ପ୍ରମୂଖ ଖବର
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଭୁବନେଶ୍ଵରରେ ପରାକ୍ରମ ଶୋଭାଯାତ୍ରା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Published By : Prameya | May 14, 2025 10:22 AM

ଭୁବନେଶ୍ଵର, ୧୪/୦୫ : ଆତଙ୍କବାଦ ବିରୋଧୀ ଅଭିଯାନ ଅପରେସନ୍‍ ସିନ୍ଦୂର’ର ସଫଳତା ପରେ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଏକ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ବାଇକ୍ ଯାତ୍ରାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଏହି ଶୋଭାଯାତ୍ରା, ସକାଳ ୮ଟାରେ କଳିଙ୍ଗ ଷ୍ଟାଡିଅମ ଠାରୁ ଆରମ୍ଭ ହୋଇ ରାଜଭବନ ପର୍ଯ୍ୟନ୍ତ ହୋଇଥିଲା। ଏହି ରାଲିରେ ପୋଲିସ ବାହିନୀ, ସୁରକ୍ଷା ବାହିନୀ, ଲୋକପ୍ରତିନିଧି ଏବଂ ସାଧାରଣ ଜନତା ନିଜ ସହିତ ତ୍ରିରଙ୍ଗା ପତାକା ଧରି ବାଇକ ଚଳାଇ ବନ୍ଦେ ମାତରମ୍ ଧ୍ଵନି ଦେଇ ସହର ପରିକ୍ରମା କରିଥିଲେ।  

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ, ଅପରେସନ୍‍ ସିନ୍ଦୂର’ର ସଫଳତା ପରେ ଆଜିର ଏହି ତ୍ରିରଙ୍ଗା ବାଇକ୍ ଯାତ୍ରା ଆତଙ୍କବାଦ ବିରୁଦ୍ଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ। ଜାତି, ଧର୍ମ ନିର୍ବିଶେଷରେ ସବୁ ଭାରତୀୟ ତ୍ରିରଙ୍ଗା ତଳେ, ଯେତେବେଳେ ଏକଜୁଟ୍‍ ହେବେ, ସେତେବେଳେ କୌଣସି ଶକ୍ତି ଆମ ବିରୁଦ୍ଧରେ ସଫଳ ହେବେ ନାହିଁ । ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣିତ କରିଥାଏ। ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ ।

ଗତବର୍ଷ ଅଗଷ୍ଟ ୧୪ ତାରିଖରେ ମଧ୍ୟ ତ୍ରିରଙ୍ଗା ଯାତ୍ରାରେ ମୁଁ ଯୋଗ ଦେଇଥିଲି। ସମସ୍ତଙ୍କ ଭିତରେ ଥିବା ଅଭୂତପୂର୍ବ ଉତ୍ସାହକୁ ଦେଖି ମୁଁ ନିଜେ ମଧ୍ୟ ଖୁବ୍‍ ଉତ୍ସାହିତ ହୋଇଥିଲି।  ଆଜି ମଧ୍ୟ ଠିକ୍‍ ସେହିଭଳି ପରିସ୍ଥିତି ଆସିଛି।  ଅପରେସନ୍‍ ସିନ୍ଦୂର’ର ସଫଳତା ଆମର ମା’ମାନଙ୍କ ଓ ଭଉଣୀମାନଙ୍କ ସଂକଳ୍ପର ସଫଳତା। ଆମର ସେନାବାହିନୀର ବୀର ଜବାନମାନେ ସିନ୍ଦୂର’ର ମର୍ଯ୍ୟାଦା ରଖିଛନ୍ତି। ସେଥିପାଇଁ ମୁଁ ଆମ ଦେଶର ବୀର ଜବାନମାନଙ୍କୁ ପୁଣି ଥରେ ହୃଦୟରୁ କୋଟି ସମ୍ମାନ ଜଣାଉଛି। 

ସେ ପୁଣି କହିଥିଲେ ଯେ, ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଆମେ ସବୁ ଭାରତୀୟ ନିରାପଦ। ପ୍ରଧାନମନ୍ତ୍ରୀ ମୋଦୀଜୀ କହିଛନ୍ତି ପ୍ରତ୍ୟେକ ଭାରତୀୟ ଶାନ୍ତି ଓ ସୁରକ୍ଷାର ସହ ରହିବା ପାଇଁ ଭାରତବର୍ଷ ଶକ୍ତିଶାଳୀ ହେବା ଜରୁରୀ । ଆବଶ୍ୟକ ପଡିଲେ ଆମ ପାଇଁ ଶକ୍ତି ପ୍ରଦର୍ଶନ ମଧ୍ୟ ଜରୁରୀ ଏବଂ ମୋଦୀଜୀ ଏହାକୁ ଅପରେଶନ ସିନ୍ଦୂରରେ ପ୍ରମାଣିତ କରି ଦେଖାଇଛନ୍ତି। ପରମାଣୁ ଶକ୍ତିର ବ୍ଲାକ୍‌ମେଲିଂକୁ ଭାରତ ଭୃକ୍ଷେପ କରିବ ନାହିଁ ବୋଲି ମୋଦୀଜୀଙ୍କ ଯେଉଁ ଦୃଢ ଚେତାବନୀ ଆଜି ସାରା ବିଶ୍ବରେ ପ୍ରତିଧ୍ବନିତ ହେଉଛି। ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ୍‌ ଜବାବ ଦେବା ପାଇଁ ଆମ ସେନାବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ । 

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ, ରବି ନାରାୟଣ ନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।

‘ପରାକ୍ରମ ଶୋଭାଯାତ୍ରା’ରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଗାଡି ପଛରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଗାଡି ପଛରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବସିଥିବା ଦେଖିବାକୁ ମିଳିଛି।

ଏହି ଖବରଟିକୁ ପଢନ୍ତୁ-ଘରେ ପଶି ୨ ଶିଶୁ, ମହିଳା ଏବଂ ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରିଲେ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.