ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଇସ୍ରାଏଲର ସାଂଘାତିକ ଯୋଜନା , ହମାସ ଯୋଦ୍ଧାଙ୍କୁ ଭୋକ ଉପାସରେ ମାରିବାକୁ ବଡ଼ ପ୍ଲାନିଂ

ତେଲ ଅଭିଭ୍‌ : ଗତ ବର୍ଷେରୁ ଅଧିକ ସମୟ ଧରି ଗାଜାରେ ହମାସ ଭଳି ଉଗ୍ରବାଦୀ ସଙ୍ଗଠନ ସହ ଲଢୁ ଥିବା ଇସ୍ରାଏଲ ଏବେ ଆଉ ଏକ ବିପଜ୍ଜନକ ପ୍ଲାନ ପ୍ରସ୍ତୁତ କରିଛି। ଇସ୍ରାଏଲର ବେଞ୍ଜାମିନ୍‌ ନେତନ୍ୟାହୁ ସରକାରଙ୍କର ବଡ଼ ପ୍ଲାନ ପ୍ରସ୍ତୁତ ହୋଇଛି। ଏହି ଅନୁସାରେ ଉତ୍ତର ଗାଜାର ସବୁ ରାସ୍ତାକୁ ବନ୍ଦ କରିଦିଆ ଯିବ। ଏଥିରେ ଗାଜାକୁ ସପ୍ଲାଇ ବନ୍ଦ ହୋଇ ଯିବ । ସେଠାକୁ ଯାଉଥିବା ଖାଦ୍ୟ ସାମଗ୍ରୀ ଓ ପାଣି ଭଳି ମୌଳିକ ଜିନିଷ ଉପରେ ମଧ୍ୟ ରୋକ୍ ଲାଗିବ। ଏଥିରେ ହମାସର ଆତଙ୍କୀମାନେ ଭୋକ ଓ ଉପାସରେ ମରିବାକୁ ବାଧ୍ୟ ହେବେ,  ନୁହେଁତ ସେଥିରୁ ବାହାରି ଇସ୍ରାଏଲୀୟ ସେନାସହ ଲଢିବେ । ଏହି ସ୍ଥିତିରେ ଇସ୍ରାଏଲୀୟ ସେନା ତାଙ୍କୁ ସହଜରେ ନିପାତ କରି ପାରିବେ। 

ଚିନ୍ତାର କଥା ଏହା କି ଇସ୍ରାଏଲର ଏହି କାର୍ଯ୍ୟାନୁଷ୍ଠାନରେ ଉତ୍ତର ଗାଜାରେ ରହୁଥିବା ଏମିତି ହଜାର ହଜାର ଫିଲିସ୍ତିନୀଙ୍କ ଜୀବନ ମଧ୍ୟ ଚାଲିଯିବ ଯେଉଁମାନେ ସେଠାରୁ ଆଉ କୁଆଡ଼େ ଯିବାକୁ ଚାହାନ୍ତି ନାହିଁ ।ଗତ ବର୍ଷେ ହେବ ଜାରି ଯୁଦ୍ଧରେ ଅନେକ ଥର ଇସ୍ରାଏଲ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ସାଧାରଣ ଲୋକ ଉତ୍ତର ଗାଜାକୁ ଖାଲି କରି ଦିଅନ୍ତୁ। ଏହାପରେ ମଧ୍ୟ ଲୋକେ ସେଠାରୁ ନିଜ ଘର ଛାଡ଼ି ଯିବାକୁ ଇଚ୍ଛୁକ ନାହାନ୍ତି । ଏହି ମଧ୍ୟରେ ରବିବାର ଇସ୍ରାଏଲ ପକ୍ଷରୁ ଚେତାବନୀ ଜାରି କରାଯାଇଛି। ଏବେ ଇସ୍ରାଏଲର ପ୍ଲାନିଂ ଯେ ଗୋଟିଏ ସପ୍ତାହ ସମୟ ଉତ୍ତର ଗାଜାର ଲୋକଙ୍କ ଦିଆଯାଉ ଏବଂ ପୁଣି ଏହାପରେ ବ୍ଲାକେଡ୍‌ କରିଦିଆ ଯାଉ । ଇସ୍ରାଏଲ ପକ୍ଷରୁ ସମୟ ଅବଧି ସରିବା ପରେ ଉତ୍ତର ଗାଜାକୁ ସେନା କ୍ଷେତ୍ର ଘୋଷିତ କରି ଦିଆ ଯିବ ଏବଂ ପୁଣି ବ୍ଲାକେଡ୍‌ ହେବ। 

ଇସ୍ରାଏଲର ପ୍ଲାନ ଯେ ବ୍ଲାକେଡ୍‌ ଅନୁସାରେ ଉତ୍ତର ଗାଜାରେ ରାସନ , ପାଣି ସପ୍ଲାଇକୁ ରୋକି ଦିଆଯିବ। ଏହା ବ୍ୟତୀତ ଔଷଧ ଓ ଇନ୍ଧନ ଆଦି ବି ନେଇ ଯିବାକୁ ଅନୁମତି ମିଳିବ ନାହିଁ। ଇସ୍ରାଏଲର କହିବାନୁସାରେ ,ଏହିପରି ହମାସର ଲୋକଙ୍କ ଉପରେ ସରେଣ୍ଡରର ଚାପ ପକାଯିବ। ଖାଲି ଏତିକି ନୁହେଁ , ସେହି ବନ୍ଧକଙ୍କୁ ମଧ୍ୟ ଛାଡ଼ିବାକୁ ଚାପ ପକାଯିବ, ଯାହାଙ୍କୁ ଆତଙ୍କୀମାନେ ଗତ ବର୍ଷେ ହେବ ନିଜର କବଳରେ ରଖିଛନ୍ତି। ବର୍ତ୍ତମାନ ଇସ୍ରାଏଲର ସରକାର ଏହି ପ୍ଲାନ ଉପରେ ବିଚାର କରୁଛନ୍ତି। ଖାଲି ଏତିକି ନୁହେଁ ସୂତ୍ରର କହିବାନୁସାରେ ,କିଛି ଚେକପଏଣ୍ଟରେ ଏହି ପ୍ଲାନର କାର୍ଯ୍ୟକାରୀ ବି ଆରମ୍ଭ ହୋଇ ଯାଇଛି। 

କହି ରଖୁଛୁ କି ,ଗତ ରବିବାର ଇସ୍ରାଏଲ ପୁଣି ଥରେ ଉତ୍ତର ଗାଜାରେ ହମଲା ଆରମ୍ଭ କରିଦେଇଛି। ଏହି ହମଲା ଜାବାଲିଆ ରିଫ୍ୟୁଜି କ୍ୟାମ୍ପ ଉପରେ ହୋଇଛି। ଖାଲି ଏତିକି ନୁହେଁ ଉତ୍ତର ଗାଜାରେ ୧ ଅକ୍ଟୋବର ପରେ ସାହାଯ୍ୟ ପହଞ୍ଚିବା ହ୍ରାସ ପାଇଛି। ଏହି ଅଞ୍ଚଳରେ ଇସ୍ରାଏଲର ହମଲା ଖୁବ୍‌ ଜୋରଦାର ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.