ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଚାକିରୀ ଦେଵା ନାମରେ ମହିଳାଙ୍କ ଠାରୁ ୭ ଲକ୍ଷ ଟଙ୍କା ଠକେଇ , ଯୁବକ ଗିରଫ

ମାଲକାନଗିରି,୨୫/୯(ଆପ୍ର ) : ରେଳ ବିଭାଗରେ ଚାକିରି କରାଇ ଦେବା ନାମରେ ୭ ଲକ୍ଷ ଟଙ୍କା  ଠକି ନେବା ଅଭିଯୋଗରେ ମାଲକାନଗିରି ପୋଲିସ ଭୁବନେଶ୍ୱରରୁ ଜଣଙ୍କୁ  ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ  ବିକ୍ରମ କୁମାର ଜେନା। 

ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୨ରେ ରହୁଥିବା ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ରେଳ ବିଭାଗରେ ଚାକିରି କରାଇଦେବାର ପ୍ରଲୋଭନ ଦେଇଥିଲେ କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳର ସନ୍ତୋଷ ସାହୁ । ତେବେ ଏଥିରେ ପ୍ରଜ୍ଞା ପ୍ରଲୋଭିତ ହୋଇ ଟଙ୍କା ଦେବାକୁ ରାଜି ହୋଇଥିଲେ। ପରେ ସନ୍ତୋଷ ପ୍ରଜ୍ଞାଙ୍କୁ ବିକ୍ରମ କୁମାର ଜେନାଙ୍କ ସହ ସାକ୍ଷାତ କରାଇଥିଲେ। ଅଭିଯୁକ୍ତମାନେ ପ୍ରଜ୍ଞାଙ୍କୁ ନିଯୁକ୍ତି ପତ୍ର ପାଇଁ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରେ ଡାକ୍ତରୀ ପରୀକ୍ଷା ପାଇଁ ଡାକିଥିଲେ। ତା’ପରେ ଅଭିଯୁକ୍ତ  ମାନେ ତାଙ୍କ ବିଶ୍ୱାସ ହାସଲ କରିବା ପାଇଁ ରେଳ ବିଭାଗର ବୋର୍ଡର ନକଲି ସିଲ୍ ଥିବା ନିଯୁକ୍ତି ପତ୍ର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରିଥିଲେ। ଏହାପରେ ଅଭିଯୁକ୍ତ ମାନେ ପ୍ରଜ୍ଞାଙ୍କୁ ଅନ୍ୟ ଜଣେ ସହ ସାକ୍ଷାତ କରାଇଥିଲେ।  ଯିଏକି ନିଜକୁ ଦିଲ୍ଲୀର ରେଳ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ଯାହାକୁ ନେଇ ପ୍ରଜ୍ଞା ଅଭିଯୁକ୍ତ ମାନଙ୍କ ଉପରେ ବିଶ୍ବାସ କରି ପ୍ରର୍ଯାୟ କ୍ରମେ ୭ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଟଙ୍କା ନେବା ପରେ ଅଭିଯୁକ୍ତ ମାନେ ପ୍ରଜ୍ଞାଙ୍କୁ ଚାକିରି ଦେଇ ନ ଥିଲେ। ଏଥି ସହ ଟଙ୍କା ମାଗିଲେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଯାହାକୁ ନେଇ ପ୍ରଜ୍ଞା ମାଲକାନଗିରି ଥାନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ଆଧାର କରି ମାଲକାନଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

 ମାଲକାନଗିରିରୁ ଏକ ସ୍ଵତନ୍ତ୍ର ପୋଲିସ ଟିମ ଯାଇ ଭୁବନେଶ୍ବର ଅଞ୍ଚଳରୁ ବିକ୍ରମକୁ ଗିରଫ କରି ମାଲକାନଗିରି କୋର୍ଟରେ ହାଜର କରାଇଛି। ତେବେ ଗିରଫ ବ୍ୟକ୍ତି ଜଣଙ୍କ ବିଭିନ୍ନ ସ୍ଥାନରେ ଏହିପରି ଲୋକଙ୍କୁ ଚାକିରି ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକିଥିବା ନେଇ ସୂଚନା ମିଳିଛି। ପୋଲିସ ଏହି ଘଟଣାରେ କାହାର କାହାର ସମ୍ପୃକ୍ତି ଅଛି ସେନେଇ ତଦନ୍ତ ଜାରି ରହିଛି ବୋଲି ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.