତା ଅଭିଯାନରେ ମାତିଲେ ବିଜେଡି, ବିଜେପି: ମନ୍ଥର...