ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

'ବୟକଟ୍‌ ମାଳଦ୍ବୀପ' ଟ୍ରେଣ୍ଡ୍‌କୁ ନେଇ ଅସନ୍ତୁଷ୍ଟ ମୁଇଜ୍ଜୁ; ଦିଲ୍ଲୀରେ ଭାରତୀୟଙ୍କୁ କଲେ ଅପିଲ...

Image source: Jagran

ନୂଆଦିଲ୍ଲୀ,୦୮/୧୦:  ସୋମବାର ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ କହିଛନ୍ତି ଯେ ମାଲଦ୍ୱୀପ ପାଇଁ ଭାରତ ହେଉଛି ପର୍ଯ୍ୟଟନ ଉତ୍ସ ବଜାର ମଧ୍ୟରୁ ଅନ୍ୟତମ। ଅଧିକ ସଂଖ୍ୟକ ଭାରତୀୟ ପର୍ଯ୍ୟଟକ ମାଲଦ୍ୱୀପ ପରିଦର୍ଶନ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବ୍ୟାପକ ଆଲୋଚନା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୋଇଜୁ କହିଛନ୍ତି ଯେ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ସମ୍ପର୍କ ଶତାବ୍ଦୀ ପୁରୁଣା ଯାହା ଆମ ଇତିହାସରେ ସ୍ପଷ୍ଟ ହୋଇଛି।

ମୁଇଜୁଙ୍କ ଏହି ବିବୃତ୍ତି ଗୁରୁତ୍ୱପୂର୍ଣ୍ଣ କାରଣ ଚଳିତ ବର୍ଷ ଜାନୁଆରୀରେ ମାଲଦ୍ୱୀପର କିଛି ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିବୃତ୍ତି ଦେଇଥିବା ବେଳେ ଭାରତରେ 'ବୟକଟ୍ ମାଲଦ୍ୱୀପ' ଅନଲାଇନ୍‌ ଅଭିଯାନ ବୃଦ୍ଧି ପାଇଥିଲା। ମୁଇଜୁ ଆହୁରି କହିଛନ୍ତି, ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କର ମୂଳଦୁଆ ରହିଆସୁଛି।

ସେ କହିଛନ୍ତି ପର୍ଯ୍ୟଟନ, ଚିକିତ୍ସା, ଶିକ୍ଷା ଏବଂ ଅନ୍ୟାନ୍ୟ କାରଣରୁ ଅନେକ ମାଲଦ୍ୱୀପବାସୀ ଭାରତ ଗସ୍ତ କରନ୍ତି। ଏଥି ସହିତ, ମାଲଦ୍ୱୀପ ବହୁ ସଂଖ୍ୟକ ଭାରତୀୟଙ୍କୁ ଆବଶ୍ୟକ କରେ ଯେଉଁମାନେକି ଦେଶ ବିକାଶରେ ସହଯୋଗ କରନ୍ତି। ଅନ୍ୟପକ୍ଷରେ ମୁଇଜୁଙ୍କ ପତ୍ନୀ ସାଜିଦା ମହମ୍ମଦ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ପରିଦର୍ଶନ କରି ଖାଦ୍ୟ ନିରାପତ୍ତା ଉପରେ ସେମାନଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.