ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ବ୍ଲାକ୍‌ ରୋଜ୍‌ ଜାହାଜ ବୁଡ଼ିକୁ ପୂରିଲା ୧୫ ବର୍ଷ, ଏଯାଁଏ ଉଦ୍ଧାର ହୋଇପାରିଲାନି

ପାରାଦୀପ,୦୯/୦୯: ଏମ୍‌ଭି ବ୍ଲାକ୍‌ରୋଜ୍‌  ଜାହାଜ ବୁଡ଼ିକୁ ଆଜି ୧୫ ବର୍ଷ ପୂରିଛି । କିନ୍ତୁ  ଏଯାଏ ତାହା ଉପରୁ ପରଦା ହଟି ପାରିନି । ବର୍ତ୍ତମାନ ସମୁଦ୍ରରୁ ବ୍ଲାକ୍‌ରୋଜ୍‌ ଅଦୃଶ୍ୟ  ହୋଇଗଲାଣି । ୨୦୦୯ ମସିହା ସେପ୍ଟେମ୍ବର ୯  ତାରିଖରେ ମଙ୍ଗୋଲିଆର ଏକ ଏମ୍‌ଭି ବ୍ଲାକ୍‌ରୋଜ୍‌  ଜାହାଜରେ ୨୩.୮୪୭ ମେଟ୍ରିକ୍‌ ଟନ୍‌ ଲୁହାପଥର  ବୋଝେଇ ହୋଇଥିଲା । ଜାହାଜରେ ୯୭୫  ମେଟ୍ରିକ୍‌ ଟନ୍‌ ଇନ୍ଧନ ଥିଲା । ପାରାଦୀପ ବନ୍ଦରର  ଆଙ୍କରେଜ୍‌ ଅଞ୍ଚଳରୁ ବାହାରି ୩ ନଟିକାଲ୍‌ ଦୂରରେ  ବୁଡ଼ି ଯାଇଥିଲା । ସେଥିରୁ ୯୭୫ ମେଟ୍ରିକ ଟନ୍‌  ଇନ୍ଧନ ବାହାର କରାଯାଇଥିଲା । ଉକ୍ତ ଜାହାଜରେ  ୨୭ ଜଣ କର୍ମଚାରୀ ଥିଲେ । ୨୬ ଜଣଙ୍କୁ ଉଦ୍ଧାର  କରାଯାଇ ଥିଲା ବେଳେ ଜାହାଜର ମୁଖ୍ୟଯନ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା ।  

ପୂର୍ବରୁ ବୁଡ଼ି ଯାଇଥିବା ଜାହାଜର ଉପର  ଅଂଶ ଦୃଶ୍ୟମାନ ହେଉଥିଲା, କିନ୍ତୁ ବହୁ ବର୍ଷ  ଅତିବାହିତ ହେବା କାରଣରୁ ଏହି ବ୍ଲାକ୍‌ରୋଜ୍‌ ଜାହାଜ ସମୁଦ୍ରରେ ଅଦୃଶ୍ୟ ହୋଇଗଲାଣି ।  ଯାହାକୁ ବନ୍ଦରରୁ ଉକ୍ତ ଜାହାଜକୁ ହଟାଇବା ପାଇଁ  ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ  କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ବହୁବାର  ଆଲୋଚନା କରାଯାଇଛି । କିନ୍ତୁ କୌଣସି ନିଷ୍କର୍ଷ  ବାହାରି ପାରି ନାହିଁ । ଏହା ଭିତରେ ରାଜ୍ୟ  ସରକାର ପରିବର୍ତ୍ତନ ଘଟିଛି । ଏହା ଉପରୁ  କେବେ ପରଦା ହଟିବ ବୋଲି ସାଧାରଣରେ  ଆଲୋଚନା ହେଉଛି । ଏପର୍ଯ୍ୟନ୍ତ ଜାହାଜ ବୁଡ଼ି  ରହସ୍ୟ ଉପରୁ ପରଦା ହଟିନି । ଜାହାଜଟି ବୁଡ଼ି  ରହିଥିବାରୁ ମତ୍ସ୍ୟଜୀବୀମାନେ ମାଛ ମାରିବାକୁ  ଯିବା ବେଳେ ସେମାନଙ୍କ ମନରେ ଦୁର୍ଘଟଣାର ଭୟ  ରହୁଛି । ଏହାକୁ ଦୂର କରିବା ପାଇଁ ପାରାଦୀପ  ବନ୍ଦର ପ୍ରାଧିକରଣ ପକ୍ଷରୁ ସେହି ଅଞ୍ଚଳରେ ବଏ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ଯଦିଓ  ଜାହାଜକୁ ଉଠାଇବା ପାଇଁ ସାଢ଼େ ୧୭ କୋଟି ଟଙ୍କା  ଖର୍ଚ୍ଚ ହେବ ତେବେ ଏତେ ଟଙ୍କା କିଏ ଖର୍ଚ୍ଚ କରିବ  ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.