ପ୍ରମୂଖ ଖବର
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା, ହାଇକୋର୍ଟରେ ରୁଜୁ ହେଲା ମାମଲା

Published By : Prameya | May 14, 2025 10:30 AM

କଟକ,୧୪/୦୫: କିଟ୍‌ରେ ନେପାଳୀ ଛାତ୍ରୀ  ଆତ୍ମହତ୍ୟା କରିବା ଘଟଣାକୁ ନେଇ ହାଇକୋର୍ଟରେ ମଙ୍ଗଳବାର  ଏକ ମାମଲା ରୁଜୁ ହୋଇଛି । ହାଇକୋର୍ଟର  କାର୍ଯ୍ୟକାରୀ ବିଚାରପତିଙ୍କ ଦ୍ୱାରା ପୂରା ଘଟଣାର  ତଦନ୍ତ କରିବା ଲାଗି ପିଟିସନ୍‌ରେ ପ୍ରାର୍ଥନା  କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇର  ପ୍ରତାପ ମହାନ୍ତି ଏହି ମାମଲା ରୁଜୁ କରିଛନ୍ତି । 

 ସେ ପିଟିସନ୍‌ରେ ଦର୍ଶାଇଛନ୍ତି ଯେ, ଗତ ଚାରି  ମାସ ମଧ୍ୟରେ କିଟ୍‌ରେ ୩ଟି ଆତ୍ମହତ୍ୟା ଘଟଣା  ସାମ୍ନାକୁ ଆସିଛି । ଏହାଦ୍ୱାରା କେବଳ କିଟ୍‌ ବଦନାମ୍‌  ହେଉନାହିଁ, ରାଜ୍ୟ ସରକାର ଏବଂ ଭାରତ  ସରକାର ମଧ୍ୟ ବଦନାମ୍‌ ହେଉଛନ୍ତି । ପୂର୍ବରୁ ଜଣେ  ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟ  ସରକାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ  ତଦନ୍ତ କମିଟି ୟୁଜିସି ଗାଇଡ୍‌ଲାଇନ୍‌ ଆଧାରରେ  ଅନେକ ଦିଗକୁ ନେଇ ତଦନ୍ତ କରିନାହିଁ । ତେଣୁ  ହାଇକୋର୍ଟର ଜଣେ କାର୍ଯ୍ୟକାରୀ ବିଚାରପତିଙ୍କ  ଦ୍ୱାରା ସମଗ୍ର ଘଟଣାର ତଦନ୍ତ ପାଇଁ ଅଦାଲତ  ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା  କରିଛନ୍ତି । ଏହି ମାମଲାରେ ବୈଦେଶିକ ମନ୍ତ୍ରାଳୟ,  ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ,  ଉଚ୍ଚଶିକ୍ଷା ବିଭାଗ ସଚିବ, ପୁଲିସ ଡିଜି, କଟକ-ଭୁବନେଶ୍ୱର ପୁଲିସ କମିସନର, ପଟିଆ ଥାନା  ଅଧିକାରୀ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି।  ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ  କୁମାର ମହାପାତ୍ର ଏହି ମାମଲା ରୁଜୁ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.