ପ୍ରମୂଖ ଖବର
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ୩୮,୨୫୭ ଚାଷୀ ପଞ୍ଜୀକୃତ

ମାଲକାନଗିରି,୨୪/୯ (ଆପ୍ର) : ଚଳିତ ଖରିଫ ଧାନମଣ୍ଡି ରେ ପ୍ରାୟ  ୩୭ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କଠାରୁ ଧାନ କ୍ରୟ କରିବାକୁ ଲକ୍ଷ୍ୟ ରହିଛି। ୨୪୨୪୮ ଜଣ ଚାଷୀଙ୍କୁ ଚଳିତ ଖରିଫ ଚାଷ ପାଇଁ ଲ୍ୟାମ୍ପସ ପକ୍ଷରୁ କୃଷି ଋଣ ଯୋଗାଇ ଦିଆ ଯାଇଛି।

ସୂଚନା ଅନୁସାରେ, ଖରିଫ୍ ଧାନ ଜିଲ୍ଲାର ୮ ଲ୍ୟାମ୍ପସ୍‌, ୫ଟି ମହିଳା ସ୍ୱୟଂ ସହାୟକଙ୍କ ଦ୍ୱାରା ଚଳିତ ବର୍ଷ ଧାନ ସଂଗ୍ରହ କରା‌ଯିବ।ଚଳିତ ବର୍ଷ ସରକାର ଚାଷୀଙ୍କ ପାଇଁ ନୂଆ ନିୟମ ପ୍ରଣୟନ କରି ନାମ ପଞ୍ଜିକରଣକୁ ସରଳ କରିଥିବା ବେଳେ ଆଧାର କାର୍ଡ, ମୋବାଇଲ ନମ୍ବର ଦେବାକୁ କୁହାଯାଇଛି। ପୂର୍ବରୁ କେବଳ ଲ୍ୟାମ୍ପସଗୁଡିକରେ ନାମ ପଞ୍ଜିକରଣ ହେଉଥିଲା। ତେବେ ଚଳିତ ବର୍ଷ ଚାଷୀମାନେ ଲ୍ୟାମ୍ପସ ସ‌ହ ନିୟନ୍ତ୍ରିତ ବଜାର କମିଟି, କୃଷି ସମବାୟ ସମିତି କାର୍ଯ୍ୟାଳୟଗୁଡିକରୁ ଆବଶ୍ୟକୀୟ ଫର୍ମ ସଂଗ୍ରହ କରି ନାମ ପଞ୍ଜିକରଣ ବ୍ୟବସ୍ଥା କରାଯାଇଛି। ନାମ ପଞ୍ଜିକରଣ ବେଳେ ଚାଷୀ ନିଜର ବ୍ୟାଙ୍କ ପାସ୍‌ବୁକ, ଚାଷ ଜମିର ଦଲିଲ ଦେବାକୁ ଚାଷୀଙ୍କୁ ସଚେତନ କରାଯାଉଛି । ଗତ ବର୍ଷ ନାମ ପଜିଂକରଣ କରିଥିବା ଚାଷୀମାନେ ପୁଣିଥରେ ନୂଆ ଫର୍ମ ନେଇ ପୂରଣ କରି ପଇଠ କରିବାକୁ କୁହାଯାଇଛି। ଗତ ବର୍ଷ ଜିଲ୍ଲାର ୮ଟି ଲ୍ୟାମ୍ପସରେ ୪୦ ହଜାରରୁ ଉର୍ଦ୍ଧ  ଜଣ ଚାଷୀଙ୍କ ନାମ ପଞ୍ଜିକରଣ କରିଥିଲେ। ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୮୨୫୭ ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି।  ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୩୭୬୨୩ ଜଣ ଚାଷୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ସରକାରୀ ଜମିରେ ଚାଷ କରିଥିବା କିଛି ନକଲି ଚାଷୀଙ୍କ ନାମ କଟିବାର ସମ୍ଭାବନା ରହିଛି । 

ଜିଲ୍ଲାରେ ୮ଟି ଲ୍ୟାମ୍ପସ ରୁ ଚାଷୀଙ୍କୁ କୃଷି ଋଣ ଯୋଗାଇ ଦିଆଯାଇଛି। ସମସ୍ତ ଧାନ ମଣ୍ଡି ଗୁଡିକରେ ଚାଷୀଙ୍କ ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସମସ୍ତ ପ୍ରକାର ସୁବିଧା କରାଯାଇଛି ବୋଲି ଏଆରସିଏସ ବିକାଶ କୁମାର ନାୟକ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.