ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଭାରତ ବିରୋଧରେ ବିଷ ଓଗାଳୁ ଥିବା କାନାଡା ପିଏମ୍‌ଙ୍କ ବଢୁଛି ମୁସ୍କିଲ , ନିଜ ସାଂସଦ ହିଁ ତାଙ୍କୁ ଘେରିଲେ

Published By : Prameya | October 13, 2024 6:18 PM

ଓଟାୱା : ଭାରତ ବିରୋଧରେ ବିଷ ଓଗାଳୁ ଥିବା କାନାଡିଆନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କର ମୁସ୍କିଲ ବଢି ଯାଇଛି। ତାଙ୍କର ହିଁ ପାର୍ଟିର ସାଂସଦଙ୍କର ତାଙ୍କ ଉପରେ ଭରସା ନାହିଁ। କାନାଡାରେ କ୍ଷମତାସୀନ ଲିବରେଲ ପାର୍ଟି ଭିତରେ ସାଂସଦଙ୍କ ଏକ ଗ୍ରୁପ୍‌ ଜଷ୍ଟିନ୍‌ ଟ୍ରୁଡୋଙ୍କ ଉପରେ ପଦ ଛାଡ଼ିବା ପାଇଁ ଚାପ ପକାଉଛନ୍ତି। 

ସିବିସି ନ୍ୟୁଜ୍‌ ସୂତ୍ରାନୁସାରେ କହିଛି, ଟୋରଣ୍ଟୋ ଓ ମାଣ୍ଟ୍ରିୟଲରେ ନିକଟରେ ହୋଇଥିବା ଉପ-ନିର୍ବାଚନରେ ହାରିବା ପରେ ଅସନ୍ତୋଷ ଶୀର୍ଷ ସ୍ତରରେ ପହଞ୍ଚି ଯାଇଛି , ଯେଉଁଥି ପାଇଁ ଅସନ୍ତୁଷ୍ଟ ସାଂସଦଙ୍କ ମଧ୍ୟରେ ଅନେକ ଗୁପ୍ତ ବୈଠକ ହୋଇଛି। ଏହି ସାଂସଦ ପ୍ରଧାନମନ୍ତ୍ରୀ ପଦରୁ ଜଷ୍ଟିନ ଟ୍ରୁଡୋଙ୍କୁ ହଟେଇବାକୁ ଚାହାନ୍ତି ଏବଂ ନେତୃତ୍ୱରେ ପରିବର୍ତ୍ତନ ପାଇଁ ଅତି କମ୍‌ରେ ୨୦ ଜଣ ନେତା କାଗଜପତ୍ରରେ ଦସ୍ତକ୍ଷତ କରିଛନ୍ତି। 

ଏହି ବର୍ଷ ଜୁନ୍‌ ମାସରେ ଟୋରଣ୍ଟୋ-ସେଣ୍ଟ ପଲ୍‌ ଉପନିର୍ବାଚନରେ ଟ୍ରୁଡୋଙ୍କ ପାର୍ଟି ଆଶ୍ଚର୍ଯ୍ୟଜନକ ଭାବେ ହାରି ଯାଇ ଥିଲା , ଏହାପରେ ତାଙ୍କ ପାର୍ଟିରେ ଖୁବ୍ ଅସନ୍ତୋଷ ଦେଖା ଦେଇଛି। ଏସିଆରେ ନିକଟରେ ହୋଇଥିବା ଶିଖର ସମ୍ମିଳନୀରେ ଟ୍ରୁଡୋ ଓ ତାଙ୍କର ଚିଫ୍‌ ଅଫ୍‌ ଷ୍ଟାଫ କ୍ୟାଟି ଟେଲଫୋର୍ଡଙ୍କ ଅନୁପସ୍ଥିତି ନିରାଶ ସାଂସଦଙ୍କୁ ବୈଠକ କରିବା ଓ ଆଗାମୀ ରଣନୀତି ପ୍ରସ୍ତୁତ କରିବାର ସୁଯୋଗ ଦେଇଛନ୍ତି। ଏହା ପୂର୍ବରୁ , ଟୋରଣ୍ଟୋ ଷ୍ଟାରର ଶୁକ୍ରବାର ଏକ ପୁରୁଣା ଆର୍ଟିକଲରେ ମଧ୍ୟ ୫୨ ବର୍ଷିୟ ଟ୍ରୁଡୋଙ୍କୁ ପଦ ଛାଡ଼ିବା ପାଇଁ ସାର୍ବଜନିକ ଭାବେ ଚାପ ପକାଯିବାର ଚେଷ୍ଟା ବିଷୟରେ ବିସ୍ତୃତରେ କୁହାଯାଇ ଥିଲା। ଖବର କାଗଜରେ କୁହାଯାଇ ଥିଲା ଯେ ଅତି କମ୍‌ରେ ୩୦ରୁ ୪୦ ସାଂସଦ ଏକ ଚିଠିରେ ଦସ୍ତକ୍ଷତ କରିବାକୁ ପ୍ରସ୍ତୁତ ଅଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.