ନୂଆଦିଲ୍ଲୀ: ବିଶ୍ୱର ଦୁଇ ପ୍ରମୁଖ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଶୁକ୍ରବାର ଭେଟଘାଟ ହୋଇଛି। ହ୍ୱାଇଟ ହାଉସରେ ଉଭୟଙ୍କୁ ନେଇ ହୋଇଥିବା ଏହି ବୈଠକରେ ଭାରତ ଓ ଆମେରିକା ମଧ୍ୟରେ କେତେକ ପ୍ରମୁଖ ଚୁକ୍ତି ସମ୍ବାଦିତ ହୋଇଛି। ଏହି ଚୁକ୍ତିରେ ଭାରତକୁ ଏଫ-୩୫ ଫାଇଟର ଜେଟ ବିକ୍ରୟ ସମେତ ପ୍ରତିରକ୍ଷା ସମ୍ମନ୍ୱୟକୁ ବିକଶିତ କରାଇବା ପାଇଁ ଦୁଇ ଦେଶ ସ୍ୱାକ୍ଷର କରିଛନ୍ତି।
ଏହି ବୈଠକ ସରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମ୍ୱାଦିକ ସମ୍ମିଳନିରେ ଯୋଗ ଦେଇଥିଲେ। “ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉଭୟ ଦେଶ ପରସ୍ପରର ସହଭାଗିତାରେ ମିଳିତ ବିକାଶ, ମିଳିତ ଉତ୍ପାଦନ ଓ ବୈଶୟିକ ଜ୍ଞାନ କୌଶଳର ଆଦାନ ପ୍ରଦାନ କରୁଛନ୍ତି। ଆମେରିକା ଆମର ସବୁଠୁ ବିଶ୍ୱସ୍ତ ଓ ପ୍ରମୁଖ ସହଯୋଗି ମାନଙ୍କ ଭିତରୁ ଅନ୍ୟତମ। ନୂଆ ପ୍ରଯୁକ୍ତିବିଦ୍ୟା ଓ ଉପକରଣ ଆମ କ୍ଷମତାକୁ ବୃଦ୍ଧି କରିବ” ବୋଲି ପିଏମ ମୋଦି ଏହି ସମ୍ମିଳନୀରେ କହିଛନ୍ତି।
ଏହି ବୈଠକରେ ଆମେରିକା-ଭାରତ ମଧ୍ୟରେ ପ୍ରତିରକ୍ଷା ସହଯୋଗିତାକୁ ବୃଦ୍ଧି କରିବା ପାଇଁ ଉଭୟ ଦେଶ ମଧ୍ୟରେ ଏକ ୧୦ ବର୍ଷିୟା ଫ୍ରେମୱାର୍କ ଉପରେ ଉଭୟ ଦେଶ ଏକ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଏହି ଚୁକ୍ତିନାମା ଦ୍ୱାରା ଉଭୟ ଦେଶ ନିଜ ଦ୍ୱିପାକ୍ଷିକ ପ୍ରତିରକ୍ଷା ସ୍ଥିତିକୁ ମଜବୁତ କରିବା ସହ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ସାଙ୍ଗ ହୋଇ କାମ କରିବେ।
ସୂଚନା ମୁତାବକ, ପୂର୍ବରୁ ଅନେକ ଆମେରିକୀୟ ପ୍ରତିରକ୍ଷା ପ୍ରଣାଳିକୁ ଭାରତୀୟ ସେନା ନିଜ ସେନାରେ ବ୍ୟବହାର କରୁଛି। ସେନା ବ୍ୟବହାର କରୁଥିବା ବିଭିନ୍ନ ଆମେରିକୀୟ ସେନା ବିମାନ ଗୁଡିକ ହେଉଛି ସି-୧୩୦ଜେ ସୁପର ହରକ୍ୟୁଲେସ, ସି-୧୭ ଗ୍ଲୋବମାଷ୍ଟର ୩, ପି-୮୧ ପୋସେଇଦନ, ସିଏଚ୍-୪୭ଏଫ ଚିନୁକ, ଏମଏଚ-60ଆର ସିହକ, ଏଏଚ୍-୬୪ଇ ଆପାଚି। ତେବେ ଭାରତର ଗୁଳି ବର୍ଷଣ କ୍ଷମତା ଓ ନିରିକ୍ଷଣ କ୍ଷମତା ବୃଦ୍ଧି କରିବାକୁ ଆମେରିକା ହରପୁନ ଆଣ୍ଟି-ସିପ ମିଶାଇଲ, ଏମ୍୭୭୭ ହାଓଇଟଜର୍ସ ଓ ଏମକ୍ୟୁ-୯ବି ଡ୍ରୋନ ବିକ୍ରି ବୃଦ୍ଧି କରିବ ବୋଲି ସୂଚନା ପ୍ରଦାନ କରିଛି।
ମୋଦିଙ୍କ ଏହି ଆମେରିକା ଗ୍ରସ୍ତରେ ଉଭୟଦେଶ ନୂତନ ଅସ୍ତ୍ର କ୍ରୟ ସହ ଉତ୍ପାଦନ ପାଇଁ ସହମତି ପ୍ରଦାନ କରିଛନ୍ତି। ଭାରତ ଜାଭଲିନ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ, ଷ୍ଟ୍ରାଇକର ଇନଫାନଟ୍ରାଏ ଯୁଦ୍ଧ ଯାନ ଓ ଭାରତ ମହାସାଗରରେ ନିରିକ୍ଷଣ କ୍ଷମତା ବୃଦ୍ଧି କରିବାକୁ ଛଅଟି ପି-8ଆଇ ସାମୁଦ୍ରିକ ଗସ୍ତ ବିମାନ ଆମେରିକା ଭାରତକୁ ବିକ୍ରି କରିବ। ‘ବର୍ଷ ଆରମ୍ଭରୁ ଆମେ ଭାରତକୁ ବିଲିୟନ ଡଲାରର ସାମରିକ ସାମଗ୍ରି ବିକ୍ରି ବୃଦ୍ଧି କରିବୁ’ ବୋଲି ଡୋନାଲ୍ଡ ଟ୍ରମ୍ପ ନିଜ ଅଭିଭାଷଣରେ କହିଛନ୍ତି।
ସେହିପରି ଗତବର୍ଷ ହୋଇଥିବା ସବୁଠାରୁ ବଡ଼ ଡିଲ୍ GE-F414 ଜେଟ୍ ଇଞ୍ଜିନ୍ ପାଇଁ ଟେକ୍ନୋଲୋଜୀ ଟ୍ରାନ୍ସଫର ନେଇ କଥା ଆଗକୁ ବଢ଼ିପାରେ ବୋଲି ଆଶା କରାଯାଉଛି। ଗତ ବର୍ଷ ଘୋଷିତ ଏକ ଐତିହାସିକ ଚୁକ୍ତି ଅନୁସାରେ ଆମେରିକା ସହଯୋଗରେ ଓଏଙି ଇଞ୍ଜିନକୁ ଜେନେରାଲ ଇଲେକ୍ଟ୍ରିକ୍ ଏବଂ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ମିଳିତ ଭାବେ ଉତ୍ପାଦନ କରିବେ।
ଗ୍ଲୋବାଲ ସପ୍ଲାଏ ଚେନରେ ବ୍ୟାଘାତ ସୃଷ୍ଟିହେବା କାରଣରୁ ଭାରତ ମାର୍କ ୧ଏ ଓ ମାର୍କ ୨ କ୍ଷମତା ବିଶିଷ୍ଟ ହାଲୁକା ଯୁଦ୍ଧ ଯାହାଜ(ଏଲସିଏ) ଅଧିଗ୍ରହଣରେ ବିଳମ୍ବ ଦେଖାଦେଇଥିଲା। ଏହି ବୈଠକ ପରେ ଏଲସିଏ ମାର୍କ ୨ କ୍ଷମତା ବିଶିଷ୍ଟ ଯୁଦ୍ଧ ଯାହାଜ ଭାରତକୁ ଆସିବା ବାଟ ଖୋଲିଯାଇଛି। ଏହା ସମ୍ଭବ ହେଲେ ଭାରତରେ ନିଜର ମିରାଜ-୨୦୦୦, ଜାଗୁଆର ଏବଂ ମିଗ୍-୨୯ ଭଳି ପୁରୁଣା ଫାଇଟର ଜେଟ ବଦଳେଇବାର ଲକ୍ଷ୍ୟ ରଖିଛି।
ଉଭୟ ଦେଶ ଏକ ପାରସ୍ପରିକ ପ୍ରତିରକ୍ଷା କ୍ରୟବିକ୍ରୟ(ଆରଡିପି) ଉପରେ ହସ୍ତାକ୍ଷର କରିଛନ୍ତି। ଯାହାଫଳରେ ଉଭୟଦେଶ ମଧ୍ୟରେ ସାମରିକ ସାମଗ୍ରି ଓ ସେବାର ଆଦାନ ପ୍ରଦାନ କରିବାରେ ସହଜ ସୁବିଧା ହେବ ବୋଲି ସୂଚନା ମିଳିଛି।