ମାଲକାନଗିରି, ୨୫/୯ : ମାଲକାନଗିରିଠାରୁ ହାଇଦ୍ରାବାଦ ଏବଂ ବିଜୟୱାଡାକୁ ଯାତାୟାତ କରୁଥିବା ଯାତ୍ରୀବାହୀ ବସରେ କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କରୁଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ଜିଲ୍ଲା ପରିବହନ ବିଭାଗ ମଧ୍ୟ ସଜାଗ ରହି ରାତି ଅଧିଆ ଅନେକ ଯାତ୍ରୀବାହୀ ବସ ଯାଞ୍ଚ କରି କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ କରୁଥିବା ବସ ଗୁଡ଼ିକ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିଛି ।
ଜିଲ୍ଲା ସଦର ଦେଇ ଯାଉଥିବା ଏହି ବସ ଗୁଡିକୁ ଗତକାଲି ବିଳମ୍ବିତ ରାତିରେ ପରିବହନ ବିଭାଗର ଅଧିକାରୀଙ୍କ ଦ୍ଵାରା ଯାଞ୍ଚ କରାଯାଇ କ୍ଷମତାଠାରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଦେଖି ଦୁଇଟି ବସ ବିରୋଧରେ ପଦକ୍ଷେପ ନେଇଥିଲେ । ଦୁଇଟି ଘରୋଇ ବସ ବିରୋଧରେ ଯଥା କ୍ରମେ ୧୨୩୦୦ଟଙ୍କା ଏବଂ ୧୬୬୦୦ଟଙ୍କାର ଜରିମାନା ମଧ୍ୟ ଆଦାୟ କରାଯାଇଥିବା ନେଇ ମାଲକାନଗିରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ଜନ ପ୍ରତାପ କୁଲୁ ସୂଚନା ଦେଇଛନ୍ତି।