ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ରେମିକା ତଲାସରେ ଅଟେଇ ଜଙ୍ଗଲରୁ ଶିମିଳିପାଳ ପଳାଇଲା ମହାବଳ, ଟ୍ରାପ୍‌ କ୍ୟାମେରାରେ ଦୁଇ ବାଘୁଣୀଙ୍କ ସହ ଠାବ

କେନ୍ଦୁଝର,୨୫/୦୭: ଜଙ୍ଗଲରେ ବୁଲୁଥିଲା ମହାବଳ । ନଜର ରଖିବାକୁ ଖଞ୍ଜାଯାଇଥିଲା ଟ୍ରାପ୍‌ କ୍ୟାମେରା । ବନ ବିଭାଗ କର୍ମଚାରୀ ବି ଅହୋରାତ୍ର ନଜର ରଖିଥିଲେ, ଯେମିତି ଶିକାରୀମାନେ ପାଖ ମାଡ଼ି ପାରିବେ ନାହିଁ । କିନ୍ତୁ ଅଚାନକ ମହାବଳ ନିଖୋଜ ହୋଇଗଲା । ବିଭାଗର ଚିନ୍ତା ବଢ଼ିଗଲା, କୁଆଡ଼େ ଗଲା? ଏବେ ଜଣାପଡ଼ିଛି ମହାବଳ ଗୋଟେ ଜଙ୍ଗଲରୁ ଯାଇ ଆଉ ଏକ ଜଙ୍ଗଲରେ ବାଘୁଣୀଙ୍କ ପ୍ରେମରେ ମାତିଛି, ପୁଣି ଗୋଟିଏ ନୁହେଁ ଦୁଇଟି ବାଘୁଣୀ । 

କେନ୍ଦୁଝର ଜିଲ୍ଲାର ଅଟେଇ ସଂରକ୍ଷିତ ଜଙ୍ଗଲରୁ ନିଖୋଜ ହୋଇଯାଇଥିବା ମହାବଳ ବାଘର ପ୍ରେମ କାହାଣୀ ପଦାକୁ ଆସିବା ପରେ ଏବେ ବନ ବିଭାଗରେ ଆଲୋଚନାର ବିଷୟ ହୋଇଛି । ପ୍ରେମ ପାଇଁ ଠିକଣା ବଦଳାଇଛି ମହାବଳ ବାଘ (ବିଭାଗ ଦ୍ୱାରା ଟି-୩୩ ଭାବେ ନାମିତ) । ୨୦୨୩ ଫେବ୍ରୁଆରୀରେ କେନ୍ଦୁଝର ବନଖଣ୍ଡର ଅଟେଇ ସଂରକ୍ଷିତ ଜଙ୍ଗଲରେ ଏହି ପ୍ରାପ୍ତ ବୟସ୍କ ମହାବଳ ବାଘ(ଟି-୩୩) ଠାବ ହୋଇଥିଲା । ବହୁ ବର୍ଷ ପରେ କେନ୍ଦୁଝର ବନଖଣ୍ଡରେ ମହାବଳ ବାଘ ଦେଖାଯାଇଥିବାରୁ ତା ଉପରେ ନଜର ରଖିବାକୁ ୧୦୦ଟି ଟ୍ରାପ୍‌ କ୍ୟାମେରା ଖଞ୍ଜା ଯାଇଥିଲା । ୱାଇଲ୍ଡ ଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ (ଡବ୍ଲୁଟିଆ)କୁ ଏହା ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଥିଲା । ଏହି ଘଟଣା ପରେ ଅଟେଇ ଜଙ୍ଗଲ ମଧ୍ୟରେ ଥିବା ପ୍ରାୟ ୩୫ କିଲୋମିଟର ରାସ୍ତାକୁ ବନ୍ଦ ରଖାଯାଇଥିଲା । ଡିଏଫ୍‌ଓ ଧନରାଜ ଏଚ୍‌ଡି ପ୍ରତିଦିନ ମହାବଳ ବାଘର ଗତିବିଧି ଯାଞ୍ଚ କରିବା ସହିତ ସୁରକ୍ଷା ନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ । ବାଘଟି ବେଳେ ବେଳେ କିଛି ଦିନ ପାଇଁ ଶିମିଳିପାଳ ଓ ଆନନ୍ଦପୁର ଜଙ୍ଗଲକୁ ଯାଇ ପୁଣି ଅଟେଇକୁ ଫେରି ଆସୁଥିଲା ।  

ତେବେ ନଭେମ୍ବର ମାସ ପରେ ଅଟେଇ ଜଙ୍ଗଲରୁ ମହାବଳ ହଠାତ୍‌ ଅନ୍ତର୍ଦ୍ଧାନ ହୋଇଯାଇଥିଲା । ବନବିଭାଗ ପକ୍ଷରୁ ମହାବଳର ସ୍ଥିତି ଜାଣିବା ପାଇଁ ଉଦ୍ୟମ ହୋଇଥିଲା । ବର୍ତ୍ତମାନ ଜଣାପଡ଼ିଛି ଯେ, ଟି-୩୩ ମହାବଳ ବାଘଟି ଏବେ ଶିମିଳିପାଳରେ ବାଘୁଣୀଙ୍କ ମେଳରେ ସମୟ କାଟୁଛି । ଗୋଟିଏ ନୁହେଁ ୨ଟି ବାଘୁଣୀ ସହିତ ପ୍ରେମ ହେବା ପରେ ସେ ଆନନ୍ଦରେ ସେଠାରେ ସମୟ କାଟୁଥିବା ଆରସିସିଏଫ୍‌ ପ୍ରକାଶଚାନ୍ଦ ଗଗ୍‌ନାନୀ କହିଛନ୍ତି । ଗତ ୧୫ ଦିନ ତଳେ ବାଘୁଣୀ ସୁରକ୍ଷା ପାଇଁ ଖଞ୍ଜା ଯାଇଥିବା କ୍ୟାମେରାରେ ଟି-୩୩ ଟ୍ରାପ୍‌ ହୋଇଛି । ବାଘୁଣୀ ମେଳରେ ସମୟ ଅତିବାହିତ କରୁଥିବାରୁ ପ୍ରାୟ ସେ ଆଉ କେନ୍ଦୁଝର ଫେରି ନପାରେ ବୋଲି ଆରସିସିଏଫ୍‌ କହିଛନ୍ତି।

ବାଘ-ବାଘୁଣୀଙ୍କ ପ୍ରେମ କାହାଣୀ ନୂଆ ନୁହେଁ । ଗତ ଫେବ୍ରୁଆରୀ ମାସରେ ମଧ୍ୟପ୍ରଦେଶର ଏକ ଛଅ ବର୍ଷର ମହାବଳ ଉପଯୁକ୍ତ ସାଥୀକୁ ଖୋଜି ଖୋଜି ଛତିଶଗଡ଼ ଓ ଝାଡ଼ଖଣ୍ଡ ଦେଇ ପ୍ରାୟ ୧୧ଶହ କିଲୋମିଟର ଅତିକ୍ରମ କରିବା ପରେ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲାର ବଣେଇ ସଂରକ୍ଷିତ ଜଙ୍ଗଲ ଏବଂ ପରେ ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଥିଲା । ଶିମିଳିପାଳ ବାଘୁଣୀଙ୍କ ପାଖରେ ତା’ ମନ ଲାଖିଯାଇଥିଲା । 

ଉଲ୍ଲେଖଯୋଗ୍ୟ, ଏବେ ଓଡ଼ିଶାରେ ୮ଟି ଛୁଆ ବାଘଙ୍କୁ ମିଶାଇ ମୋଟ ୩୮ଟି ମହାବଳ ଅଛନ୍ତି । କେବଳ ଶିମିଳିପାଳରେ ୧୩ଟି କଳାବାଘଙ୍କୁ ମିଶାଇ ଅଛନ୍ତି ମୋଟ ୨୭ଟି । ଆଗାମୀ ଦିନରେ ବାଘ ସ୍ଥାନାନ୍ତରଣ ଯୋଜନାରେ ମଧ୍ୟପ୍ରଦେଶରୁ ଓଡ଼ିଶାକୁ ୫ଟି ବାଘ ଆଣିବାକୁ ନିଷ୍ପତ୍ତି ହୋଇଛି । ସେଥିରୁ ୨ଟିକୁ ଶିମିଳିପାଳରେ ଛଡ଼ାଯିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.