ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମୁଖ୍ୟମନ୍ତ୍ରୀ ମକା ମିଶନ ବୈଠକ ଅନୁଷ୍ଠିତ

ଚନ୍ଦାହାଣ୍ଡି ୧୯/୦୭ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଏଫଟି ଓ  ରସିଓ   କୁନାଲ ଚୌଧୁରୀ ଏବଂ ଓ ଏଲ ଏମ ର  ବ୍ଲକ ସଂଯୋଜକ ସରୋଜ କୁମାର ସାହୁଙ୍କ ପ୍ରତ୍ୟକ୍ଷ    ତତ୍ୱାବଧାନରେ ଚନ୍ଦାହାଣ୍ଡି ବ୍ଲକ ସଭା ଗୃହ ଠାରେ ମୁଖ୍ୟମନ୍ତ୍ରୀ ମକା ମିଶନ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ବୈଠକରେ ମକାଚାଷ ଦ୍ୱାରା ଚାଷୀଙ୍କ ଲାଭବାନ କିପରି ରହିଛି, ଏଥିପାଇଁ ସେ ମହାଜନ ଠାରୁ ଧାର କରଜ କରିବା ସହ ମକା ବିକ୍ରୀ କରି ଠିକଣା ସମୟରେ ଟଙ୍କା ପାଇ ପାରୁନାହିଁ l   ବ୍ଲକରେ ମକା ଚାଷ ପାଇଁ ମୁଖ୍ୟମନ୍ତ୍ରୀ ମକା ମିଶନ ଚାଷୀଙ୍କୁ ରିହାତି ଦରରେ ଖତ ସାର ଯୋଗାଇଦେବା ସହ ଚାଷୀଙ୍କ ଠାରୁ ମକା କ୍ରୟ କରିବା ଏବଂ ଚାଷୀଙ୍କୁ ମକା ବିକ୍ରି ପ୍ରାପ୍ୟ ଦୁଇ ଦିନ ଭିତରେ ପ୍ରଦାନ କରିବା ସହ   ମହାଜନ ମୁକ୍ତ କରିବା ଏହି ମିଶନର ମୁଖ୍ୟ ଲଖ୍ୟ ବୋଲି ବୈଠକରେ ଆଲୋଚନା  ହୋଇଥିଲା l ଚଳିତ ବର୍ଷ ନିର୍ବାଚନ ଆଚରଣ ଵିଧି ଲାଗୁ ରହିଥିବା ଯୋଗୁଁ ଚାଷୀଙ୍କୁ  ଖତସାର ଯୋଗାଇ ଦିଆଯାଇ ପାରି ନଥିଲା l ବର୍ତ୍ତମାନ ଇଛୁକ ଚାଷୀ  ଖତସାର  ରିହାତି ଦରରେ ନେଇ ପାରିବେ ବୋଲି ଝରିଗାଁ ଓରମାସ ଶାଖା ପ୍ରବନ୍ଧକ ମହେଶ୍ୱର ସାନ୍ତା ପ୍ରକାଶ କରିଥିଲେ  l  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.