ପ୍ରମୂଖ ଖବର
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଏଣିକି ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିପାରିବେ ବିଧାୟକ, ସାଂସଦ; ସର୍ବାଧିକ ୧୫ ଜଣଙ୍କ ପାଇଁ କରିପାରିବେ ସୁପାରିସ

Published By : Prameya | May 14, 2025 11:35 AM

ଭୁବନେଶ୍ବର ୧୪/୦୫:  ଏଣିକି ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିପାରିବେ ବିଧାୟକ, ସାଂସଦ ।  କେବଳ ନିଜ ନିର୍ବାଚନମଣ୍ଡଳୀର  ସର୍ବାଧିକ ୧୫ ଜଣଙ୍କ ପାଇଁ ବଦଳି  ସୁପାରିସ କରିପାରିବେ । ଅନ୍ତଃଜିଲ୍ଲା  ବଦଳି ହୋଇପାରିବ । କିନ୍ତୁ  ଗ୍ରାମାଞ୍ଚଳରୁ କୌଣସି ଶିକ୍ଷକଙ୍କୁ  ସହରକୁ ବଦଳି କରାଯାଇ ପାରିବ  ନାହିଁ । ଏନେଇ ବିଦ୍ୟାଳୟ ଓ  ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ପ୍ରାଥମିକ ଶିକ୍ଷା  ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି ।   

ଚିଠିରେ ଉଲ୍ଲେଖ ରହିଛି ଯେ  ବଦଳି ପ୍ରକ୍ରିୟାରେ ସବୁବେଳେ ଛାତ୍ର ଶିକ୍ଷକ ଅନୁପାତକୁ ଧ୍ୟାନ ଦିଆଯିବ ।  ଯେପରି ଏଥିରେ ଉଲ୍ଲଂଘନ ନହୁଏ  ସେଥିଲାଗି ଦୃଷ୍ଟି ଦିଆଯିବ । ବିଧାୟକ,  ସାଂସଦମାନେ ଯେଉଁ ଶିକ୍ଷକ ବଦଳି  ପାଇଁ ଯୋଗ୍ୟ ଏବଂ  ଦାବିଦାର  ଥିବେ ସେମାନଙ୍କ ନାମକୁ ସୁପାରିସ  କରିପାରିବେ । ବିଧାୟକ, ସାଂସଦ  ସେମାନଙ୍କ ସୁପାରିସକୁ ଜିଲ୍ଲାପାଳଙ୍କ  ପାଖରେ ପ୍ରଦାନ କରିବେ । ଜିଲ୍ଲାପାଳ ଏହି ସୁପାରିସକୁ ଜିଲ୍ଲାସ୍ତରୀୟ ବଦଳି କମିଟିକୁ  ପଠାଇବେ । ଆସନ୍ତା ୧୫ ତାରିଖରୁ ଜୁନ୍‌ ୧୫ ତାରିଖ  ମଧ୍ୟରେ ସମସ୍ତ ସୁପାରିସକୁ ଦାଖଲ କରାଯିବ । ଚଳିତ  ଶିକ୍ଷା ବର୍ଷ ପାଇଁ ଏହା ଲାଗୁ କରାଯିବ ବୋଲି କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.