ପ୍ରମୂଖ ଖବର
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଓଡ଼ିଶାରେ ୪୬.୫% ଅବିବାହିତ; ଆର୍ଥିକ, ପାରିବାରିକ ସମସ୍ୟା ଯୋଗୁ ଏକା ରହିବାକୁ ଇଚ୍ଛା...

Published By : Prameya | May 14, 2025 8:27 AM

ଭୁବନେଶ୍ୱର,୧୪/୦୫:  ଜାତୀୟସ୍ତରରେ ଜନସଂଖ୍ୟାର ୫୧.୨%  ଅବିବାହିତ । ୫୬.୪% ଅବିବାହିତ  ପୁରୁଷ ବର୍ଗ ରହିଥିଲା ବେଳେ ୪୫.୮%  ମହିଳା ବର୍ଗ ରହିଛନ୍ତି । ଓଡ଼ିଶାରେ  ଜନସଂଖ୍ୟାର ୪୬.୫% ଅବିବାହିତ  ଅଛନ୍ତି । ୫୧.୬% ପୁରୁଷ ଏବଂ  ୪୧.୨% ମହିଳା ଅବିବାହିତ ଅଛନ୍ତି । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ  ମାତ୍ରାରେ ବିବାହ ପ୍ରତି ବିମୁଖ ଅଛନ୍ତି ।  କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି ।  

ଦେଶ ହେଉ ବା ରାଜ୍ୟ ବିବାହ ପ୍ରତି ପିଲାଙ୍କ ଆଗ୍ରହ କମୁଛି । ସେମାନେ  ପରିବାର ଜଞ୍ଜାଳ ଭିତରେ ଜୀବନ ଅତିବାହିତ କରିବାକୁ ଇଚ୍ଛା ପ୍ରକାଶ  କରୁନାହାନ୍ତି । ଆର୍ଥିକ ସମସ୍ୟା ହେଉ ବା ପାରିବାରିକ, ଏକାକୀ ଜୀବନ ବଞ୍ଚିବାକୁ ପସନ୍ଦ କରୁଛନ୍ତି । ଦେଶରେ ଜନସଂଖ୍ୟାର ୪୫.୫%  ବିବାହିତ । ୪୨.୫% ପୁରୁଷ ଓ ୪୯%  ମହିଳା ବର୍ଗ ବିବାହ କରିଛନ୍ତି । ଆଉ ଜନସଂଖ୍ୟାର ୩.୩% ମଧ୍ୟରେ ବିଧବା,ସ୍ୱାମୀ ବା ସ୍ତ୍ରୀ ପରିତ୍ୟକ୍ତା ଓ ବିବାହ  ବିଚ୍ଛେଦ ବର୍ଗ ଅଛନ୍ତି । ଏହି ବର୍ଗରେ  ୧.୫% ପୁରୁଷ ରହିଥିଲା ବେଳେ ୫.୨%  ମହିଳା । ଓଡ଼ିଶାରେ ୪୯.୨% ବିବାହିତ । ୪୨.୨% ପୁରୁଷ ଓ ୪୬.୭% ମହିଳା  ବର୍ଗ ବିବାହ କରିଛନ୍ତି । ଏହାଛଡ଼ା  ରାଜ୍ୟରେ ୪.୩% ମଧ୍ୟରେ ବିଧବା, ସ୍ୱାମୀ  ବା ସ୍ତ୍ରୀ ପରିତ୍ୟକ୍ତା ଓ ବିବାହ ବିଚ୍ଛେଦ ବର୍ଗ  ଅଛନ୍ତି । ଏହି ବର୍ଗରେ ୧.୭% ପୁରୁଷ  ରହିଥିଲା ବେଳେ ୬.୯% ମହିଳା ।  

ରାଜ୍ୟରେ ଏହି ବର୍ଗରେ ମହିଳାଙ୍କ ସଂଖ୍ୟା ଅଧିକ । ଅର୍ଥାତ ସମାଜରେ  ଅଧିକ ମାତ୍ରାରେ ମହିଳାମାନେ ବିବାହ ଜନିତ ଯନ୍ତ୍ରଣା ଭୋଗୁଛନ୍ତି। ଜାମ୍ମୁ ଓ କଶ୍ମୀରରେ ସର୍ବାଧିକ ଅବିବାହିତ  ଅଛନ୍ତି । ଜନସଂଖ୍ୟାର ୫୭.୩%  ଅବିବାହିତ । ଏହି ରାଜ୍ୟ ପଛକୁ ଦ୍ୱିତୀୟରେ ରହିଛି ଉତ୍ତର ପ୍ରଦେଶ। ସେଠାରେ ୫୬.୮% ଅଛନ୍ତି । ବିହାରରେ  ସର୍ବାଧିକ ୬୩.୧% ପୁରୁଷ ଅବିବାହିତ । ଦ୍ୱିତୀୟରେ ଉତ୍ତରାଖଣ୍ଡରେ ୬୧.୭% ଅବିବାହିତ। ଅବିବାହିତ ପୁରୁଷ  ବର୍ଗରେ ଓଡ଼ିଶା ୧୭ତମ ସ୍ଥାନରେ  ରହିଛି । ସେହିପରି ମହିଳାଙ୍କ କ୍ଷେତ୍ରରେ  ବିହାରରେ ମଧ୍ୟ ସର୍ବାଧିକ ମହିଳା ଅବିବାହିତ । ସେଠାରେ ୫୪.୫%  ମହିଳା ଅଛନ୍ତି । ଏହି ବର୍ଗରେ ଓଡ଼ିଶା  ୧୬ତମ ସ୍ଥାନରେ ରହିଛି । ଦେଶରେ  ବିଧବା,ସ୍ୱାମୀ ବା ସ୍ତ୍ରୀ ପରିତ୍ୟକ୍ତା ଓ  ବିବାହ ବିଚ୍ଛେଦ ବର୍ଗରେ ତାମିଲନାଡ଼ୁରେ  ସର୍ବାଧିକ ୫.୯% ଅଛନ୍ତି । ଏହି ବର୍ଗରେ  ଓଡ଼ିଶା ୧୬ତମ ସ୍ଥାନରେ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.